Latest Odisha News

BREAKING NEWS

ଭୁବନେଶ୍ୱରର ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ଆଇଟି ରେଡ: ଜବତ ହେଲାଣି ୩୦ କୋଟି

ଭୁବନେଶ୍ୱର:  ଭୁବନେଶ୍ୱରରେ ଆଇଟ ରେଡ । ଭୁବନେଶ୍ୱରର  ଏକ ବ୍ୟାବସାୟିକ ପ୍ରତିଷ୍ଠାନ  ଡିଏନ୍ ହୋମ୍ସ ପ୍ରା.ଲି.ରେ ଆଇଟି ପକ୍ଷରୁ ଆଜି ସକାଳୁ ସକାଳୁ ଚଢଉ ହୋଇଛି । ପ୍ରାୟ ୨୦ରୁ ଅଧିକ ସ୍ଥାନରେ ରେଡ୍ କରୁଛି ଆଇଟି  । ଏହି ବ୍ୟାବସାୟିକ ପ୍ରତିଷ୍ଠାନ ରେଡ୍ ବିରୋଧରେ ଟିକସ ଫାଙ୍କିବା ଅଭିଯୋଗ ଆସିଛି ।  ଭୁବନେଶ୍ୱରର ଏହି ବ୍ୟାବସାୟିକ ପ୍ରତିଷ୍ଠାନରେ ଆଇଟିର ୭ଜଣିଆ ଟିମ ଚଢାଉ କରି ପ୍ରାୟ ୩୦କୋଟି ନଗଦ ଟଙ୍କା ଜବତ କରିଥିବା ଜଣାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ,   ଭୁବନେଶ୍ୱର ପୋଷ୍ଟାଲ କଲୋନୀ ସମେତ  ୨୦ ସ୍ଥାନରେ ଏକକାଳୀନ ଚଢଉ  କରାଯାଉଛି।  ବ୍ୟାବସାୟିକ ପ୍ରତିଷ୍ଠାନର ନିର୍ଦ୍ଦେଶକଙ୍କ ସମେତ କଂପାନୀର ବରିଷ୍ଠ ଅଧିକାରୀ ଓ ସେମାନଙ୍କ ନିକଟ ସମ୍ପର୍କୀୟଙ୍କ ଘରେ ବି ରେଡ୍ କରାଯାଇଥିବା ସୂଚନା ମିଳିଛି।

କନଷ୍ଟ୍ରସନ୍ ସହ ଅନ୍ୟ ବ୍ୟବସାୟରେ କୋଟି କୋଟି ଟଙ୍କା ଲଗାଇଛି ଡିଏନ ହୋମ୍ସ  । ଏପରିକି  ରାଜ୍ୟ ବାହାରେ ମଧ୍ୟ ଏହାର କାରବାର ଚାଲିଛି ।  ଏହି ଚଢାଉରେ ମୋଟ ୨୦ ଟିମ୍‌ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।  କାଗଜପତ୍ର ଯାଞ୍ଚ କରିବା ସହ ଉକ୍ତ ପ୍ରତିଷ୍ଠାନ ଇନ୍‌କମ୍‌ ଟ୍ୟାକ୍ସ ଦେଉଛି କି ନାହିଁ ତାର ଯାଞ୍ଚ କରାଯାଇଛି।

Comments are closed.