Latest Odisha News

BREAKING NEWS

ପାହାଡରୁ ଖସିଲା ମୃତ୍ୟୁ: ବିରାଟ ପଥର ତଳେ ଚାପି ହୋଇଗଲା ୩ କାର

ନୂଆଦିଲ୍ଲୀ: ନାଗାଲାଣ୍ଡରେ ଭୟଙ୍କର ଭୂସ୍ଖଳନ । ଦିମାପୁର ଜିଲ୍ଲାର ଚୁମୁକେଦିମାରେ ମଙ୍ଗଳବାର ପ୍ରବଳ ବର୍ଷା ହୋଇଯାଇଛି । ପାହାଡ ଧସି ବଡ ବଡ ପଥର ଖସି ରାସ୍ତା ଉପରେ ପଡି ରହିଛି । ବଡ  ପଥର ଖଣ୍ଡ ଧସି  ୨ଟି କାରକୁ ଚାପି ଦେଇଛି । ଫଳରେ କାର ଭିତରେ ଥିବା ୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ।  ଏତେ କମ ସମୟ ମଧ୍ୟରେ ଏତେ  ସବୁ ଘଟଣା ଘଟିଗଲା ଯେ କାର ଭିତରୁ କେହି ବାହାରକୁ ବାହାରିବାର ସୁଯୋଗ ପାଇ ନ ଥିଲେ । ଫଳରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ୫ ସେକେଣ୍ଡର ଏକ ଭିଡିଓରେ ଏହି ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି ।

ଭିଡିଓରେ ଦେଖିବାକୁ ମିଳିଛି, ନାଗାଲାଣ୍ଡର ଏକ ପାହାଡି ଇଲାକାରେ ରାସ୍ତା ଜାମ ହୋଇଛି । ରାସ୍ତର ଦୁଇ ପାର୍ଶ୍ୱରେ  ଧାଡି ଧାଡି ଗାଡି ଛିଡା ହୋଇଛନ୍ତି । ଏହି ସମୟରେ ପାହାଡ ଉପରୁ ବିରାଟ ବିରାଟ ପଥର ଖଣ୍ଡ ଦ୍ରୁତ ଗତିରେ ଗଡି ଗଡି ଆସି ରାସ୍ତରେ ଛିଡା ହୋଇଥିବା କାରକୁ ଭାଙ୍ଗି ଚୁନା କରି ଦେଇଛି । ଗୋଟିଏ କାରକୁ ଚାପି ଦେବା ପରେ ଏହି ପଥର ଆଉ ଏକ କାରକୁ ଧକ୍କା ଦେଇ ତଳେ ଥିବା ଏକ ଖାଇରେ ଯାଇ ପଡୁଛି । ଖାଇରେ ପଡିବା ପୂର୍ବରୁ ଏହାର ଏକ ଅଂଶ  ଭାଙ୍ଗି ଆଉ ଏକ କାର ଉପରେ ପଡି ତାକୁ ମଧ୍ୟ ଓଲଟାଇ ଦେଇଛି ।

ଏହି ବିରାଟ ପଥର ଖଣ୍ଡ ଯେଉଁ  ଗାଡିକୁ ପ୍ରଥମ ଧକ୍କା ଦେଇଥିଲା, ସେଥିରେ ଥିବା ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଅନ୍ୟଗାଡିରେ ଥିବା ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଏସବୁ ଘଟଣା ଏତେ କମ ସମୟ ଭିତରେ ଘଟିଲା ଯେ କେହି କିଛି ବି କରିପାରି ନ ଥିଲେ । ମୃତ୍ୟୁକୁ ଏତେ ପାଖରେ ଦେଖି ସେଠାରେ ଥିବା ଲୋକ ଭୟଭୀତ ହୋଇ ଯାଇଥିଲେ । ପଛରେ ଛିଡା ହୋଇଥିବା ଏକ ଗାଡିର ଡେସବୋର୍ଡ କ୍ୟାମେରାରେ ପୁରା ଘଟଣା ରେକର୍ଡ ହୋଇଥିଲା । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

Comments are closed.