ଭୁବନେଶ୍ୱର: ଆଗକୁ ଆସୁଛି ସୁଧାଂଶୁ ମୋହନ ସାହୁ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ “ଅପରେସନ ୧୨/୧୭”ର । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଭୂମିକା ଦାଶ ଏବଂ ଶ୍ରେୟାନ ଅଭିନୟ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଚୌଧୁରୀ ଜୟପ୍ରକାଶ ଦାସ, ଅମର ମହାପାତ୍ର, ଦୁଷ୍ମନ୍ତ, ପଙ୍କଜ ମହାନ୍ତି, ଲୋପାମୁଦ୍ରା ଏବଂ ଶିଶୁ କଳାକାର ସାନ୍ଭୀ ପ୍ରମୁଖ ରହିଛନ୍ତି । ଏହି ଫିଲ୍ମ ଖୁବ୍ଶୀଘ୍ର ସୁଟିଂ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଜଣାଯାଇଛି ।
ନିକଟରେ ଭୁବନେଶ୍ୱର ସତ୍ୟ ବିହାରସ୍ଥିତ ଭବାନୀମଣ୍ଡପଠାରେ ଏହି ଫିଲ୍ମର ପୋଷ୍ଟର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଫିଲ୍ମର ପ୍ରଯୋଜିକା ଶୁଭ୍ରା ପଟ୍ଟନାୟକ, ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ,କାର୍ଯ୍ୟକାରୀ ପ୍ରଯୋଜକ ଅମର ମହାପାତ୍ର,ଅଭିନେତା ଶ୍ରେୟାନ୍, ଚୌଧୁରୀ ଜୟପ୍ରକାଶ ଦାସ,କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଫିଲ୍ମରେ ଦ୍ୱିପାୟନ ପଟ୍ଟନାୟକ କାହାଣୀ ଓ ସଂଳାପ ରଚନା କରିଛନ୍ତି ଦିଲ୍ଲୀପ ଚୌଧୁରୀ । ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ବୈଦ୍ୟନାଥ ଦାଶ । ଚିତ୍ରତ୍ତୋଳନ ମୁଖ୍ୟ ରହିଛନ୍ତି କେରଲା ଷ୍ଟୋରୀ ର ଡିଓପି ପ୍ରଶାନ୍ତନୁ ମହାପାତ୍ର ।
Comments are closed.