Latest Odisha News

BREAKING NEWS

ଗୁଜରାଟରୁ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିବେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର

ଭୁବନେଶ୍ୱର: କେନ୍ଦ୍ର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର  ରାଜ୍ୟସଭା ନିର୍ବାଚନରେ ଗୁଜରାଟରୁ ନାମାଙ୍କନ ପତ୍ର ଦାଖଲ କରିବେ । ଜୟଶଙ୍କରଙ୍କ ରାଜ୍ୟସଭା କାର୍ଯକାଳ ଅଗଷ୍ଟ ମାସରେ ଶେଷ ହେବ । ତେଣୁ ଏହା ପୂର୍ବରୁ ସେ ରାଜ୍ୟସଭା ନିର୍ବାଚନରେ ସେ ଭାଗ ନେଇ ପାରନ୍ତି ବୋଲି କୁହାଯାଉଛି ।

ସୂଚନାଥାଉ କି,  ଦେଶର  ଖୁବଶୀଘ୍ର ୧୦ଟି ରାଜ୍ୟସଭା ସିଟରେ ହେବାକୁ ଯାଉଛି ନିର୍ବାଚନ । ଜୁଲାଇ ୨୪ ତାରିଖରେ ହେବ ମତଦାନ କରାଯିବ ବୋଲି ଦିନ ଧାର୍ଯ୍ୟ ହୋଇଛି । ରାଜ୍ୟସଭା ସିଟ୍ ମଧ୍ୟରୁ ୬ଟି ପଶ୍ଚିମବଙ୍ଗରୁ ଥିବାବେଳେ, ଗୁଜରାଟରୁ ୩ଟି ଏବଂ ଗୋଆରୁ ଗୋଟିଏ ରାଜ୍ୟସଭା ସିଟ୍ ରହିଛି ।

ଜୟଶଙ୍କରଙ୍କ ବ୍ୟତୀତ ଗୁଜରାଟର ରାଜ୍ୟସଭା ସାଂସଦ ଦିନେଶ ଜମେଲଭାଇ ଅନାବଡିୟା ଏବଂ ଲୋଖଣ୍ଡବାଲା ଜୁଗଲ ସିଂଙ୍କ କାର୍ଯ୍ୟକାଳ ମଧ୍ୟ ଅଗଷ୍ଟରେ ଶେଷ ହେଉଛି ।  ଏତଦବ୍ୟତୀତ ଗୋଆର ବିନୟ ତେନ୍ଦୁଲକରଙ୍କ କାର୍ଯ୍ୟକାଳ  ଜୁଲାଇ ୨୮ ତାରିଖରେ ଶେଷ ହେଉଥିବାବେଳେ ଡେରେକ୍ ଓ ବ୍ରାଏନ୍, ଡୋଲା ସେନ୍, ସୁଷ୍ମିତା ଦେବ, ଶୁଖେନ୍ଦୁ ଶେଖର, ପ୍ରଦୀପ ଭଟ୍ଟାଚାର୍ଯ୍ୟ ଏବଂ ଶାନ୍ତା ଛେତ୍ରୀଙ୍କ କାର୍ଯ୍ୟକାଳ ମଧ୍ୟ ଅଗଷ୍ଟ ୧୮ରେ ଶେଷ ହେଉଛି ।

ଏଥିପାଇଁ  ଜୁଲାଇ ୬ ତାରିଖରେ ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଜୁଲାଇ ୧୩ ସୁଦ୍ଧା ନିଜର ନାମାଙ୍କନ ଦାଖଲ ହେବାକୁ ଥିବାବେଳେ  ଜୁଲାଇ ୧୭ ତାରିଖ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ।  ଜୁଲାଇ ୨୪ ତାରିଖରେ ଭୋଟଗ୍ରହଣ ହେଇ, ମତଗଣନା ଘୋଷଣା ହେବ ।

Comments are closed.