Latest Odisha News

BREAKING NEWS

ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ କୋହଲି ଭାଙ୍ଗି ପାରନ୍ତି ଅନେକ ରେକର୍ଡ

ନୂଆଦିଲ୍ଲୀ: ଭାରତ-ୱେଷ୍ଟଇଣ୍ଡିଜ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ କ୍ରିକେଟ ସିରିଜ ବୁଧବାର(୧୨ ଜୁଲାଇ)ଠାରୁ ଆରମ୍ଭ ହେବ । କୋହଲିଙ୍କ ପ୍ରଦର୍ଶନ ୱେଷ୍ଟଇଣ୍ଡିଜରେ ଭଲ ରହିଛି । ସେ ୯ ଟେଷ୍ଟରେ ୩୫.୬୧ ଆଭରେଜରେ ୪୬୩ ରନ କରିଛନ୍ତି । ସର୍ବାଧିକ ସ୍କୋର ୨୦୦ ରହିଛି । ସେହିପରି ଦିନିକିଆରେ ୧୮ ମ୍ୟାଚରେ ୫୮.୯୨ ଆଭରେଜରେ ୮୨୫ ରନ କରିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷରେ କୋହଲି ୩ଟି ଯାକ ଫର୍ମାଟରେ ସର୍ବାଧିକ ରନ ସଂଗ୍ରହରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେ ସେ ଓଭରାଲ ୭୦ ମ୍ୟାଚରେ ୫୭.୯୮ ଆଭରେଜରେ ୩୬୫୩ ରନ କରିଛନ୍ତି । ଏଥିରେ ୧୧ ଶତକ ଓ ୧୨ ଅର୍ଦ୍ଧଶତକ ସାମିଲ । ସେ ଯଦି ଟେଷ୍ଟ ଏବଂ ଦିନିକିଆରେ ୪୬୮ ରନ କରିବେ ତାହାହେଲେ ଜ୍ୟାକ କାଲିସଙ୍କ ରେକର୍ଡ ଭାଙ୍ଗିପାରିବେ । କାଲିସ ୬୬ ମ୍ୟାଚରେ ୪୧୨୦ ରନ କରି ପ୍ରଥମ ସ୍ଥାନରେ ରହିଛନ୍ତି ।

ସେହିପରି ଭାରତୀୟ ଖେଳାଳିଙ୍କ ମଧ୍ୟରେ ରାହୁଲ ଡ୍ରାଭିଡ ୱେଷ୍ଟଇଣ୍ଡିଜ ମାଟିରେ ୧୮୩୮ ରନ କରିଛନ୍ତି । କୋହଲି ୧୩୬୫ ରନ କରି ତାଙ୍କ ପଛରେ ରହିଛନ୍ତି । ଏବି ଡିଭିଲର୍ସ ଓ ସୁନୀଲ ଗାଭାସ୍କରଙ୍କ ରେକର୍ଡ ଉପରେ କୋହଲି ନଜର ରହିବ । ଗାଭାସ୍କର ୱେଷ୍ଟଇଣ୍ଡିଜ ବିପକ୍ଷରେ ୧୩, ଜ୍ୟାକ୍ସ କାଲିସ ୧୨ ଓ ଡିଭିଲର୍ସ ୧୧ ଶତକ ମାରିଛନ୍ତି । କୋହଲି ୨ଟି ଶତକ ମାରିଲେ ଗାଭାସ୍କରଙ୍କ ରେକର୍ଡ ଭାଙ୍ଗିବେ ।

Comments are closed.