ଶିକ୍ଷା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ: ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍କୁ ମିଳିଲା ଶ୍ରେଷ୍ଠ ‘ଆଇଭି ଲିଗ୍’ ରାଙ୍କିଙ୍ଗ୍
ଭୁବନେଶ୍ୱରର: ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ (SAI International School) ଶିକ୍ଷା କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ କରି ସମଗ୍ର ଦେଶରେ ଓଡ଼ିଶାର ଗୌରବ ବଢ଼ାଇଛି। ପ୍ରତିଷ୍ଠିତ ‘ଏଜୁକେସନ୍ ୱାର୍ଲ୍ଡ ଇଣ୍ଡିଆ ସ୍କୁଲ୍ ର଼୍ୟାଙ୍କିଙ୍ଗ୍ସ’ (EWISR) ୨୦୨୬-୨୭ରେ ସ୍କୁଲ୍କୁ ଦେଶର ନମ୍ବର-୧ ‘ଆଇଭି ଲିଗ୍’ (Ivy League) କୋ-ଏଡ୍ ଡେ-କମ୍-ବୋର୍ଡିଂ ସ୍କୁଲ୍ ଭାବେ ମାନ୍ୟତା ମିଳିଛି । ଏହା ସହିତ ସ୍କୁଲ୍ ଫୋର୍-ଷ୍ଟାର୍ (Four-Star) ରେଟିଂ ମଧ୍ୟ ପାଇଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍କୁ ମିଳିଲା ଦେଶର ଶ୍ରେଷ୍ଠ ‘ଆଇଭି ଲିଗ୍’ ମାନ୍ୟତା।
ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଗତବର୍ଷ (୨୦୨୫-୨୬) ମଧ୍ୟ ଏହି ସମ୍ମାନଜନକ ଆଇଭି ଲିଗ୍ ତାଲିକାରେ ସ୍ଥାନ ପାଇଥିଲା ଏବଂ ଚଳିତ ବର୍ଷ ମଧ୍ୟ ନିଜର ଶ୍ରେଷ୍ଠତ୍ୱ ବଜାୟ ରଖିଛି। ଭାରତର ମାତ୍ର ଛଅଟି ପ୍ରତିଷ୍ଠିତ ଅଭିଜାତ ସ୍କୁଲ୍ ମଧ୍ୟରେ ସ୍ଥାନ ପାଇଥିବା ସାଇ ଇଣ୍ଟରନ୍ୟାସନାଲ୍ ହେଉଛି ଓଡ଼ିଶାର ଏକମାତ୍ର ଶିକ୍ଷାନୁଷ୍ଠାନ ଯାହାକୁ ଏହି ଗୌରବମୟ ଆଇଭି ଲିଗ୍ ସ୍ୱୀକୃତି ମିଳିଛି। ଶିକ୍ଷକମାନଙ୍କ କଲ୍ୟାଣ ଓ ବିକାଶ, ଶିକ୍ଷାଦାନର ଦକ୍ଷତା, ଏକାଡେମିକ ସୁନାମ, କ୍ରୀଡ଼ା ଏବଂ ସାଂସ୍କୃତିକ କାର୍ଯ୍ୟକଳାପ ଭଳି ପ୍ରମୁଖ ମାପଦଣ୍ଡରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଏହି ର଼୍ୟାଙ୍କିଙ୍ଗ୍ ପ୍ରଦାନ କରାଯାଇଛି।
ଏହି ଅବସରରେ ‘ସାଇ ଇଣ୍ଟରନ୍ୟାସନାଲ୍ ଏଜୁକେସନ୍’ର ଅଧ୍ୟକ୍ଷା ଡ. ଶିଳ୍ପୀ ସାହୁ କହିଛନ୍ତି, “ଭାରତର ‘ଆଇଭି ଲିଗ୍ କୋ-ଏଡ୍ ଡେ କମ୍ ବୋର୍ଡିଂ ସ୍କୁଲ୍’ (Ivy League Co-ed Day Cum Boarding School) ବର୍ଗରେ ପୁନର୍ବାର ୧ ନମ୍ବର ସ୍ଥାନ ପାଇବା, ସମଗ୍ର ‘ସାଇ’ ପରିବାର ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ଏହି ସଫଳତା ଆମର ନିଷ୍ଠାବାନ ଶିକ୍ଷକ-ଶିକ୍ଷୟିତ୍ରୀ, ଉତ୍ସାହୀ ଛାତ୍ରଛାତ୍ରୀ, ସହଯୋଗୀ ଅଭିଭାବକ ଏବଂ ସମଗ୍ର ବିଦ୍ୟାଳୟ ପରିବାରର ମିଳିତ ପ୍ରୟାସର ପ୍ରତିଫଳନ ଅଟେ। ଆମେ ଅର୍ଥପୂର୍ଣ୍ଣ ଶିକ୍ଷା ଅନୁଭୂତି, ଦୃଢ଼ ମୂଲ୍ୟବୋଧ ଏବଂ ଏକ ସୁଦୂରପ୍ରସାରୀ ଦୃଷ୍ଟିକୋଣ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଗଢ଼ି ତୋଳିବା ପାଇଁ ପ୍ରତିଶ୍ରୁତିବଦ୍ଧ, ଯାହା ସେମାନଙ୍କୁ ବିଶ୍ୱରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ପ୍ରସ୍ତୁତ କରିବ।” ଏହି କ୍ରମାଗତ ସ୍ୱୀକୃତି ବିଦ୍ୟାଳୟର ନିରନ୍ତର ଉଦ୍ୟମର ଏକ ଜ୍ୱଳନ୍ତ ପ୍ରମାଣ ଅଟେ। ଏହି ବଡ଼ ମାଇଲଖୁଣ୍ଟ ଛୁଇଁବା ପରେ ସ୍କୁଲ୍ କର୍ତ୍ତୃପକ୍ଷ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହର ପରିବେଶ ଦେଖାଦେଇଛି ।

