ଲକ୍ଷ୍ନୌ : କୁହାଯାଏ, ବନାରସୀ ପାନ ଯିଏ ଖାଇଛି ସିଏ ତାର ମହତ୍ତ୍ୱ ଜାଣିଛି । ସେଥିପାଇଁ ବନାରସୀ ପାନକୁ ନେଇ ଅନେକ ଗୀତ ଓ କଥା ତିଆରି ହୋଇଛି । ତେବେ ତାହା ତୁଳନାରେ ଲକ୍ଷ୍ନୌ ପାନ ବି କିଛି କମ୍ ନୁହେଁ । ଏଠି ସୁନା ତିଆରି ପାନ ମିଳୁଛି,ଯାହା ସତରେ ଖୁବ୍ ମହଙ୍ଗା । କାରଣ ଉଭୟ ସୁନା ଓ ରୂପା ବ୍ୟବହାର ହୋଇଥିବା ଲକ୍ଷ୍ନୌ ପାନର ଦାମ୍ ୯୯୯ ଟଙ୍କା । ଏବେ ସୋସିଆଲ ମିଡ଼ିଆରେ ଧୁମ୍ ଚର୍ଚ୍ଚା ।
ଲକ୍ଷ୍ନୌ ରେ ରହିଛି ମାଷ୍ଟର ସଞ୍ଜୟ କୁମାର ଚୌରାସିଆ ନାମକ ଜଣେ ଯୁବକଙ୍କ ଏକ ପାନ ଦୋକାନ । ତାଙ୍କ ପାନର ସ୍ୱାଦକୁ ଲୋକେ ଖୁବ୍ ପସନ୍ଦ କରିଥାନ୍ତି । ତେଣୁ ଦୂରଦୂରାନ୍ତରୁ ଲୋକେ ପାନ ଖାଇବା ପାଇଁ ତାଙ୍କ ଦୋକାନରେ ଭିଡ଼ ଜମାଇଥାନ୍ତି । କରୋନା ସମୟରେ ତାଙ୍କ କ୍ୟାଟରିଂ ବ୍ୟବସାୟ ବନ୍ଦ ହେବା ପରେ ସେ କିଛି ନୂଆ କରିବାକୁ ଚିନ୍ତା କଲେ । ପରେ ସେ ଏକ ପାନ ଦୋକାନ କରିବାକୁ ନିଷ୍ପତ୍ତି ନେଲେ ।
୨୦୨୨ ମସିହା ସେପ୍ଟେମ୍ବର ୨୭ ତାରିଖରେ ସେ ତାଙ୍କର ନୂଆ ପାନ ଦୋକାନ ଖୋଲିଲେ । ତାଙ୍କ ଦୋକାନରେ ୫୦ ପ୍ରକାରର ପାନ ମିଳିଥାଏ । ଯେମିତି କି ଚକୋଲେଟ ପାନ, ନବରତ୍ନ ପାନ, ହାଇଦ୍ରାବାଦ ପାନ, ଗୁଲାବ ପାନ, ମୋଦକ ପାନ, ମିଠା ପାନ, ରେଡ ଚେରି ପାନ, ରୟାଲ ପାନ, ମଲାଇ ପାନ, ବ୍ଲୁବେରୀ ଭଳି ପାନ । ଏହା ବ୍ୟତୀତ ସୁନା ପାନ ମଧ୍ୟ ମିଳିଥାଏ, ଯାହାର ଚାହିଦା ଏଠାରେ ଖୁବ୍ ବେଶୀ । ଏହି ପାନ ତିଆରି କରିବାକୁ ପ୍ରାୟ ଅଧ ଘଣ୍ଟା ସମୟ ଲାଗିଥାଏ । ଏହି ପାନ ଉପରେ ୨୪ କ୍ୟାରେଟ ସୁନା ସ୍ତର ସେ ଦେଇଥାନ୍ତିି । ଏହାର ଦାମ୍ ୯୯୯ ଟଙ୍କା ରହିଛି । ଏଠାରେ ସବୁଠାରୁ ଶସ୍ତା ପାନ ହେଉଛି ଅଧା ମିଠା ପାନ । ଏହାର ମୂଲ୍ୟ ୨୦ ଟଙ୍କା ।
Comments are closed.