କାଠମାଣ୍ଡୁ:ନେପାଳ ଆକାଶରୁ ନିଖୋଜ ହେଲିକପ୍ଟର କ୍ରାଶ । ହେଲିକପ୍ଟରରେ ଥିବା ୬ ଜଣ ଯାତ୍ରୀଙ୍କର ମୃତ୍ୟୁ । ୬ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ହେଲିକପ୍ଟର 9NMV ହେଲିକପ୍ଟର ସହ ସକାଳ ପ୍ରାୟ ୧୦ଟା ୧୨ ମିନିଟରେ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା । ସେତେବେଳକୁ ବିମାନ ୧୨ ହଜାର ଫୁଟ ଉପରେ ଥିଲା । ଏହି ଚପରରେ ୫ଜଣ ବିଦେଶୀ ନାଗରିକ ଓ ଜଣେ ପାଇଲଟ ଥିଲେ ।
ଆଜି ସକାଳେ କାଠମାଣ୍ଡୁରୁ ସୋଲୁଖୁମ୍ବୁକୁ ଉଡାଣ ଭରିଥିଲା ଏହି ହେଲିକପ୍ଟର । ଯୋଗାଯୋଗ ବିଚ୍ଛିନ୍ନ ହେବାପରେ ଏହାର ସନ୍ଧାନ ନେବା ପାଇଁ ଆଉ ଏକ ହେଲିକପ୍ଟର ଯାଇଥିବା ନେପାଳ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ପକ୍ଷରୁ ସୂଚନା ଦିଆ ଯାଇଥିଲା । ହେଲେ ନିଖୋଜ ହେଲିକପ୍ଟର କ୍ରାଶ ହୋଇ ଯାଇଥିବା ଜଣାଯାଇଛି ।
ନେପାଳ ମିଡିଆ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ମାଉଣ୍ଟ ଏଭରେଷ୍ଟ ନିକଟରୁ ଏହା ନିଖୋଜ ହୋଇ ଯାଇଥିଲା । ସୋଲୁଖୁମ୍ବୁ ଜିଲ୍ଲାର ଲିଖେପିକେର ଲାମଜୁରା ଅଞ୍ଚଳରେ ଏହା ଦିର୍ଘଟଣାଗ୍ରସ୍ତ ହୋଇଥିଲା । ଦୁ୍ର୍ଘଟଣାସ୍ଥଳରୁ ୫ଟି ଶବକୁ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ,ସ୍ଥାନୀୟ ଲୋକଙ୍କ କହିବାଅନୁଯାୟୀ,ପ୍ରଚଣ୍ଡ ବିସ୍ଫୋରଣ ସହ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାସ୍ଥଳରେ ନିଆଁ ଲାଗିଥିବା ମଧ୍ୟ ଦେଖିବାକୁ ମିଳିଛି ।
Comments are closed.