Latest Odisha News

BREAKING NEWS

ସେପ୍ଟେମ୍ବର ୧୫ ଯାଏଁ ବଢିଲା ଆଧାର ସହ ରାସନ କାର୍ଡ ଲିଙ୍କ୍ ଅବଧି

ଭୁବନେଶ୍ୱର: ଓଡିଶା ସରକାର ଶନିବାର ଦିନ ରାସନ କାର୍ଡ ସହ ଆଧାର ଲିଙ୍କ କରିବା ଅବଧିକୁ ବୃଦ୍ଧି କରିଛନ୍ତି । ଏହି ଅବଧି ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ଯାଏଁ ବଢିବା ଫଳରେ ହିତାଧିକାରୀଙ୍କୁ ସାମାନ୍ୟ ଆଶ୍ୱସ୍ଥୀ ମିଳିଛି ।

ଏହି ଲିଙ୍କ୍ କରିବାର ଶେଷ ତାରିଖ ଅଗଷ୍ଟ ୩୧କୁ ଧାର୍ଯ୍ୟ କରାଯାଇଥିଲା ।

ଏନେଇ ସୂଚନା ପ୍ରଦାନ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ, ପ୍ରକୃତ ହିତାଧିକାରୀଙ୍କୁ ଚୟନ କରିବା ଲାଗି ରାଜ୍ୟ ସରକାର ରାସନ କାର୍ଡ ସହ ଆଧାର ଲିଙ୍କ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ଯାହା ଫଳରେ ଖାଦ୍ୟଶସ୍ୟ ବାଟମାରଣା ନହୋଇ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବ । ଏପରିକି ଯେଉଁମାନେ ଏହି ଦୁଇଟି କାର୍ଡକୁ ଲିଙ୍କ୍ ନକରାଇବେ, ସେମାନଙ୍କୁ ଆସନ୍ତା ସେପ୍ଟେମ୍ବର ୧୬ ତାରିଖରୁ ପିଡିଏସ୍ ଯୋଜନାରେ ରାସନ୍ ମିଳିପାରିବ ନାହିଁ ।

ଉଲ୍ଲେଖଯୋଗ୍ୟ, ଏହି ଲିଙ୍କ୍ ଅବଧିକୁ ସରକାର ପୂର୍ବରୁ ଜୁଲାଇ ୩୧ରୁ ଅଗଷ୍ଟ ୩୧ ଯାଏଁ ବୃଦ୍ଧି କରିଥିଲେ ।

Leave A Reply

Your email address will not be published.