ବ୍ରିଟେନ୍: ପ୍ରତ୍ୟେକ ବିବାହରେ ନିମନ୍ତ୍ରିତ ଅତିଥି ସାଙ୍ଗରେ କିଛି ଉପହାର ନେଇ ଯାଇଥାନ୍ତି । ସେହି ଉପହାରକୁ କନ୍ୟା ହାତରେ ଦେବା ସହ ଦାମ୍ପତ୍ୟ ଜୀବନ ଖୁସିରେ କଟୁ ବୋଲି ବରକନ୍ୟାକୁ ଆଶିର୍ବାଦ ଦେଇଥାନ୍ତି । ଲୋକେ ନିଜ ସାମର୍ଥ୍ୟ ଅନୁଯାୟୀ ଉପହାର ଦେଇଥାନ୍ତି । ହେଲେ ବ୍ରିଟେନ୍ର ଜଣେ ଯୁବତୀ ନିଜ ବିବାହରେ ଆସିବାକୁ ଥିବା ଅତିଥି କେତେ ଦାମ୍ର ଉପହାର ଆଣିବେ ସେ ନେଇ ଅଜବ ସର୍ତ୍ତ ରଖିଛନ୍ତି । ଏହି ସର୍ତ୍ତକୁ ଶୁଣିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ବ୍ରିଟେନ୍ରେ ରହୁଥିବା ଜଣେ ଯୁବତୀଙ୍କ ବିବାହ ଠିକ୍ ହୋଇଥିଲା । ସେ ତାଙ୍କ ବନ୍ଧୁବାନ୍ଧବଙ୍କଠାରୁ ଆରମ୍ଭ କରି ସମ୍ପର୍କୀୟଙ୍କୁ ବିବାହ ନିମନ୍ତ୍ରଣ କାର୍ଡ଼ ପ୍ରଦାନ କରିଥିଲେ । ହେଲେ ଅତିଥିଙ୍କ ପାଇଁ ଅଜବ ସର୍ତ୍ତ ରଖିଥିଲେ । ଏହି ସର୍ତ୍ତକୁ ସେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ସର୍ତ୍ତଗୁଡ଼ିକ ହେଲା , ବିବାହ ଉତ୍ସବକୁ ଯୋଗ ଦେବାକୁ ଆସିବାକୁ ଥିବା ଅତିଥି ସାଙ୍ଗରେ ଉପହାର ନିଶ୍ଚୟ ଆଣିବେ । ଆଉ ୪ ହଜାର ଟଙ୍କାରୁ କମ୍ ମୂଲ୍ୟର ଜିନିଷ ଆଣିବାକୁ ସିଧାସଳଖ ମନା କରିଛନ୍ତି ।
ଆହୁରି ଲେଖିଛନ୍ତି ଯେ, ଯଦି କେହି ବିବାହ ଉତ୍ସବକୁ ବିନା ଉପହାରରେ ଆସିବେ ମୋତେ ଖରାପ ଲାଗିବ । କାରଣ ସେ ଅତିଥିଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରିଛନ୍ତି । ଯାହା ଅତି କମ୍ରେ ୧୨ ହଜାର ଟଙ୍କା ହେବ । ତେଣୁ ଉପହାର ଟିକେ ଦାମୀ ହେବା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିିଛନ୍ତି । ଯୁବତୀଙ୍କ ଏପରି ସର୍ତ୍ତ ଶୁଣିବା ପରେ ଅନେକ ନକରାତ୍ମକ ମତ ଦେଇଛନ୍ତି ।
Comments are closed.