Latest Odisha News

ଭୂତ ଖେଳ ଖେଳୁଥିଲେ ଛାତ୍ର: ଅସୁସ୍ଥ ହୋଇପଡ଼ିଲେ ୩୬ ପିଲା, ସବୁ ଡାକ୍ତରଖାନାରେ

କଲମ୍ବିଆ: ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଉନ୍ନତି କାରଣରୁ ଏବେ ଅନ୍‌ଲାଇନ୍‌ରେ ସବୁକିଛି ଚାହିଁବା ମୁତାବକ ତୁରନ୍ତ ମିଳି ଯାଉଛି । ବେଳେବେଳେ ଅନ୍‌ଲାଇନ୍‌ରେ ଗେମ୍ ଖେଳି ଠକେଇର ଶୀକାର ହେବା କିମ୍ବା ଆତ୍ମହତ୍ୟା କଲା ଭଳି ଘଟଣା ସାମ୍ନାକୁ ଆସେ । କିନ୍ତୁ ଅଫ ଲାଇନ୍‌ରେ ବି ଭୁତ ବା ଅଶରୀରକୁ ନେଇ ଗେମ୍ ଖେଳାଯିବା ଓ ସେହି ଖେଳରେ ୩୬ ÷ପିଲା ଅସୁସ୍ଥ ହୋଇପଡ଼ିବା ଘଟଣା ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଏମିତି ଘଟଣା ଘଟିଛି କଲମ୍ବିଆରେ ।

ଆମ ଭିତରୁ ଅନେକ ଭୂତ ଉପରେ ବିଶ୍ୱାସ କରନ୍ତି ନାହିଁ, ତଥାପି ଅନେକ ଲୋକ ଅଛନ୍ତି ଯେଉଁମାନେ ଆତ୍ମା ଉପରେ ବିଶ୍ୱାସ କରନ୍ତି । ଏହିପରି ଅନେକ ପଦ୍ଧତି ଅଛି, ଯାହା ମାଧ୍ୟମରେ ଭୂତମାନଙ୍କ ସହିତ ଯୋଗାଯୋଗ କରାଯାଇପାରେ ବୋଲି ଅନେକ ସମୟରେ ଚର୍ଚ୍ଚା ହୁଏ । ଏହିପରି ଗୋଟିଏ ଖେଳ ହେଉଛି ଓୟୁଜା ବୋର୍ଡ । ଏହି ବୋର୍ଡ ଖେଳରେ, ଭୂତମାନଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଏ ବୋଲି କୁହାଯାଏ । ଭୂତମାନେ ନିଜେ ବୋର୍ଡରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦିଅନ୍ତି ବୋଲି ଖେଳୁଥିବା ଲୋକମାନେ ଦାବି କରିଥାନ୍ତି ।

କଲମ୍ବିଆର ଟିମ୍ବିକ୍କିରେ ଥିବା ସାନ୍ ଫ୍ରାନ୍ସିସ୍କୋ ଡି ଆସିସ୍ ସ୍କୁଲର କିଛି ପିଲା ଓୟୁଜା ବୋର୍ଡ଼ ଖେଳ ଖେଳୁଥିଲେ । ଏହି ସମୟରେ ତାଙ୍କ ସହ ଅଜବ ଘଟଣା ଘଟିଲା । ଜଣ ଜଣ କରି ୩୬ ପିଲା ଚେତାଶୂନ୍ୟ ହୋଇପଡ଼ିଲେ । ପ୍ରଥମେ ଜଣେ ଛାତ୍ରୀ ଛିଡା ହୋଇ ଏକ ଅଜବ ଭାଷାରେ କଥା ହେବା ଆରମ୍ଭ କଲେ । ପରେ ତାଙ୍କ ଭାଇଙ୍କୁ ପିଟିଲେ । ଧୀରେ ଧୀରେ ଅନ୍ୟ ପିଲାମାନେ ମଧ୍ୟ ଏପରି ଆଚରଣ ଦେଖାଇଲେ । ପରେ ସବୁ ପିଲା ଅସୁସ୍ଥ ହୋଇପଡ଼ିଲେ । ସେମାନଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଗଲା । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଭଲ ଥିବା ବେଳେ ଆଉ କିଛି ଗୁରୁତର ରହିଛନ୍ତି ।

ତେବେ ଘଟଣାଟି କାହିଁକି ଘଟିଲା, ପ୍ରକୃତରେ ଏହି ଖେଳରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନେ ଭୂତକୁ ସାମ୍ନା କରିଛନ୍ତି କି ? ଏମିତି ଅନେକ ପ୍ରଶ୍ନ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାକୁ ଆସିଛି ।

 

Comments are closed.