ଚୀନ: କୌଣସି କାମ କରିବା ପାଇଁ ଯଦି ମାନସିକସ୍ତରରେ ଜଣେ ପ୍ରସ୍ତୁତ ତାହାହେଲେ ତାପାଖକୁ ସଫଳତା ଆପେ ଆପେ ଆସେ । ଏକଥାକୁ ପ୍ରମାଣିତ କରିଛନ୍ତି ଚୀନ୍ର ଜଣେ ସାଧାରଣ ଯୁବତୀ । ଲମ୍ବା ସମୟର ଅଭ୍ୟାସ ପରେ ଦେଢ ଫୁଟ ଉଚ୍ଚତା ଓ ପ୍ରାୟ ୧୦ ମିଟର କାଚ ବୋତଲ ଉପରେ ଚାଲି ସେ ବିଶ୍ୱ ରେକର୍ଡ଼ କରିବାରେ ସଫଳତା ପାଇଛନ୍ତି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ତାଙ୍ଗ ୟୁହି ନାମକ ଜଣେ ଯୁବତୀ ଚୀନ୍ରେ ରୁହନ୍ତି । ନିକଟରେ ଇଟାଲୀରେ ଆୟୋଜିତ ଲୋ ଶୋ ଦେଇ ରେକର୍ଡ ଶୋ’ରେ ଭାଗ ନେଇଥିଲେ । ସେ କାଚ ବୋତଲ ଉପରେ ଚାଲି ଚାଲି ୧୦ ମିଟର ପାର କରିଛନ୍ତି । ତାହା ପୁଣି ମାତ୍ର ୨ ମିନିଟ୍ ୧୯ ସେକେଣ୍ଡରେ । ଫଳରେ ଏପରି କରି ସେ ବିଶ୍ୱ ରେକର୍ଡ଼ ବି କରିଛନ୍ତି । କାଚ ବୋତଲ ଉପରେ ଭାରସାମ୍ୟ ରକ୍ଷା କରି ଚାଲିବାର ଶୈଳୀ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ ତାଙ୍କର ଏହି ପରିଶ୍ରମ ପଛରେ ତାଙ୍କ ମା’ ବାପାଙ୍କ ଆଶୀର୍ବାଦ ଥିବା ସେ କହିଛନ୍ତି ।
Comments are closed.