Latest Odisha News

ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ କିଡ଼ନୀ ରୋଗରେ ଆକ୍ରାନ୍ତ

ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡ଼ି ନେତା ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ଖରାପ ଆଡ଼କୁ ଗତି କରୁଥିବା ସୂଚନା ମିଳିଛି । ସେ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇପଡ଼ିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନାନୁଯାୟୀ, ଲାଲୁଙ୍କ କିଡ଼ନୀ ଏବେ ଖରାପ ଅବସ୍ଥାରେ ରହିଛି ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତର ପି କେ ଝା କହିଛନ୍ତି । ଏପରିକି ତାଙ୍କ କିଡ଼ନୀ ଏବେ ୩୭ ପ୍ରତିଶତ କାର୍ଯ୍ୟ କରୁଥିବା ବେଳେ ୬୩ ପ୍ରତିଶତ ପ୍ରାୟ ଅଚଳ ହୋଇ ପଡ଼ିଛି । ତାଙ୍କର ରକ୍ତ ସଂକ୍ରମିତ ହୋଇପଡ଼ିଥିବା ଯୋଗୁଁ କିଡ଼ନୀ ପ୍ରଭାବିତ ହୋଇଛି ବୋଲି ଡ଼ାକ୍ତର କହିଛନ୍ତି । ସେ ଏବେ ଝାଡ଼ଖଣ୍ଡସ୍ଥିତ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ ମେଡ଼ିକାଲ୍ ସାଇନ୍ସ ରାଞ୍ଚିରେ ରହି ଚିକିତ୍ସିତ ହେଉଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ଗୋଖାଦ୍ୟ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗୁଥିବା ଲାଲୁ ଏବେ ୧୪ ବର୍ଷ ପର୍ଯ୍ୟନ୍ତ କାରଗାରରେ ରହିବେ ।

Leave A Reply

Your email address will not be published.