Latest Odisha News

BREAKING NEWS

ପଶ୍ଚିମବଙ୍ଗରୁ ଗିରଫ ହେଲେ ଦୁର୍ଦ୍ଦାନ୍ତ ଅପରାଧୀ ଚିନ୍ମୟ ପଣ୍ଡା

ବାଲେଶ୍ଵର: ବାଲେଶ୍ଵର ପୋଲିସକୁ ମିଳିଛି ବଡ଼ ସଫଳତା । ବାଲେଶ୍ୱର ପୋଲିସର ଏକ ଟିମ ଶନିବାର ଦିନ ପଶ୍ଚିମବଙ୍ଗରୁ ଦୁର୍ଦ୍ଦାନ୍ତ ଅପରାଧୀ ଚିନ୍ମୟ ପଣ୍ଡା ଓରଫ ପାପା ପଣ୍ଡାକୁ ଗିରଫ କରିଥିବା ଜଣାପଡ଼ିଛି ।

ପୋଲିସର ସୂଚନା ଅନୁଯାୟୀ ପାପା ନିଜର ପ୍ରତିଦ୍ୱନ୍ଦୀ ଗ୍ୟାଙ୍ଗଷ୍ଟାର ସୁଶାନ୍ତ ଦାସ ଓରଫ ଖସୁଆ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲା । ଏହି ହତ୍ୟାକାଣ୍ଡ ପରେ ପାପା ତାର ଗ୍ୟାଙ୍ଗ ସହ ଫେରାର ହୋଇଯାଇଥିବା ବାଲେଶ୍ଵର ଜିଲ୍ଲା ଓ ଦୌରାଜର୍ଜ କୋର୍ଟ ତାକୁ ପଳାତକ ଘୋଷଣା କରିଥିଲେ ।

ମୃତ ଖାସୁଆ ଗତ ଜୁନ ମାସ ୨୨ ତାରିଖରେ ସହଦେବଖୁଣ୍ଟ ଥାନା ଅନ୍ତର୍ଗତ ଏକ ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ବୁଝାମଣା କରିବାକୁ ଯିବା ବାଟରେ ଶୋଭମପୁର ଠାରେ ତା ଉପରକୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଖାସୁଆର ପତ୍ନୀ ତା ସ୍ୱାମୀର ମୃତ୍ୟୁ ପାଇଁ ପାପାକୁ ଦାୟୀ କରିବା ପରେ ସହଦେବଖୁଣ୍ଟ ପୋଲିସ ପାପା ଓ ଅନ୍ୟ ୨୫ ଜଣଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ କରିଥିଲା ।

ଏହି ମାମଲାରେ ସମ୍ପୃକ୍ତ ୧୪ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ପାପା ଓ ଅନ୍ୟ ୧୧ ଜଣ ଫେରାର ଥିଲେ ।

ଖୋଜିବାରେ ସହଜ ହେବାଲାଗି ପୋଲିସ ପାପାର ଏକ ଫୋଟୋରେ ୱାନଟେଡ଼ ଲେଖି ସବୁଆଡେ ଲାଗିଥିଲା ।

ଏହି ଘଟଣାର ତିନି ବର୍ଷ ପରେ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ପାପା ରହିଥିବା ଖବର ପୋଲିସକୁ ମିଳିଥିଲା । ଏକାଧିକ ଚଢାଉ କରି ପାପାକୁ ଧରିବାରେ ପୋଲିସ ସଫଳ ହୋଇଥିବା ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.