ନୂଆଦିଲ୍ଲୀ: ଭାରତୀୟମାନେ ଶାନ୍ତି ପ୍ରିୟ । କୌଣସି କ୍ଷେତ୍ରରେ ଭାରତୀୟମାନେ ନିଜ ଆଡୁ ଅଶାନ୍ତି କରି ନାହାନ୍ତି । ତେବେ ବିଦେଶରେ ବାରମ୍ବାର ଭାରତୀୟଙ୍କ ଉପରେ ଆକ୍ରମଣ ହେବାରେ ଲାଗିଛି । ବର୍ଣ୍ଣବୈଷମ୍ୟ ବିବାଦ ଏହାର ମୂଖ୍ୟ କାରଣ ବୋଲି ବିବେଚନା କରାଯାଉଛି । ଆମେରିକାରେ ଏହି ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି । ଏହାର ମୁକାବିଲା ପାଇଁ ଭାରତୀୟମାନଙ୍କ ନିକଟରେ ଗନ ଲାଇସେନ୍ସ ହାତେଇବା ସଂଖ୍ୟା ବୃଦ୍ଧି ପାଇଛି । ରିପୋର୍ଟ ମୁତାବକ ୨ ବର୍ଷ ମଧ୍ୟରେ ୮୦ ହଜାର ଭାରତୀୟ ବନ୍ଧୁକ ଲାଇସେନ୍ସ ନେଇଛନ୍ତି । ଆମେରିକାର ନ୍ୟାଶନାଲ ଫାୟାର ଆର୍ମସ ସର୍ଭେରେ ଏହି ତଥ୍ୟ ପ୍ରକାଶ ପାଇଛି । ୨୦୨୦ ପରଠାରୁ ଭାରତୀୟ ବଂଶୋଦ୍ଭବଙ୍କ ଉପରେ ୫୦୦ ପ୍ରତିଶତ ଆକ୍ରମଣ ବୃଦ୍ଧି ପାଇଛି ।
ନିଜକୁ ବଂଚାଇବା ପାଇଁ ସେମାନେ ଗନ ଲାଇସେନ୍ସ ପାଇଁ ଆବେଦନ କରୁଛନ୍ତି । ଏହା ବ୍ୟତୀତ ଲୁଟେରାମାନେ ମଧ୍ୟ ଭାରତୀୟଙ୍କୁ ଟାର୍ଗେଟ କରୁଛନ୍ତି । ସେମାନଙ୍କ ଦୃଢ଼ ବିଶ୍ୱାସ ରହୁଛି ଯେ, ଏମାନଙ୍କ ନିକଟରେ କୌଣସି ମାରଣାସ୍ତ୍ର ନ ଥିବ । ୧୭୯୧ରେ ଆମେରିକା ସମ୍ବିଧାନ ଅସ୍ତ୍ର ଶସ୍ତ୍ର ରଖିବା ଉପରେ କଟକଣା କୋହଳ କରିଥିଲେ । ସେ ସମୟରେ କୌଣସି ସ୍ଥାୟୀ ସିକ୍ୟୁରିଟି ଫୋର୍ସ ନ ଥିବାରୁ ଏହି ପଦକ୍ଷେପ ନିଆ ଯାଇଥିଲା । ବର୍ତମାନ କିନ୍ତୁ ଆମେରିକାରେ ଗନ କଲଚର ଦ୍ରୁତ ବେଗରେ ବୃଦ୍ଧି ପାଇଛି । ଆଉ ନିଜକୁ ବଂଚାଇବା ପାଇଁ ଭାରତୀୟମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ।
Comments are closed.