Latest Odisha News

BREAKING NEWS

ବଦଳିଲା ପ୍ରଭାସଙ୍କ ‘ପ୍ରୋଜେକ୍ଟ କେ’ର ନାମ

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସ ତାଙ୍କ ଆଗାମୀ ଫିଲ୍ମ ‘ପ୍ରୋଜେକ୍ଟ କେ’କୁ ନେଇ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମରେ ପ୍ରଭାସଙ୍କ ବ୍ୟତୀତ ବିଗ୍ ବି ଅମିତାଭ ବଚ୍ଚନ, ଅଭିନେତ୍ରୀ ଦୀପିକା ପାଦୁକୋନ ଓ ସୁପରଷ୍ଟାର କମଲ ହସନ ମୁଖ୍ୟ ଭୂମିକାରେ ନଜର ଆସିବେ । ହେଲେ ରିଲିଜ୍ ପୂର୍ବରୁ ଏହି ଫିଲ୍ମର ନାମ ପରିବର୍ତ୍ତନ କରାଯାଇଥିବା ଶୁଣିବାକୁ ମିଳିଛି । ୨୦୨୪ରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମ ‘ପ୍ରୋଜେକ୍ଟ କେ’ ବଦଳରେ କାଳଚକ୍ର ହୋଇପାରେ ବୋଲି ଜଣାଯାଇଛି ।

ଫିଲ୍ମର ନିର୍ମାତା ଏହାର ନାମ ‘ପ୍ରୋଜେକ୍ଟ କେ’ ବଦଳାଇ କାଳଚକ୍ର  ରଖିବାକୁ ଚିନ୍ତା କରିଛନ୍ତି । ୨୦୨୪ ମସିହା ଜାନୁଆରି ୧୨ ତାରିଖରେ ଏହାର ପ୍ରଥମ ଭାଗ ରିଲିଜ୍ ହେବ । ଫିଲ୍ମଟି ରିଲିଜ୍ ହୋଇ ନ ଥିଲେ ବି ଏହା ୧୭୦କୋଟି ରୋଜଗାର କରିସାରିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ପ୍ରଭାସଙ୍କ ‘ପ୍ରୋଜେକ୍ଟ କେ’ର ନିଜାମ ରାଇଟ୍ସ(ତେଲେଙ୍ଗାନା) ୭୦କୋଟିରେ ବିକ୍ରି ହୋଇଥିଲା । ଏହାକୁ ପ୍ରଯୋଜକ ସୁନୀଲ ନାରଙ୍ଗ କିଣିଥିଲେ । ଏଥିସହ ଫିଲ୍ମର ଆନ୍ଧ୍ରପ୍ରଦେଶର ରାଇଟ୍ସ ପ୍ରାୟ ୧୦୦କୋଟିରେ ବିକ୍ରି ହୋଇଥିବା ଜଣାପଡ଼ିଛି । ଏହି ଫିଲ୍ମଟିକୁ ଲୋକେ ଖୁବ୍ ପସନ୍ଦ କରୁଥିବାରୁ ଭଲ ବ୍ୟବସାୟ କରିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି ।

 

Comments are closed.