ନୂଆଦିଲ୍ଲୀ: ପାକିସ୍ତାନ ମହିଳା ସୀମା ହାଇଦରକୁ ନେଇ ବିବାଦ ଦିନକୁ ଦିନ ତେଜୁଛି । ସୀମା ଓ ତାଙ୍କ ପ୍ରେମିକ ସଚିନଙ୍କୁ ୟୁପି ଏଟିଏସ ଟିମ ଲଗାତାର ୨ ଦିନ ଧରି ଜେରା କରୁଛି । ଜେରାବେଳେ ଅନେକ ରହସ୍ୟର ପର୍ଦ୍ଦାଫାସ କରିଛି ପୋଲିସ । ସତ୍ୟ ଜାଣିବା ପରେ ସୀମାକୁ ନେଇ ସନ୍ଦେହ ଘନୀଭୂତ ହୋଇଛି । ଏଟିଏସ ପ୍ରଶ୍ନର ଉତ୍ତର ସୀମା ଯେପରି ଦେଉଛି, ସେଥିରୁ ସନ୍ଦେହ ହେଉଛି ଯେମିତି କେହି ସୀମାକୁ ଗାଇଡ କରୁଛି ।
ଏଟିଏସ ଟିମ ସୋମବାର ସୀମାକୁ ୮ ଘଣ୍ଟା ଧରି ଜେରା କରିଥିଲେ । ମଙ୍ଗଳବାର ମଧ୍ୟ ଜେରା କରିଛନ୍ତି । ଏ ସବୁ ପ୍ରଶ୍ନର ତ୍ତର ଯେପରି ସୀମା ଦୃଢତାର ଦେଉଥିଲା ତାହାକୁ ଦେଖି ପୁରା ଯାଞ୍ଚ ଟିମ ବି ଚକିତ ହୋଇ ଯାଇଥିଲେ । ସୋମବାର ସୀମୀକୁ କିଛି ଇଂରାଜୀରେ ପଢିବାକୁ ଦିଆଯାଇଥିଲା । ସୀମା ତାହାକୁ ଖୁବ ସୁନ୍ଦର ଏବଂ ନିର୍ଭୁଲ ଭାବେ ଭାବେ ପଢିଥିଲା । ଏପରିକି ଟିକିଏବି ଥଙ୍ଗଥଙ୍ଗ ହୋଇ ନ ଥିଲା ।
ସୀମାର କହିିବା ଅନୁଯାୟୀ ସେ ୫ମ ପଢିଛି । ଗାଁରେ ରହୁଥିଲା । ତଥାପି ଏପରି ଇଂରାଜୀ କହିବା ଏବଂ ପଢିବା ଏଟିଏସ ଟିମର ଚିନ୍ତା ବଢାଇ ଦେଇଛି । ସୀମା ସହ ସଚିନକୁ ମଧ୍ୟ ଜେରା କରୁଛି ଏଟିଏସ ଟିମ । ଉଭୟଙ୍କୁ ଅଲଗାଅଲଗା ରୁମରେ ଜେରା କରାଯାଉଛି ।
ତେବେ ସବୁଠାର ବଡ ଚିନ୍ତାର କାରଣ ହେଉଛି, ସୀମା ଭାରତ-ନେପାଳ ସୀମା ଦେଇ କିପରି ଭାରତ ଆସିଲା ? ଏହା ଆମ ସୁରକ୍ଷା ବ୍ୟବସ୍ଥା ପ୍ରତି ଏକ ପ୍ରଶ୍ନବାଚୀ ସୃ୍ଷ୍ଟି କରିଛି । ଭାରତ-ନେପାଳ ସୀମାରେ ଏସଏସବି କଡା ପହରା ଦେଉଛନ୍ତି । ତା ଭିତରେ ସୀମା ଭାରତ ଆସିଲା କେମିତି ?
ମିଳିଥିବା ଖବର ଅନୁଯାୟୀ, ଯଦି ପ୍ରକୃତରେ ସୀମା ପାକିସ୍ତାନୀ ଏଜେଣ୍ଟ ହୋଇଥିବ ତେବେ ସେ ତାଲିମ ନେଇ ଆସିଥିବ । ଏପରି କ୍ଷେତ୍ରରେ ତାଠାରୁ ସତ ବାହର କରିବା କଷ୍ଟକର । ତେଣୁ ଯାଞ୍ଚ ଟିମ ସୀମାଠାରୁ ସତ ଉଗାଳିବା ପାଇଁ ପ୍ଲାନ ବି ଉପଯୋଗ କରିବେ । ସେତିକି ନୁହେଁ, ସୀମାର ଭାଙ୍ଗି ଯାଇଥିବା ଫୋନରୁ ମଧ୍ୟ ଯେତିକି ଡାଟା ମିଳିଛି ତାକୁ ନେଇ ତଦନ୍ତ ଆଗକୁ ବଢାଇବେ ବୋଲି ଜଣଯାଇଛି ।
Comments are closed.