Latest Odisha News

BREAKING NEWS

ବିଜ୍ଞାପନରୁ ମିଳିଥିବା ପ୍ରଥମ ପାରିଶ୍ରମିକକୁ ଦାନ କରିଦେଲେ ମହେଶ ବାବୁଙ୍କ ଝିଅ

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ମହେଶ ବାବୁଙ୍କ ଝିଅ ସୀତାରା ଆଜିକାଲି ଖୁବ୍ ଚର୍ଚ୍ଚାରେ । ପ୍ରଥମ ବିଜ୍ଞାପନରୁ ମିଳିଥିବା ୧କୋଟି ଟଙ୍କାକୁ ସେ ଦାନ କରି ଦେଇଛନ୍ତି । ଲୋକଙ୍କ ପାଇଁ କାମ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ଏହି ଅର୍ଥକୁ ସେ ଦାନ କରିଦେଇଛନ୍ତି । ଏନେଇ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି । ଝିଅର ଏପରି କାର୍ଯ୍ୟକୁ ନେଇ ମହେଶ ବାବୁ ଓ ନମ୍ରତା ଶିରୋଦକର ଖୁସିବ୍ୟକ୍ତ କରିଛନ୍ତି ।

୧୧ ବର୍ଷିୟା ସିତାରା ଖୁବ୍ ଛୋଟ ବେଳୁ ସେ ସୋସିଆଲ ମିଡ଼ିଆରେ ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି । ସୀତାରା ଏକ ପ୍ରସିଦ୍ଧ ଅଳଙ୍କାର ବ୍ରାଣ୍ଡର ବ୍ରାଣ୍ଡ ଆମ୍ବାସାଡର ହେବା ସହ ତାଙ୍କର ଏକ ବିଜ୍ଞାପନ ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ହୋଇଛି । ଏହି ବିଜ୍ଞାପନ ପାଇଁ ସେ ଏକ କୋଟି ଟଙ୍କା ପାରିଶ୍ରମିକ ପାଇଥିଲେ । ଝିଅର ଏହି ସଫଳତାକୁ ନିଜ ପ୍ରଶଂସକଙ୍କ ସହ ସେୟାର କରିଥିଲେ ମହେଶ ବାବୁ । ଏବେ ଏହି ଅର୍ଥକୁ ସେ ଦାନ କରି ଚର୍ଚ୍ଚାକୁ ଆସିଛନ୍ତି ।

ସିତାରା କହିଛନ୍ତି ଯେ, ଟାଇମ୍ସ ସ୍କୋୟାରରେ ମୋର ଫଟୋ ଓ ବିଜ୍ଞାପନ ଭିଡିଓ ଦେଖି ବାପା ବହୁତ ଭାବପ୍ରବଣ ହୋଇପଡ଼ିଥିଲେ । ଏବେ ମୁଁ ଫିଲ୍ମରେ କାମ କରିବାକୁ ଆଗ୍ରହୀ ।

Comments are closed.