Latest Odisha News

BREAKING NEWS

୨୧ ରେ ଖୋଲିବ ରାହୁଲଙ୍କ ୨୪ ଭାଗ୍ୟ !

ଭୁବନେଶ୍ୱର: ମୋଦି ସାଙ୍ଗିଆ ସମ୍ପର୍କିତ ମାନହାନି ମାମଲା ପ୍ରସଙ୍ଗରେ ଆସନ୍ତା ୨୧ ତାରିଖରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ମାନହାନି ମାମଲାରେ ସୁରଟ କୋର୍ଟ ରାହୁଲଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି।

ଏହା ପରେ ଗୁଜରାଟ ହାଇକୋର୍ଟରେ ମଧ୍ୟ ରାହୁଲଙ୍କୁ ଆସ୍ୱସ୍ତି ମିଳି ନ ଥିଲା। ତଳ କୋର୍ଟଙ୍କ ରାୟକୁ କାଏମ ରଖିଥିଲେ ହାଇକୋର୍ଟ। ତା ପରେ ରାହୁଲ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଛନ୍ତି।

ଏହି ମାମଲାର ତତ୍କାଳ ଶୁଣାଣି ପାଇଁ ନିବେଦନ କରାଯାଇ ଥିବାବେଳେ ସର୍ବୋଚ୍ଚ କୋର୍ଟ ଏଥିରେ ରାଜି ହୋଇଛନ୍ତି। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

ଏ ପ୍ରସଙ୍ଗରେ ସର୍ବୋଚ୍ଚ କୋର୍ଟଙ୍କ ଶୁଣାଣି ଓ ରାୟକୁ ସାଧାରଣରେ ଅପେକ୍ଷା କରାଯାଇଛି। ରାହୁଲ ଗାନ୍ଧୀଙ୍କ ବିରୋଧରେ ଦଣ୍ଡାଦେଶକୁ ନେଇ କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ବିଜେପିକୁ ଟାର୍ଗେଟ କରୁଛନ୍ତି। ଏପରିକି ଏହା ଏକ ବଡ଼ ରାଜନୈତିକ ପ୍ରସଙ୍ଗ ପାଲଟିଛି।

ଏହି ପ୍ରସଙ୍ଗକୁ ନେଇ ରାହୁଲ ଲୋକସଭା ସଦସ୍ୟ ପଦ ହରାଇଥିବା ବେଳେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ରାହୁଲଙ୍କ ରାଜନୈତିକ ଭବିଷ୍ୟତ ମଧ୍ୟ ନିର୍ଭର କରୁଛି। ଏହି ଶୁଣାଣି ଉପରେ କଂଗ୍ରେସ ଓ ବିରୋଧୀଙ୍କ ଆଗାମୀ ରଣନୀତି ମଧ୍ୟ ନିର୍ଭର କରୁଛି।

ତେଣୁ ସୁପ୍ରିମକୋର୍ଟ ତୁରନ୍ତ ଏହି ମାମଲାର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ରାୟ କଣ ଆସିବ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଏପରିକି ରାହୁଲଙ୍କ ପାଇଁ ଏହା ଶେଷ ଆଶା ବୋଲି କୁହାଯାଉଛି।

ସେପଟେ ରାହୁଲ ସୁପ୍ରିମକୋର୍ଟ ଯିବା ପୂର୍ବରୁ ତାଙ୍କ ବିରୋଧରେ ମାନହାନି ମାମଲା କରିଥିବା ଗୁଜୁରାଟ ବିଜେପି ବିଧାୟକ ପୂର୍ଣେଶ ମୋଦି ଆଗୁଆ ସୁପ୍ରିମକୋର୍ଟରେ କ୍ୟାଭିଟ ଫାଇଲ କରିଛନ୍ତି। ଶୁଣାଣି ବେଳେ ତାଙ୍କ କଥା ଶୁଣିବାକୁ ଆଗୁଆ ଗୁହାରି କରିଛନ୍ତି।

ଆଗକୁ ଦେଶର ସାଧାରଣ ନିର୍ବାଚନ ମଧ୍ୟ ଆସୁଛି। ତେଣୁ ଏଭଳି ସ୍ଥିତିରେ ରାହୁଲଙ୍କ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବହୁ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଵିଚାର କରାଯାଉଛି।

Leave A Reply

Your email address will not be published.