ଦୁନିଆରେ ଭିନ୍ନ ଭିନ୍ନ ପ୍ରଜାତିର ଜୀବ ଅଛନ୍ତି । ପ୍ରତ୍ୟେକ ଜୀବ ବିଷୟରେ ଏବେ ବି ସୂଚନା ଅଜଣା ହୋଇ ରହିଛି । ଏବେ ସୋସିଆଲ ମିଡିଆରେ ଫ୍ଲେମିଙ୍ଗୋସ୍ର ଏକ ଭିଡିଓ ଭାଇରାଲ ହେଉଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଏହାକୁ ଯେତେବେଳେ ଦେଖିବେ ଭାବିବେ ଫ୍ଲେମିଙ୍ଗୋସ୍ ୍ ପରସ୍ପରର ରକ୍ତ ପିଉଛନ୍ତି, କିନ୍ତୁ ଏହା ବାସ୍ତବତା ନୁହେଁ । କାରଣ ଜାଣିଲେ ଚକିତ ହୋଇଯିବେ ।
ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଗୋଟିଏ ଫ୍ଲେମିଙ୍ଗୋସ୍ ଅନ୍ୟ ଏକ ଫ୍ଲେମିଙ୍ଗୋସ୍ ମୁଣ୍ଡ ପାଖରେ ଥଣ୍ଟରେ କଣା କରି ରକ୍ତ ବାହାର କରୁଛି ଓ ଛୁଆକୁ ପିଆଉଛି । ଏହି ଦୃଶ୍ୟ ଆପଣଙ୍କୁ ଚକିତ କରିବ ସତ । ବାସ୍ତବରେ ସେୟା ନୁହେଁ । ଆଇଏଫଏସ ଅଧିକାରୀ ପରଭେନ କାସୱାନ ଏହି ଭିଡ଼ିଓକୁ ସେୟାର କରିଛନ୍ତି । ଏଥିରେ ସେ କହିଛନ୍ତି ଯେ, ପ୍ରକୃତିର ଏହା ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ । ଆପଣ ଅନୁଭବ କରିବେ ଯେ ଗୋଟିଏ ଫ୍ଲେମିଙ୍ଗୋସ୍ ଅନ୍ୟଟିର ମୁଣ୍ଡରେ ଆଘାତ କଲା ଏବଂ ରକ୍ତ ବାହାରିବାକୁ ଲାଗିଲା । କିନ୍ତୁ ଏହା ଠିକ ନୁହେଁ । ସେମାନେ ପରସ୍ପରକୁ ଆକ୍ରମଣ କରୁନାହାଁନ୍ତି ବରଂ ତାଙ୍କ ଛୁଆକୁ ଖାଇବାକୁ ଦେଉଛନ୍ତି ।
ରକ୍ତ ପରି ଦେଖାଯାଉଥିବା ତରଳ ପଦାର୍ଥ ପ୍ରକୃତରେ ରକ୍ତ ନୁହେଁ । ତାହା କ୍ଷୀର ଅଟେ । ଯାହାକୁ ସେମାନେ ତାଙ୍କ ପିଲାମାନଙ୍କୁ ଏହିପରି ଖାଇବାକୁ ଦିଅନ୍ତି । ଏହି କ୍ଷୀରରେ ବହୁତ ପ୍ରୋଟିନ୍ ରହିଥାଏ, ଯାହା ପିଲାମାନଙ୍କର ବିକାଶରେ ବହୁତ ସହାୟକ ହୋଇଥାଏ । ଫ୍ଲେମିଙ୍ଗୋସ୍୍ ଏହାକୁ ସେମାନଙ୍କର ଆଲାଇମେଣ୍ଟାରୀ ରେ ପ୍ରସ୍ତୁତ କରନ୍ତି । ହଜମ ହେବା ପୂର୍ବରୁ ଖାଦ୍ୟ ଗଚ୍ଛିତ କରିଥାନ୍ତି । ଗଳାରେ ଏକ ଥଳି ଅଛି, ଯେଉଁଥିରେ ଏହି ସମସ୍ତ ଖାଦ୍ୟ ଗଚ୍ଛିତ ରଖିଥାନ୍ତି । ପିଲାଟି ଭୋକିଲା ଅନୁଭବ କରିବା ମାତ୍ରେ ତାର ବାପା ମା ନିଜ ସନ୍ତାନର ପେଟକୁ ଏହି ଉପାୟରେ ପୂର୍ଣ୍ଣ କରନ୍ତି ।
Comments are closed.