Latest Odisha News

BREAKING NEWS

ମଣିପୁର ପରେ ପଶ୍ଚିମବଙ୍ଗରେ ଭାଇରାଲ ହେଲା ହୃଦୟଥରା ଭିଡିଓ: ଦୁଇ ମହିଳାଙ୍କୁ ନିବସ୍ତ୍ର କରି ପିଟିଲେ

କୋଲକାତା: ମଣିପୁର ପରେ ଏବେ ପଶ୍ଚିମବଙ୍ଗରୁ ଆସିଲା ଲଜ୍ଜାଜନକ ଘଟଣା । ପଶ୍ଚିମବଙ୍ଗରେ ଦୁଇ ଜଣ ମହିଳାଙ୍କୁ ନିବସ୍ତ୍ର କରି ନିସ୍ତୁକ ପିଟିଛନ୍ତି ଦୁବୃର୍ତ୍ତ । ଏହି ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହାର ଭିଡିଓକୁ  ବିଜେପି ମିଡିଆ ସେଲ ପକ୍ଷରୁ ଭାଇରାଲ କରାଯାଇଛି ।

ଦଳ ପକ୍ଷରୁ ଶନିବାର ଦାବି କରାଯାଇଛି ଯେ, ପଶ୍ଚିମବଙ୍ଗର ମାଲଦା ଜିଲ୍ଲରେ ଚଳିତ ସପ୍ତାହ ଆରମ୍ଭରେ କିଛି ଲୋକ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଦୁଇ ଜଣ ମହିଳାଙ୍କୁ ନିବସ୍ତ୍ର କରି ଖୁବ ମାରପିଟ କରିଛନ୍ତି । ଏହି ଘଟଣା ବୁଧବାର ଦିନର ।  ଏହି ଭିଡିଓକୁ ବିଜେପି ଆଇଟି ସେଲ ପ୍ରମୁଖ ଅମିତ ମାଲବିୟ ଶନିବାର ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଭିଡିଓରେ ମହିଳାଙ୍କୁ ଅତି ନୃଶଂସ ଭାବେ ପିଟୁଥିବାର ଦେଖିବାକୁ ମିଳିଛି ।

ଏହି ଘଟଣାରେ ରାଜ୍ୟ ମହିଳା ଏବଂ ଶିଶୁ ସ୍ୱାସ୍ଥ୍ୟମନ୍ତ୍ରୀ ଶଶି ପାଞ୍ଜା କହିଛନ୍ତି, ମହିଳାମାନେ ନିଜ ନିଜ ଭିତରେ ଝଗଡା କରୁଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ରୋକିବା ପାଇଁ ଚେଷ୍ଟା କରୁଛି । ମନ୍ତ୍ରୀ କହିଛନ୍ତି, କିଛି ସମୟ ପରେ ଏହି ମହିଳାମାନେ ସେଠାରୁ ପଳାଇ ଯାଇଛନ୍ତି ।

ପୋଲିସର କହିବା କଥା ହେଉଛି, ଏହି ମହିଳାମାନେ ମାଲଦା ଜିଲ୍ଲାର ବାମନଗୋଲା ବଜାରକୁ ଜିନିଷ ବିକ୍ରି ପାଇଁ ଆସିଥିଲେ । ଲୋକମାନେ ସେମାନଙ୍କ ବିରୋଧରେ ଚୋରି ଅଭିଯୋଗ ଆଣିଥିଲେ । ମାଲବୀୟ ଟୁଇଟ କରି କହିଛନ୍ତି, ପଶ୍ଚିମବଙ୍ଗରେ ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି । ମାଲଦାର ବାମନଗୋଲା  ଥାନା ନିକଟ ପାକୁଆ ହାଟ ଇଲାକାରେ ମହିଳାଙ୍କୁ ନିବସ୍ତ୍ର କରି ନୃଶଂସ ଭାବେ ମାଡ ମାରିଛନ୍ତି । ପୋଲିସ ସେଠାରେ ମୁକ ଦର୍ଶକ ସାଜି  ଛିଡା ହୋଇଛି ।

ସେ କହିଛନ୍ତି, ଏହି ଭୟଙ୍କର ଘଟଣା ଜୁଲାଇ ୧୯ ତାରିଖ ସକାଳେ ହୋଇଥିଲା । ଏହା ଏପରି ନୃଶଂସ ଘଟଣା ଥିଲା ଯେ ମୁଖ୍ୟମନ୍ତ୍ରୀ ମମତା ହୃଦୟ ଭାଙ୍ଗିଯିବା କଥା । ଏହି ଘଟଣାରେ ମମତା  କ୍ଷୋଭ ପ୍ରକାଶ କରିବା ସହିତ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇ ପାରିଥାନ୍ତେ । କାରଣ ସେ ପଶ୍ଚିମ ବଙ୍ଗର ଗୃହମନ୍ତ୍ରୀ ମଧ୍ୟ ଅଛନ୍ତି ।

ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଶଶୀ ପାଞ୍ଜା କହିଛନ୍ତି, ପୋଲିସ ନିଜ ପକ୍ଷରୁ ଏ ନେଇ ଏକ ମାମଲା ରୁଜୁ କରିଛି । ଅପରାଧୀଙ୍କୁ ଖୋଜି ଚିହ୍ନଟ କରିବା ପାଇଁ ଉଦ୍ୟମ ଜାରି ରହିଛି । ବିଜେପି ଏହାକୁ ନେଇ ଅଯଥା ରାଜନୀତି କରୁଛି ।

Comments are closed.