Latest Odisha News

ପୂର୍ବତନ ମାଓ ସଂଗଠନର ଚେତାବନୀ; ବିମାନ ଯୋଗେ ସ୍ଥାନାନ୍ତର ହେବେ ମୈତେଇ ଜାତିର ଲୋକେ

ଇମ୍ଫାଲ: ମଣିପୁର ହିଂସା ଯୋଗୁଁ ହଜାର ହଜାର ଲୋକ ପଡୋଶୀ ରାଜ୍ୟ ମିଜୋରାମକୁ ବିସ୍ଥାପିତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ନିଜ ରାଜ୍ୟକୁ ଫେରିଯିବାକୁ ପୂର୍ବତନ ମାଓ ସଂଗଠନ ପକ୍ଷରୁ ଚେତାବନୀ ମିଳିବା ପରେ ସ୍ଥାନାନ୍ତର କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର। ବିମାନ ଯୋଗେ ମିଜୋରାମରୁ ମଣିପୁରକୁ ସ୍ଥାନାନ୍ତର ହେବେ ମୈତେଇ ଜାତିର ଲୋକେ।

ମଣିପୁର ସରକାର ଆଇଜ୍ୱଲ-ଇମ୍ଫାଲ ଏବଂ ଆଇଜ୍ୱଲ-ସିଲଚର ମଧ୍ୟରେ କାର୍ଯ୍ୟ କରୁଥିବା ସ୍ୱତନ୍ତ୍ର ଏଟିଆର ବିମାନ ଯୋଗେ ସ୍ଥାନାନ୍ତର କରିବାକୁ ଯୋଜନା କରୁଛନ୍ତି। ରିପୋର୍ଟ ଅନୁସାରେ, ମିଜୋରାମ ପୋଲିସ ଆଇଜ୍ୱଲ ସହରରେ ମେତେଇଙ୍କ ସୁରକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି। ସେହିପରି ବିଭିନ୍ନ କଲେଜ ଏବଂ ଶିକ୍ଷା ଅନୁଷ୍ଠାନ ଉପରେ ଅଧିକ ନଜର ରଖାଯାଇଛି।

ସୂଚନା ଥାଉକି ମିଜୋରାମରେ ରହୁଥିବା ମିଜୋ ଲୋକମାନଙ୍କର ମଣିପୁରର କୁକି ଏବଂ ଜୋମି ଜନଜାତି ସହିତ ଗଭୀର ଜାତିଗତ ସମ୍ପର୍କ ଅଛି। ମଣିପୁରରେ ନିର୍ଯାତିତ ହୋଇଥିବା ମହିଳାମାନେ କୁକି ଏବଂ ଜୋମି ଜନଜାତିର ଥିଲେ। ଏଭଳି ପରିସ୍ଥିତିରେ ପୂର୍ବତନ ଆତଙ୍କବାଦୀ ସଂଗଠନ ମିଜୋ ନ୍ୟାସନାଲ ଫ୍ରଣ୍ଟର ସହଯୋଗୀ ସଂଗଠନ ଶାନ୍ତି ଚୁକ୍ତିନାମା, MNF ରିଟର୍ଣ୍ଣିସ୍ ଆସୋସିଏସନ୍(PAMRA) ଏକ ବୟାନ ଜାରି କରିଛି। ଆଇଜ୍ୱଲରେ ପୂର୍ବତନ ମାଓ ସଂଗଠନ ପାମରା ଶୁକ୍ରବାର ଆଇଜ୍ୱଲରୁ ପ୍ରକାଶିତ ଏକ ବିବୃତ୍ତିରେ କହିଛନ୍ତି ଯେ, ମିଜୋରାମରେ ପରିସ୍ଥିତି ତିକ୍ତ ହୋଇପଡିଛି ଏବଂ ମଣିପୁରରେ ଦୁଷ୍କର୍ମକାରୀଙ୍କ ଦ୍ୱାରା କରାଯାଇଥିବା ବର୍ବର ତଥା ଘୃଣ୍ୟ କାର୍ଯ୍ୟ ପରେ ମଣିପୁରର ମେତେଇ ଲୋକଙ୍କ ପାଇଁ ଆଉ ସୁରକ୍ଷିତ ନୁହେଁ।

ପୂର୍ବତନ ମାଓ ସଂଗଠନ କହିଛି ଯେ, ମେ ୪ ରେ ଦୁଇ ଯୁବତୀଙ୍କୁ ଯୌନ ନିର୍ଯାତନା ପରେ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାକୁ ନେଇ ମିଜୋ ଯୁବକମାନେ କ୍ରୋଧିତ ଅବସ୍ଥାରେ ଅଛନ୍ତି। ଏହାକୁ ନେଇ ଆଗକୁ ଭୀଷଣ ଖରାପ ପରିସ୍ଥିତି ସୃଷ୍ଟି ହୋଇପାରେ। ଅନ୍ୟପଟେ ସରକାର ମେତେଇଙ୍କୁ ଏୟାର୍ ଲିଫ୍ଟ ପାଇଁ ଯୋଜନା କରିଛନ୍ତି, ତଥାପି ପ୍ରକ୍ରିୟା କେବେ ଆରମ୍ଭ ହେବ ତାହାର ସବିଶେଷ ତଥ୍ୟ ପ୍ରକାଶ ପାଇନାହିଁ। ରାଜ୍ୟରେ ରହୁଥିବା ମେତେଇଙ୍କୁ ସେମାନଙ୍କ ସୁରକ୍ଷା ପାଇଁ ମିଜୋରାମ ଛାଡିବାକୁ ପରାମର୍ଶ ଦେଇଛନ୍ତି।

Comments are closed.