Latest Odisha News

BREAKING NEWS

ବୈଜ୍ଞାନିକଙ୍କ ଚେତାବନୀ: ପରଗ୍ରହୀ ପଛରେ ପଡି ବିପଦକୁ ଡାକନି

ନୂଆଦିଲ୍ଲୀ: ପରଗ୍ରହୀ ବିଷୟରେ ଅଧିକରୁ ଅଧିକ ତଥ୍ୟ ସଂଗ୍ରହ ନେଇ ସାରା ବିଶ୍ୱର ବୈଜ୍ଞାନିକମାନେ ଗବେଷଣା କରିବାରେ ଲାଗିଛି । ଆମେରିକାର ଏକ ଗୁପ୍ତ ଏଜେନ୍ସି ୟୁଏଫଓ ଓ ପରଗ୍ରହୀ ସମ୍ବନ୍ଧିତ ତଥ୍ୟ ସଂଗ୍ରହ କରୁଛନ୍ତି । ତେବେ ଏହି ରିସର୍ଚ୍ଚ ସେଂଟରର କେତେକ ବୈଜ୍ଞାନିକ ଚେତାବନୀ ଦେଇଛନ୍ତି ଯେ, ତରବରିଆ ଭାବେ ପରଗ୍ରହୀ ସହ ସମ୍ପର୍କ ଯୋଡିଲେ ଏହା ବିଶ୍ୱବାସୀଙ୍କ ପାଇଁ ବିପଦ ଆଣିଦେବ । ପ୍ରଥମ କଥା ସେମାନଙ୍କ ସମ୍ପର୍କରେ ସଠିକ ତଥ୍ୟ ସଂଗ୍ରହ କରିବାକୁ ପଡିବ । ସେମାନେ ଯଦି ଆମଠାରୁ ଟେକ୍ନୋଲୋଜିରେ ଦୃଢ଼ ହୋଇଥିବେ ତାହାହେଲେ ଏହା ଆତ୍ମଘାତୀ ସଦୃଶ ହେବ । ସମୟ ଅନୁସାରେ ଯଦି ସବୁ କିଛି ଠିକଠାକ ରୁହେ ତାହାହେଲେ ସେନା, କର୍ପୋରେଟ କିମ୍ବା ବୈଜ୍ଞାନିକଙ୍କ ମାଧ୍ୟମରେ ଯୋଗାଯୋଗ ସ୍ଥାପନ ହୋଇପାରେ ।

ନାସା ଅନ୍ତରୀକ୍ଷକୁ ବିଭିନ୍ନ ପ୍ରକାରର ସିଗ୍ନଲ ପଠାଉଛି ଓ ଏହି ଗୁପ୍ତ ଏଜେନ୍ସି ଟେକ୍ନୋଲୋଜି ସିଗ୍ନେଚର ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥାଏ । ଏ ପର୍ଯ୍ୟନ୍ତ ସଠିକ ଭାବେ କେହି କହି ପାରି ନାହାନ୍ତି ଯେ, ପରଗ୍ରହୀ ଅଛନ୍ତି । ଗବେଷଣାରେ ସଫଳ ହେଲେ ମଧ୍ୟ ଏହା ଆମକୁ ସର୍ବଦା ଫାଇଦାରେ ରଖିବ ଭାବିବା ଭୁଲ । ଜନୈକ ବୈଜ୍ଞାନିକ ଉଦାହରଣ ଦେଇ କହିଥିଲେ, କ୍ରିଷ୍ଟୋଫର କୋଲମ୍ବସ ଯେତେବେଳେ ୟୁରୋପରୁ ଆମେରିକା ପଂହଚିଲେ ସେ ଲୋକଙ୍କୁ ମାରିଥିଲେ, ଦାସ କରାଇଥିଲେ । ପରଗ୍ରହୀ ଆସିଲେ ଏହାର ଆଶଙ୍କା ମଧ୍ୟ ରହିଛି ।

Comments are closed.