Latest Odisha News

ଅନ୍‌ଲାଇନ୍‌ରୁ ଖାଦ୍ୟ ଅର୍ଡ଼ର କରି ଠକାମୀର ଶିକାର ହେଲେ ଆକାଂକ୍ଷା

ମୁମ୍ବାଇ: ସାଧାରଣତଃ ଲୋକେ ଅନଲାଇନରେ ଅନେକ ଜିନିଷ ଅର୍ଡର କରିଥାନ୍ତି । କାରଣ ଘରେ ବସି ପ୍ରତ୍ୟେକ ଜିନିଷ ହାତପାହାନ୍ତାରେ ପହଞ୍ଚିଯାଏ । ସେଥିଲାଗି ଲୋକେ ଅନ୍‌ଲାଇନ୍‌ରୁ ଡ଼୍ରେସଠାରୁ ଆରମ୍ଭ କରି ତେଜରାତି, ଖାଦ୍ୟ ଆଦି ବିଭିନ୍ନ ଜିନିଷ ଅର୍ଡ଼ର କରନ୍ତି । ଏବେ ଅନ୍‌ଲାଇନରୁ ଅର୍ଡ଼ର କରିବା ଯେତିକି ସହଜ ହେଉଛି ସେତିକି ବିପଦରେ ବି ପକାଉଛି । ଅନ୍‌ଲାଇନ୍ ମାଧ୍ୟମରେ ଅନେକ ଠକାମୀର ଶୀକାର ହେଉଛନ୍ତି । ନିକଟରେ ଅନ୍‌ଲାଇନ୍‌ରୁ ଖାଦ୍ୟ ଅର୍ଡ଼ର କରି ଠକାମୀର ଶିକାର ହୋଇଛନ୍ତି ଛୋଟ ପରଦାର ଅଭିନେତ୍ରୀ ଆକାଂକ୍ଷା ଜୁନେଜା । ସେ ଅନ୍‌ଲାଇନ୍‌ରୁ ଖାଦ୍ୟ ଅର୍ଡ଼ର କରି ୩୦ ହଜାର ଟଙ୍କା ଠକାମୀର ଶିକାର ହୋଇଛନ୍ତି ।

ଆକାଂକ୍ଷା କହିଛନ୍ତି ଯେ, ମୁଁ ଅନ୍‌ଲାଇନ୍‌ରୁ ଖାଦ୍ୟ ବରାଦ କରୁଥିଲି । ମୋତେ ଏକ ନମ୍ବରରୁ କଲ୍ ଆସିଲା । ସେ ମୋତେ ମୋର ଅର୍ଡ଼ର ନିଶ୍ଚିତ କରିବାକୁ ଏକ ଲିଙ୍କ୍ ପଠାଇଲେ । ସେହି ଲିଙ୍କ୍‌ରେ କ୍ଲିକ୍ କରିବା ମାତ୍ରେ ଆକାଉଣ୍ଟରୁ ପ୍ରଥମେ ୧୦ ହଜାର ଟଙ୍କା କଟିଗଲା । ତାହାର କିଛି ସମୟ ମଧ୍ୟରେ ଆଉ ୨ ଥରରେ ୧୦ ହଜାର ଓ ୧୦ ହଜାର କର ୨୦ ହଜାର ଟଙ୍କା ଆକାଉଣ୍ଟରୁ କଟିଗଲା । ମାତ୍ର ୧୫ ମିନିଟ୍ ଭିତରେ ମୋ ଆକାଉଣ୍ଟରୁ ୩୦ ହଜାର ଟଙ୍କା କଟିଯାଇଛି । ପରେ ମୁଁ ବ୍ୟାଙ୍କ୍‌କୁ କଲ୍ କରି ଆକାଉଣ୍ଟକୁ ବ୍ଲକ୍ କରିଦେଇଛି ।

Comments are closed.