Latest Odisha News

BREAKING NEWS

Ramayan Backlash: କୈକେୟୀଙ୍କ କଷ୍ଟ୍ୟୁମ ଉପରେ ଟିପ୍ପଣୀ, ମୁହଁ ଖୋଲିଲେ ଲାରା

ବ୍ୟୁରୋ: ରିଲିଜ୍ ପୂର୍ବରୁ, ରିଲିଜ୍ ସମୟରେ ଆଉ ରିଲିଜ୍ ପରେ ଚର୍ଚ୍ଚାର୍ରେ ଚଳଚ୍ଚିତ୍ର ରାମାୟଣ । ଫିଲ୍ମ ବକ୍ସ ଅଫିସରେ ଖୁବ୍ ଭଲ ବିଜନେସ୍ କରୁଥିବା ବେଳେ ମୁଭିକୁ ମିଳୁଛି ମିକ୍ସ ରେସପନ୍ସ । କେତେବେଳେ ଫିଲ୍ମର ଷ୍ଟାରକାଷ୍ଟ ନେଇ ତ କେବେ ସଂଳାପ ଆଉ ଗୀତକୁ ନେଇ ଖୁବ୍ ସମାଲୋଚନାର ଶିକାର ହୋଇଛି ରାମାୟଣ ଫିଲ୍ମ । ଏବେ କିନ୍ତୁ ଟ୍ରୋଲିଂରେ କୈକେୟୀ ଭୂମିକାରେ ଥିବା ଲରା ଦତ୍ତଙ୍କ ପୋଷାକ । ଶ୍ରୀରାମଙ୍କ ଭୂମିକାରେ ରଣବୀର କପୁର ଓ ମା ସୀତାଙ୍କ ଭୂମିକାରେ ସାଇ ପଲ୍ଲବୀ ଷ୍ଟାରର ଏହି ପୌରାଣୀକ ମହାକାବ୍ୟ ରାମାୟଣ ଚଳଚ୍ଚିତ୍ରରେ କୈକେୟୀ ଭୂମିକାରେ ନଜର ଆସିଛନ୍ତି ଅଭିନେତ୍ରୀ ଲାରା ଦତ୍ତ । ସେଥିରେ କୈକେୟୀ ଭୂମିକାରେ ପିନ୍ଧିଥିବା ପୋଷାକକୁ ନେଇ ତାଙ୍କୁ ଖୁବ୍ ସମାଲୋଚନାର ସାମ୍ନା ହେବାକୁ ପଡିଛି ।

ଟ୍ରେଲର ରିଲିଜ୍ ପରଠାରୁ ହିଁ ଫିଲ୍ମର ପ୍ରତ୍ୟେକ ଜିନିଷକୁ ନେଇ ସମାଲୋଚନା କରାଯାଇଥିଲା । ଲାରା ଦତ୍ତଙ୍କ କଷ୍ଟ୍ୟୁମକୁ ନେଇ ମଧ୍ୟ ହୋଇଥିଲା ଟ୍ରୋଲ୍ । ଯାହାକୁ ନେଇ ମୁହଁ ଖୋଲିଛନ୍ତି ଅଭିନେତ୍ରୀ । ଜଣେ ମହାରଣୀ ଏପରି ଶାଢୀ ପିନ୍ଧିବା ସୁଟ୍ କରିଲାନାହିଁ ବୋଲି ଟ୍ରୋଲ୍ କରା ଯାଇଛି । କଣ ତ୍ରେତୟା ଯୁଗରେ ପ୍ଲେନ୍ ର’ ସିଲ୍କ ଶାଢୀ ଥିଲା ଯାହା କୈକେୟୀ ପିନ୍ଧିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ନିଟିଜେନ୍ସ ।ଷ୍ଟୋନ ବର୍ଡର ସହ କନଟ୍ରାଷ୍ଟ ରଙ୍ଗର ବ୍ଲାଉଜ୍ ଥିଲା ବୋଲି କି ପ୍ରଶ୍ନ କରିଛନ୍ତି । ଏତେ ସମାଲୋଚନା ପରେ ମୁହଁ ଖୋଲିଛନ୍ତି ଲାରା । ଏକ ଇଂଟରଭ୍ୟୁରେ ଲାରା କହିଛନ୍ତି, କିଛି ସ୍ୱତନ୍ତ୍ର ପୋଷାକ କୈକେୟୀ ଭୂମିକା ପାଇଁ ତିଆରି ହୋଇଥିଲା । ଯାହା ଟିକେ ଭିନ୍ନ ଦେଖାଯିବ । କିନ୍ତୁ ଏଇ ଛୋଟ କଷ୍ଟ୍ୟୁମ କଥାକୁ ଏତେ ବଡ କରିବାକୁ ଚେଷ୍ଟା କରି ଖୁଣ ବାହାର କରୁଛନ୍ତି ଲୋକ । ଫିଲ୍ମରେ ରାମଙ୍କ ଭୂମିକାରେ ରଣବୀର ଓ ସୀତାଙ୍କ ଭୂମିକାରେ ସାଇ ପଲ୍ଲବୀଙ୍କୁ ପସନ୍ଦ କରୁନାହାନ୍ତି ଫିଲ୍ମପ୍ରେମୀ । ତେଣୁ ଲଗାତର ଭାବେ କାଷ୍ଟିଂକୁ ନେଇ ସମାଲୋଚନା କରାଯାଉଛି ।

Leave A Reply

Your email address will not be published.