Latest Odisha News

BREAKING NEWS

ଜମ୍ମୁ କଶ୍ମୀରରେ ଆକ୍ସନ ମୋଡରେ ସେନା: ୫୦ ଦିନରେ ୨୧ ଆତଙ୍କୀ ନିପାତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଏବେ ଆକ୍ସନ ମୋଡରେ ସୁରକ୍ଷା କର୍ମୀ । ଗତ କିଛି ଦିନ ହେବ ସୁରକ୍ଷାକର୍ମୀ-ଆତଙ୍କୀ ମୁହାଁମୁହିଁ ଖବର ନିୟମିତ ଘଟୁଥିବା ଦେଖିବାକୁ ମିଳୁଛି । ଗତ ୨ ଦିନ ମଧ୍ୟରେ ସୁରକ୍ଷା କର୍ମୀ ପୁଞ୍ଛ ଜିଲ୍ଲାରେ ୬ ଆତଙ୍କୀଙ୍କୁ ନିପାତ କରି ସାରିଲେଣି । ଏକ ରିପୋର୍ଟ ଅନୁଯାୟୀ, ଜୁନ ଏବଂ ଜୁଲାଇରେ ଜମ୍ମୁ-କାଶ୍ମୀରରେ ସର୍ବାଧିକ ଆତଙ୍କୀଙ୍କୁ ମାରିଛନ୍ତି ସୁରକ୍ଷାକର୍ମୀ । ଜୁନ ୧ରୁ ଜୁଲାଇ ୨୦ ତାରିଖ ମଧ୍ୟରେ ସେନା ଅପରେସନରେ ୨୧ ଆତଙ୍କୀଙ୍କର ମୃତ୍ୟୁ ଘଟିଛି । ସେହିପରି ଜାନୁଆାରୀରୁ ମେ’ ଭିତରେ ଭାରତୀୟ ସୁରକ୍ଷା ବଳ ୧୪ ଆତଙ୍କୀଙ୍କୁ ନିପାତ କରିଛି ।

ଜାନୁଆରୀରୁ ଏପ୍ରିଲ ମଧ୍ୟରେ ଜମ୍ମୁ କାଶ୍ମୀରରେ ନିପାତ କରାଯାଇଥିବା ଆତଙ୍କୀଙ୍କ ସଂଖ୍ୟା ଯଥେଷ୍ଟ କମ ଥିଲା। ଟାଇମ୍ସ ଅଫ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ଜାନୁଆରୀରେ ମାତ୍ର ୪ ଜଣ ଆତଙ୍କୀ ମରିଥିଲେ । ଫେବ୍ରୁଆରୀରେ ତିନି, ମାର୍ଚ୍ଚରେ ଜଣେ ଏବଂ ଏପ୍ରିଲରେ ନିହତ ଆତଙ୍କୀଙ୍କ ସଂଖ୍ୟା ଶୂନ୍ୟ ଥିଲା ।

ହେଲେ ମେ’ ମାସରେ ୬ ଆତଙ୍କୀଙ୍କୁ ନିପାତ କରିଥିଲେ ଭାରତୀୟ ଯବାନ । ଅବଶ୍ୟ ଶୀତ ଦିନରେ ବରଫପାତ ଯୋଗୁ ଏହି ସମୟରେ ଅନୁପ୍ରବେଶ କମ ଥାଏ । ହେଲେ ଯେମିତି ବରଫ ତରଳିବା ଆରମ୍ଭ କରିବ ସେମିତି ଆତଙ୍କୀଙ୍କ ଅନୁପ୍ରବେଶ ବୃଦ୍ଧି ପାଇବ ।

ଚଳିତବର୍ଷ  ୧ ଜାନୁଆରୀରୁ ୨୦ ଜୁଲାଇ ଏବଂ  ୨୦୨୨  ୧ ଜାନୁ୍ଆରୀରୁ ୨୦ ଜୁଲାଇକୁ ତୁଳନା କଲେ ଜଣାଯାଏ ଗତବର୍ଷ ଅଧିକ ଆତଙ୍କୀଙ୍କୁ ନିପାତ କରାଯାଇଥିଲା । ଏହି ସଂଖ୍ୟାରେ ଚଳିତବର୍ଷ ତୁଳନାରେ ୭୪ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି । ସୁରକ୍ଷା କର୍ମୀଙ୍କ ଉଦ୍ୟମ ଏବଂ ସ୍ଥାନୀୟ ଲୋକ ଆତଙ୍କୀ ସଂଗଠନରେ ନ ମିଶିବା କାରଣରୁ ଏହି ସଂଖ୍ୟା ହ୍ରାସ ପାଇଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି । ଚଳିତ ଜାନୁ୍ଆରୀ ୧ରୁ ଜୁଲାଇ ୨୦ ମଧ୍ୟରେ ଜମ୍ମୁରେ ୩୫ ଜଣ ଆତଙ୍କୀ ନିପାତ ହୋଇଥିବାବେଳେ ଗତ ବର୍ଷ ୧୩୧ ଆତଙ୍କୀଙ୍କୁ ନିପାତ କରା ଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ, ୨୦୨୨ ଜାନୁଆରୀରୁ ଜୁଲାଇ ମଧ୍ୟରେ ୯୫ ଜର ସ୍ଥାନୀୟ ଆତଙ୍କବାଦୀ ନିପାତ ହୋଇଥିଲେ । ଚଳିତ ବର୍ଷ ସେହି ସମୟ ମଧ୍ୟରେ ୮ ଜଣ ସ୍ଥାନୀୟ ଆତଙ୍କୀ ନିପାତ ହୋଇଛନ୍ତି । ସେହିପରି ଗତବର୍ଷ ଜାନୁଆରୀରୁ ଜୁଲାଇ ମଧ୍ୟରେ ୩୬ ବିଦେଶୀ ଆତଙ୍କୀଙ୍କୁ ହତ୍ୟା କରାଯାଇଥିବାବେଳେ ଚଳିତବର୍ଷ ସେହି ସମୟ ମଧ୍ୟରେ ୨୭ ଜଣଙ୍କୁ ନିପାତ କରାଯାଇଛି ।

Comments are closed.