Latest Odisha News

BREAKING NEWS

ଟିମ୍ ଇଣ୍ଡିଆକୁ ଆଉ ଫେରିବେ ନାହିଁ ରବୀନ୍ଦ୍ର ଜାଡେଜା ? ୨୦୨୭ ବିଶ୍ୱକପ୍ ଯୋଜନାକୁ ନେଇ ବଡ଼ ଖୁଲାସା

ନୂଆଦିଲ୍ଲୀ:ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଘୋଷିତ ଭାରତୀୟ ଦିନିକିଆ ସ୍କ୍ୱାଡ୍‌ରୁ ଅଭିଜ୍ଞ ଅଲ୍-ରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ବାଦ ଦିଆଯିବା ପରେ କ୍ରିକେଟ୍ ଦୁନିଆରେ ଚର୍ଚ୍ଚା ଜୋର୍ ଧରିଛି । ଏହାପରେ ଦିନିକିଆ କ୍ରିକେଟ୍‌ରେ ଜାଡେଜାଙ୍କ କ୍ୟାରିୟର୍ ଶେଷ ହୋଇଯାଇଛି କି ନାହିଁ, ସେ ନେଇ ପ୍ରଶ୍ନ ଉଠିଛି । ବିସିସିଆଇ ଦ୍ୱାରା ଘୋଷିତ ଦିନିକିଆ ସିରିଜ୍ ପାଇଁ ଜାଡେଜାଙ୍କୁ କୌଣସି ପର‌୍ୟ୍ୟାୟରେ ସାମିଲ କରାଯାଇ ନାହିଁ । ତାଙ୍କ ବଦଳରେ ଦଳରେ ଅକ୍ଷର ପଟେଲ ଏବଂ ନମନ ଧୀରଙ୍କ ପରି ସ୍ପିନ-ଅଲ୍-ରାଉଣ୍ଡରଙ୍କୁ ସୁଯୋଗ ଦିଆଯାଇଛି । ରିପୋର୍ଟ ମୁତାବକ, ଆଗାମୀ ୨୦୨୭ ଦିନିକିଆ ବିଶ୍ୱକପକୁ ଦୃଷ୍ଟିରେ ରଖି ସିଲେକ୍ଟରମାନେ ବର୍ତ୍ତମାନଠାରୁ ଯୁବ ଖେଳାଳିମାନଙ୍କୁ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ।

ଏହି କାରଣରୁ ବରିଷ୍ଠ ଖେଳାଳିଙ୍କ ବଦଳରେ ଅନ୍ୟ ବିକଳ୍ପଗୁଡ଼ିକ ଉପରେ ଧ୍ୟାନ ଦିଆଯାଉଛି । ଗତ କିଛି ଦିନ ହେବ ଦିନିକିଆ କ୍ରିକେଟ୍‌ରେ ଜାଡେଜାଙ୍କ ପ୍ରଦର୍ଶନ ଆଶାନୁରୂପକ ନଥିଲା । ବିଶେଷକରି ବୋଲିଂରେ ସେତେଟା ସଫଳତା ପାଇ ନଥିବା କାରଣରୁ ମଧ୍ୟ ତାଙ୍କୁ ଦଳରୁ ବାଦ ଦିଆଯାଇଛି । ଯଦିଓ ତାଙ୍କୁ ଦିନିକିଆରୁ ବାଦ ଦିଆଯାଇଛି, ତଥାପି ସେ ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଟେଷ୍ଟ ସ୍କ୍ୱାଡ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଛନ୍ତି । ସେ ପୂର୍ବରୁ ୨୦୨୪ ଟି-୨୦ ବିଶ୍ୱକପ୍ ପରେ ଟି୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇସାରିଛନ୍ତି ।

Leave A Reply

Your email address will not be published.