Latest Odisha News

ଏମିତି ଦୋକାନ ଯାହା ୪ ବର୍ଷରେ ଗୋଟେ ଦିନ ଖୋଲେ, କିଛି ସମୟରେ ସରିଯାଏ ସବୁ ଖାଦ୍ୟ

ରାଜସ୍ଥାନ: ଏହାର ଶୀର୍ଷକ ପଢିବା ପରେ ଆପଣଙ୍କୁ ଟିକେ ଖଟ୍‌କା ଲାଗିପାରେ । ଆପଣ ଭାବୁଥିବେ ଗୋଟେ ଦିନ ଦୋକାନ ବନ୍ଦ କଲେ ବ୍ୟବସାୟରେ ବହୁତ କ୍ଷତି ହୋଇଥାଏ । କିନ୍ତୁ ଏହା କି ଦୋକାନ ଯେ, ୪ ବର୍ଷରେ ଗୋଟେ ଦିନ ଖୋଲେ । ଘଟଣାଟି ସତ । ରାଜସ୍ଥାନର ବାରମର ଜିଲାରେ ରହିଛି ଏହି ଦୋକାନ, ଯାହାର ଚାହିଦା ବେଶୀ ।

ପଶ୍ଚିମ ରାଜସ୍ଥାନର ବାରମର୍ ଜିଲ୍ଲାରେ ରହିଛି ଏହି ଦୋକାନ । ଯେଉଁଠି ୨ ଟି କୋଫତା ମାତ୍ର ୫ ଟଙ୍କାରେ ମିଳିଥାଏ । କାରଣ ଏହି ଦୋକାନର କୋଫତାର ଚାହିଦା ବେଶୀ । ଏହାର ପ୍ରସ୍ତୁତ ପ୍ରଣାଳୀ ବି ସ୍ୱତନ୍ତ୍ର । ସେଥିଲାଗି ଦୂର ଦୂରାନ୍ତରୁ ଲୋକେ ଏହାକୁ ଖାଇବାକୁ ଭିଡ଼ ଜମାନ୍ତି । ସବୁଠୁ ବଡ଼ କଥା, ଏହି କୋଫତାରେ ଶୁଖିଲା ଫଳ, ଡାଳିମ୍ବ ବ୍ୟବହାର କରାଯାଉଛି । ଏହା ନୁହେଁ ଯେ ଏହି କୋଫତାଗୁଡିକ ଖରାପ ଗୁଣବତ୍ତା କିମ୍ବା ଆକାରରେ ବହୁତ ଛୋଟ । ଶୁଖିଲା ଫଳ ମିଶାଇବାରୁ ଏହାର ସ୍ୱାଦ ବଢିଥାଏ । ଏହି ଦୋକାନ ୪ ବର୍ଷକୁ ଗୋଟିଏ ଦିନ ଖୋଲୁଥିବାରୁ କିଛି ସମୟରେ କୁଇଣ୍ଟାଲ କୁଇଣ୍ଟାଲ କୋଫତା ଶେଷ ହୋଇଯାଏ ।

ଦୋକାନନ ମାଲିକ କୌଳାଶ ପୁରୀ କହିଛନ୍ତି ଯେ, ଅଧା ଡଜନ କାରିଗର ତାଙ୍କ ଷ୍ଟଲରେ ଏହି କୋଫତା ପ୍ରସ୍ତୁତ କରୁଛନ୍ତି । ଗୋଟିଏ ଦିନ ପାଇଁ କୋଫତା ୩.୫ କ୍ୱିଣ୍ଟାଲ ଆଳୁ, ୨ କ୍ୱିଣ୍ଟାଲ ମଇଦା, ୧୦ କିଲୋଗ୍ରାମ ଡାଳିମ୍ବ, ୧୦ କିଲୋଗ୍ରାମ କାଜୁ-କିସମିସ ସହିତ ଏହା ପ୍ରସ୍ତୁତ କରାଯାଉଛି । ଏହି ସ୍ୱତନ୍ତ୍ର କୋଫତାଗୁଡିକରେ ୩.୫ କ୍ୱିଣ୍ଟାଲ୍ ମସଲା ଦିଆଯାଇଥାଏ । ଏକ କ୍ୱିଣ୍ଟାଲ ମସଲା ରୁ ୩୫୦୦ କୋଫତା ତିଆରି କରାଯାଏ । ଅଧା ଡଜନ କାରିଗର ସେମାନଙ୍କୁ ୮ ରୁ ୧୦ ଘଣ୍ଟା ପରିଶ୍ରମ ସହିତ ପ୍ରସ୍ତୁତ କରନ୍ତି । କାରିଗରମାନେ ରାତି୨ ଟାରୁ ସେମାନେ ପ୍ରସ୍ତୁତିରେ ଲାଗିପଡ଼ନ୍ତି, ତାପରେ ଯେତେବେଳେ ଲୋକମାନେ ଏଠାରେ ପହଞ୍ଚନ୍ତି, ସେମାନଙ୍କୁ ଗରମ କୋଫତା ପରିବେଷଣ କରାଯାଏ ।

Comments are closed.