Latest Odisha News

BREAKING NEWS

ଦେଶର ସବୁଠୁ ଗରିବ ବିଧାୟକ: ପାଖରେ ଅଛି ମାତ୍ର ୧ ଟଙ୍କା

କୋଲକାତା : ଆଜିକାଲି ସମସ୍ତ ମନ୍ତ୍ରୀ,ବିଧାୟକ,ସାଂସଦ ସମସ୍ତ ପାଖରେ ପର୍ଯ୍ୟାପ୍ତ ସମ୍ପତ୍ତି ସହ ବିଳାସପୂର୍ଣ୍ଣ କାର,ଘର ରହିଥାଏ । କିନ୍ତୁ ଏମିତି ଜଣେ ବିଧାୟକ ଅଛନ୍ତି, ଯାହାଙ୍କ ଆକାଉଣ୍ଟରେ ମାତ୍ର ୧ ଟଙ୍କା ରହିଛି । ସେଥିଲାଗି ସେ ଏବେ ଦୁନିଆର ସବୁଠୁ ଗରିବ ବିଧାୟକ ଭାବେ ବିବେଚିତ ହୋଇଛନ୍ତି ।
ପଞ୍ଚିମବଙ୍ଗର କୁଶମୁରୀ ଗାଁର ବାସିନ୍ଦା ନିର୍ମଳ କୁମାର ଧାରା । ୧୯୮୨ ମସିହା ମାର୍ଚ୍ଚ ୩୧ ତାରିଖରେ ଜନ୍ମ ହୋଇଥିଲେ ନିର୍ମଳ । ନିର୍ମଳ ବର୍ଦ୍ଧମାନ ବିଶ୍ୱବିଦ୍ୟାଳୟରୁ ଇଂରାଜୀରେ ଏମ କରିଛନ୍ତି । ସେ ୨୦୦୯ରେ ନିଜର ସ୍ନାତକୋତ୍ତର ଶେଷ କରିଥିଲେ । ତାଙ୍କ ସ୍ତ୍ରୀ ଅନୁରାଧା ଧାରା ଜଣେ ଗୃହିଣୀ । ତାଙ୍କର ଗୋଟେ ଝିଅ ଅଛନ୍ତି । ବିଧାୟକ ହେବା ପୂର୍ବରୁ ସେ ଟ୍ୟୁସନ କରି ଚଳୁଥିଲେ । ସେ ଏବେ ଭାରତୀୟ ଜନତା ପାର୍ଟିର ବିଧାୟକ । ତାଙ୍କର ମୋଟ ସମ୍ପତ୍ତି ମାତ୍ର ୧,୭୦୦ ଟଙ୍କା । ନିର୍ମଳଙ୍କର ଘର କିମ୍ବା ଗାଡି ନାହିଁ ଏବଂ ତାଙ୍କ ନାମରେ ବୀମା ପଲିସି ବି ନାହିଁ । କୌଣସି ବ୍ୟକ୍ତିଗତ ଋଣ ନାହିଁ କି ଅଳଙ୍କାର ମଧ୍ୟ ନାହିଁ । ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ରହିଛି ମାତ୍ର ଗୋଟିଏ ଟଙ୍କା । ତେଣୁ ସେ ଏବେ ଭାରତର ସବୁଠାରୁ ଗରିବ ବିଧାୟକ ଭାବେ ବିବେଚିତ ହୋଇଛନ୍ତି ।

ନିକଟରେ ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଏବଂ ନ୍ୟାଶନାଲ ଇଲେକ୍ସନ ୱାଚ (ଏନଇଡବ୍ଲୁ) ସମଗ୍ର ଭାରତର ସମସ୍ତ ବିଧାୟକଙ୍କ ସତ୍ୟପାଠକୁ ବିଶ୍ଳେଷଣ କରିଛି । ୨୮ଟି ରାଜ୍ୟର ବିଧାନସଭା ଏବଂ ଦୁଇଟିକେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ୪,୦୩୩ ବିଧାୟକଙ୍କ ମଧ୍ୟରୁ ୪,୦୦୧ଙ୍କର ସତ୍ୟପାଠ ବିଶ୍ଳେଷଣ କରାଯାଇଥିଲା । ବିଶ୍ଳେଷଣରୁ ଜଣାପଡିଛି ଯେ,ଭାରତୀୟ ଜନତା ପାର୍ଟି ବିଧାୟକ ନିର୍ମଳ କୁମାର ଧାରା ହେଉଛନ୍ତି ସବୁଠାରୁ ଗରିବ ବିଧାୟକ ।

ନିର୍ମଳ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବାଙ୍କୁରା ଜିଲାର ଇନ୍ଦାସ ନିର୍ବାଚନମଣ୍ଡଳୀରୁ ଭାଜପା ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ ।

Comments are closed.