Latest Odisha News

କବିତା : ତୁମେ ଆସିବ ବୋଲି

ଡମ୍ବରୁଧର ବେହେରା

ପ୍ରେମର ସରସ ଜଳେ
ଅପେକ୍ଷା କରିଛି
ମୁହଁ ଆଉ ଉଠରେ
ହସର ଲିପିଷ୍ଟିକ୍ ମାଖି
ଆଖିରେ ଆଖିଏ ସ୍ବପ୍ନ ନେଇ
ସବୁଜ ଶାଢ଼ୀ ପିନ୍ଧି

ମନ,ପ୍ରାଣ,ହୃଦୟରେ
ଆଶାର ଦୀପାଳି ଜାଳି
ପୂର୍ଣ୍ଣିମା ଜହ୍ନର ଆଲୁଅରେ
ଯୁଗଳ ସାରସ ପରି

ତୁମ ପ୍ରେମ ଓ ପ୍ରଣୟର
ଜଳ ଶୂନ୍ୟ
ଜଳଦର ଜଳନ ମନ ନେଇ
ଜଳିବାକୁ ଭଲ ପାଇ
କେବଳ ତୁମରି ପାଇଁ
ତୁମେ ମୋର ମୁଁ ତୁମର
ହେବାକୁ ହେବା ପାଇଁ
କାହାକୁ କିଛି ନକହି
ତୁମ ଲାଗି ତୁମ ପାଇଁ
ଏକା ଏକା ଶରତ ଋତୁର
ଶରଦ ଜହ୍ନ ଆଲୁଅରେ
ତୁମକୁ, ତୁମ ବାଟକୁ ଚାହିଁ
ହୃଦୟ କବାଟ ଖୋଲି
ମନର ମଣିଷ ବୋଲି
ତୁମେ ଆସିବ ବୋଲି……!!

ଜବାହର ନବୋଦୟ ବିଦ୍ୟାଳୟ
ପାରଳାଖେମୁଣ୍ଡି,ଗଜପତି(ଓଡ଼ିଶା)
ସମ୍ପର୍କ:୯୪୩୭୭୮୮୪୬୪

Comments are closed.