Latest Odisha News

BREAKING NEWS

ଭାରତ ମଣ୍ଡପମ୍‌ର ଉଦଘାଟନ କଲେ ମୋଦୀ, ବିଶ୍ୱ ଅର୍ଥନୀତିର ଟପ୍-୩ ତାଲିକାରେ ସାମିଲ ହେବ ଭାରତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଥିବା ଅନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର (ଆଇଇସିସି) ସୌଧକୁ ଉତ୍ସର୍ଗ କରିଛନ୍ତି। ସେ ଜି-୨୦ ମୁଦ୍ରା ଏବଂ ଜି-୨୦ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଡ୍ରୋନ୍ ମାଧ୍ୟମରେ କରାଯାଇଥିବା ସମ୍ମିଳନୀ କେନ୍ଦ୍ରର ନାମକରଣ “ଭାରତ ମଣ୍ଡପମ୍‌” ତଥା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସମାରୋହର ସାକ୍ଷୀ ରହିଥିଲେ। ବିଜେପି ନେତୃତ୍ୱାଧୀନ ଏନଡିଏ କ୍ଷମତାକୁ ଆସିବା ପରେ ଭାରତର ଅର୍ଥନୀତି ବିଶ୍ୱର ତୃତୀୟ ସ୍ଥାନରେ ପହଞ୍ଚିବ ବୋଲି ମୋଦି କହିଛନ୍ତି।

BjdElectrycity

ଭଗବାନ୍ ବାସଭେଶ୍ୱରଙ୍କ ଅନୁଭବ ମଣ୍ଡପମ୍ ହେଉଛି ଭାରତ ମଣ୍ଡପମ୍ ନାମ ପଛର ପ୍ରେରଣା। ଏହି ଅବସରରେ କେନ୍ଦ୍ର ବ୍ୟାପାର ଏବଂ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲ, ଅନ୍ୟ କେନ୍ଦ୍ର ମନ୍ତ୍ରୀ ତଥା ଅଗ୍ରଣୀ ଶିଳ୍ପ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଅନୁଯାୟୀ ପ୍ରାୟ ୨୭୦୦ କୋଟି ଟଙ୍କା ବ୍ୟୟରେ ଜାତୀୟ ପ୍ରକଳ୍ପ ଭାବରେ ବିକଶିତ ହୋଇଥିବା ପ୍ରଗତି ମଇଦାନରେ ଥିବା ନୂତନ ଆଇଇସିସି ସୌଧ ଭାରତକୁ ଏକ ବିଶ୍ୱ ବ୍ୟବସାୟ ସ୍ଥଳ ଭାବରେ ପରିଣତ କରିବାରେ ସାହାଯ୍ୟ କରିବ। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଦେଶର ନୂତନ ଉତ୍ସାହ ଏବଂ ମନୋବଳକୁ ସୂଚାଇବା ପାଇଁ ଏକ କବିତା ସହିତ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ, ଭାରତ ମଣ୍ଡପମ୍ ହେଉଛି ଭାରତର ସାମର୍ଥ୍ୟ ଏବଂ ଦେଶର ନୂତନ ଶକ୍ତି ପାଇଁ ଆହ୍ୱାନ, ଏହା ଭାରତର ମହାନତା ଏବଂ ଇଚ୍ଛାଶକ୍ତିର ଏକ ନିଦର୍ଶନ। ସ୍ୱାଧୀନତାର ୭୫ ତମ ବାର୍ଷିକୀ ପାଳନ କରୁଥିବା ବେଳେ ଏହି ଭାରତ ମଣ୍ଡପମ୍‍ ହେଉଛି ଆମ ଗଣତନ୍ତ୍ର ପାଇଁ ଏକ ସୁନ୍ଦର ଉପହାର

ବର୍ତ୍ତମାନର ସରକାରଙ୍କ ଏହି କାର୍ଯ୍ୟକାଳ ଏବଂ ପୂର୍ବ କାର୍ଯ୍ୟକାଳର ବିକାଶର ସ୍ତମ୍ଭକୁ ସମଗ୍ର ଦେଶ ଦେଖୁଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ବିକାଶ ଯାତ୍ରା ବର୍ତ୍ତମାନ ଅଟକି ନାହିଁ । ୨୦୧୪ ରେ ବର୍ତ୍ତମାନର ସରକାର କ୍ଷମତାକୁ ଆସିବା ସମୟରେ ଭାରତ ଦଶମ ବୃହତ୍ତମ ଅର୍ଥନୀତି ଥିଲା। ୨୦୨୪ ପରେ ଯେବେ ଆମ ତୃତୀୟ ପାଳି ସରକାର ଆସିବ, ଭାରତ ବିଶ୍ୱ ଅର୍ଥନୀତିର ଟପ୍-୩ ତାଲିକାରେ ସାମିଲ ହେବ। ଭାରତ ସହ ଆଉ ଦୁଇ ଦେଶ ରହିବ।ସେ କହିଛନ୍ତି ଯେ ଏହା ହେଉଛି ମୋଦୀଙ୍କ ଗ୍ୟାରେଣ୍ଟି । ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ମଧ୍ୟ ଆଶ୍ୱାସନା ଦେଇଛନ୍ତି ଯେ ତୃତୀୟ ଅବଧିରେ ଭାରତର ବିକାଶ ଯାତ୍ରାର ଗତି ବହୁଗୁଣିତ ହେବ ଏବଂ ନାଗରିକମାନେ ସେମାନଙ୍କର ସ୍ୱପ୍ନକୁ ସାକାର କରିବେ ।

ସମ୍ମିଳନୀ କେନ୍ଦ୍ର ପ୍ରଗତି ମଇଦାନ ସୌଧର କେନ୍ଦ୍ରବିନ୍ଦୁ ଭାବରେ ବିକଶିତ ହୋଇଛି । ଏହା ଏକ ଚମତ୍କାର ବୃହତ ସ୍ଥାପତ୍ୟ, ବୃହତ ଆନ୍ତର୍ଜାତୀୟ ପ୍ରଦର୍ଶନୀ, ବାଣିଜ୍ୟ ମେଳା, ଆଲୋଚନାଚକ୍ର, ସମ୍ମିଳନୀ ଏବଂ ଅନ୍ୟାନ୍ୟ ସମ୍ମାନଜନକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପରିକଳ୍ପିତ। ଏହା ଏକାଧିକ ବୈଠକ କକ୍ଷ, ବିଶ୍ରାମସ୍ଥଳ, ଅଡିଟୋରିୟମ୍‌, ମୁକ୍ତାକାଶ ମଞ୍ଚ ଏବଂ ବ୍ୟବସାୟ କେନ୍ଦ୍ର ସହିତ ସଜ୍ଜିତ ହୋଇଛି, ଯାହା ଏହାକୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାରେ ସକ୍ଷମ କରିବ । ଏହାର ମହାନ୍ ବହୁ ଉଦ୍ଦେଶ୍ୟ ସାଧନ କରିପାରୁଥିବା ହଲ୍‍ ଏବଂ ପ୍ଲେନାରୀ ହଲର ମିଳିତ କ୍ଷମତା ସାତ ହଜାର ଲୋକଙ୍କ ପାଇଁ ରହିଛି, ଯାହା ଅଷ୍ଟ୍ରେଲିଆର ପ୍ରସିଦ୍ଧ ସିଡନୀ ଅପେରା ହାଉସର ବସିବା କ୍ଷମତାଠାରୁ ବଡ଼ ଅଟେ। ଏହାର ଚମତ୍କାର ମୁକ୍ତାକାଶ ମଞ୍ଚ ୩୦୦୦ ହଜାର ବ୍ୟକ୍ତିଙ୍କ ବସିବା କ୍ଷମତା ସହିତ ସଜ୍ଜିତ ହୋଇଛି ।

ଥିଙ୍କ୍‍ ବିଗ୍‌, ଡ୍ରିମ୍ ବିଗ୍‌, ଆକ୍ଟ ବିଗ୍ ନୀତି ସହ ଭାରତ ଆଗକୁ ବଢୁଛି। ବାଟରେ ଆସୁଥିବା ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରୁଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସରକାର ଧ୍ୟାନ ଦେଉଛନ୍ତି। ସାମାଜିକ ଭିତ୍ତିଭୂମି ପାଇଁ ବଡ ପରିବର୍ତ୍ତନକାରୀ ହେବାକୁ ଯାଉଥିବା ପ୍ରଧାନମନ୍ତ୍ରୀ ଗତିଶକ୍ତି ମାଷ୍ଟରପ୍ଲାନର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଥିରେ ୧୬୦୦ ରୁ ଅଧିକ ସ୍ତରର ତଥ୍ୟ ରହିଛି ଏବଂ ଦେଶର ସମୟ ଏବଂ ଅର୍ଥ ସଞ୍ଚୟ କରିବାକୁ ଲକ୍ଷ୍ୟ ରହିଛି । ସେହିପରି ଆଇଇସିସିରେ ଭ୍ରମଣକାରୀଙ୍କ ସୁବିଧା ଏକ ପ୍ରାଥମିକତା, ୫୫୦୦ ରୁ ଅଧିକ ଗାଡି ପାର୍କିଂ ସ୍ଥାନ ଯୋଗାଣରେ ପ୍ରତିଫଳିତ ହୋଇଛି।

Leave A Reply

Your email address will not be published.