ମୁମ୍ବାଇ: ରଣବୀର ସିଂ ଓ ଆଲିୟା ଭଟ୍ଟ ଅଭିନୀତ ରକୀ ଔର ରନୀ କି ପ୍ରେମ କାହାନୀ ରିଲିଜ ହୋଇଯାଇଛି । ପ୍ରଥମ ଦିବସରେ ଫିଲ୍ମ ଉତ୍ସାହଜନକ କଲେକ୍ସନ କରି ନାହିଁ । ଇତି ମଧ୍ୟରେ କୁଇନ କଙ୍ଗନା ରାନାୱତଙ୍କ ସୋସିଆଲ ମିଡିଆ ମେସେଜ ଚର୍ଚ୍ଚାର କାରଣ ସାଜିଛି । ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି ଯେ, ଆଜି ସକାଳେ ମୋ ସମ୍ପର୍କରେ କୌଣସି ଭିତିହୀନ ନେଗେଟିଭ ନ୍ୟୁଜ ପ୍ରକାଶ ପାଇନି । ଫୋକ କୋଟକୁ କୌଣସି ମାସ ମେଲ କରି ନାହାନ୍ତି । ଏପରିକି ନେଗେଟିଭ ଓ ଡ୍ୟାମେଜିଂ ରୁମର୍ସ ମୋତେ କାମୁକ କୁଇନ ଭାବେ ଚିତ୍ରିତ କରି ଫଟୋ ଛାଡି ନାହାନ୍ତି । ଏତେ ନୀରବ କଣ ପାଇଁ ? ଲଙ୍କାରେ ନିଆଁ ଲାଗିନି ତ ? ନେପୋ ଗ୍ୟାଙ୍ଗ କେଉଁଠାରେ ବ୍ୟସ୍ତ ଅଛନ୍ତି ଖୋଜ… ।
ସୂଚନାଯୋଗ୍ୟ, ଫିଲ୍ମ ରିଲିଜ ହେବା ପରେ କରନଙ୍କ ଘରେ କେତେକ ମେକର୍ସ ଏବଂ ଷ୍ଟାର ହଠାତ ଏକ ଆଲୋଚନାରେ ଭାଗ ନେବାକୁ ଯାଉଥିଲେ । କରନ ଓ କଙ୍ଗନାଙ୍କ ବିବାଦ ଦୀର୍ଘ ଦିନ ଧରି ଚାଲିଛି । କରନ ନେପୋ କିଡ୍ସଙ୍କୁ ନେଇ ଫିଲ୍ମ କରିବେ ବୋଲି କହୁଥିବା ବେଳେ କଙ୍ଗନା ଏହାକୁ ସମାଲୋଚନା କରି ଆସୁଛନ୍ତି ।
Comments are closed.