Latest Odisha News

ଆଶେସ ସିରିଜ: ଅନ୍ତିମ ଦିବସରେ ଅଷ୍ଟ୍ରେଲିଆକୁ ଆବଶ୍ୟକ ୨୪୯ ରନ, ଅଡୁଆରେ ଇଂଲଣ୍ଡ

ଦି ଓଭାଲ: ଚଳିତ ଆଶେସ କ୍ରିକେଟ ସିରିଜର ଅନ୍ତିମ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ପଲା ଭାରୀ ରହିଛି । ବର୍ଷା ଯୋଗୁ ୪ର୍ଥ ଦିବସ ଖେଳ ବାଧାପ୍ରାପ୍ତ ହୋଇଥିଲା । ଏବେ ଅନ୍ତିମ ଦିବସରେ ଅଷ୍ଟ୍ରେଲିଆକୁ ବିଜୟ ପାଇଁ ୨୪୯ ରନ ଏବଂ ଇଂଲଣ୍ଡକୁ ୧୦ଟି ଯାକ ୱିକେଟ ଆବଶ୍ୟକ । ୪ର୍ଥ ଦିବସ ଷ୍ଟମ୍ପ୍ସ ଅପସାରଣ ବେଳକୁ ଉସମାନ ଖ୍ୱାଜା ୬୯ ଓ ଡେଭିଡ ୱାର୍ଣ୍ଣର ୫୮ ରନ କରି ଅପରାଜିତ ରହିଛନ୍ତି । କୌଣସି ୱିକେଟ ହାସଲ ନ କରିପାରିବା ଇଂଲଣ୍ଡ ପାଇଁ ବିପଦର ଘଂଟି ବଜାଇଛନ୍ତି । ସିରିଜରେ ୨-୧ରେ ଅଷ୍ଟ୍ରେଲିଆ ଆଗୁଆ ଥିବା ବେଳେ ବରାବର ପାଇଁ ଇଂଲଣ୍ଡକୁ ବିଜୟ ଆବଶ୍ୟକ ।

ଇଂଲଣ୍ଡ ପ୍ରଥମ ଇନିଂସରେ ୨୮୩ ରନ କରିଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ୨୯୫ କରି ୧୨ ରନର ଅଗ୍ରଣୀ ହାସଲ କରିଥିଲା । ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୩୯୫ ରନ ସଂଗ୍ରହ କରିବା ଫଳରେ ଅଷ୍ଟ୍ରେଲିଆ ସମ୍ମୁଖରେ ୩୮୪ ରନର ଟାର୍ଗେଟ ରହିଛି । ଜୋ ରୁଟ ୯୧ ଓ ଜନୀ ବେୟାରଷ୍ଟୋ ୭୮ ରନର ଇନିଂସ ଖେଳିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ଓ ଟଡ ମର୍ଫି ୪ଟି ଲେଖାଁଏ ୱିକେଟ ହାସଲ କରିଥିଲେ ।

ଅନ୍ତିମ ଦିବସର ପ୍ରଥମ ସେଶନରେ ଯଦି ଇଂଲଣ୍ଡକୁ ୱିକେଟ ହାସଲ କରେ ତେବେ ମ୍ୟାଚ ରୋମାଂଚକର ସ୍ଥିତିକୁ ଯିବା ସମ୍ଭାବନା ସୃଷ୍ଟି ହୋଇପାରେ । ମ୍ୟାଚ ଡ୍ର ରହିଲେ ଅଷ୍ଟ୍ରେଲିଆ ୨-୧ରେ ସିରିଜ ହାତେଇବ । ସୂଚନାଯୋଗ୍ୟ, ଏହି ମ୍ୟାଚ ଶେଷ ହେବା ପରେ ଷ୍ଟୁଆର୍ଟ ବ୍ରଡ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ।

Comments are closed.