ମୁମ୍ବାଇ: ପାର୍ଟଟାଇମ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ବଲିଉଡ଼ର ଜଣାଶୁଣା ଅଭିନେତ୍ରୀ ଦିଆ ମିର୍ଜା । ଫଳରେ ସେ ଅଧିକ ସମୟ ପରିବେଶକୁ ସୁରକ୍ଷିତ ରଖିବା ପାଇଁ କାର୍ଯ୍ୟ କରିପାରିବେ । ନିକଟରେ ଏକ ସାକ୍ଷାତକାରରେ ଏହା କହିଛନ୍ତି ଦିଆ । ଏପରି ମନ୍ତବ୍ୟ ଶୁଣି ତାଙ୍କ ପ୍ରଶଂସକମାନେ ବେଶ୍ ପ୍ରଶଂସା କରିଛନ୍ତି ।
ଅଭିନେତ୍ରୀ ଦିଆ ମିର୍ଜା ବହୁ ଫିଲ୍ମରେ ଅଭିନୟ କରି ଲୋକପ୍ରିୟ ହୋଇପାରିଥିଲେ । ତାଙ୍କ ଅଭିନୟକୁ ଦର୍ଶକ ଖୁବ୍ ପସନ୍ଦ କରୁଥିଲେ । ବଲିଉଡ଼ ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ସେ ଅଭିନୟ ବ୍ୟତୀତ ପରିବେଶ ସୁରକ୍ଷା ନେଇ ପ୍ରାୟତଃ ସ୍ୱର ଉତ୍ତୋଳନ କରିଥାନ୍ତି । ସେ ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ (ୟୁଏନଇପି)ର ବ୍ରାଣ୍ଡଆମ୍ବାସାଡର ଅଛନ୍ତି ।
ନିକଟରେ ଭାରତରେ ୟୁଏନଇପିର ମୁଖ୍ୟଙ୍କୁ କହିଥିଲେ ଯେ, ମୁଁ ଅଭିନୟ ଦୁନିଆରେ ପାର୍ଟ ଟାଇମ କାମ କରେ । ଅଧିକାଂଶ ସମୟ ଦେଶରେ ଶକ୍ତି ସଂରକ୍ଷଣ ଲାଗି ପ୍ରୟାସ କରେ । ଏଥିସହିତ ପରିବେଶଜନିତ କାର୍ଯ୍ୟରେ ସମୟ ଦେଇଥାଏ । ଆମ ଯୁବପିଢିର ବର୍ତ୍ତମାନ ଏବଂ ଭବିଷ୍ୟତକୁ ରକ୍ଷା କରିବାର ଏକମାତ୍ର ଉପାୟ ହେଉଛି ସମାଧାନରେ ଯୋଗଦାନ ଯାହାକି ଏକ ପରିବର୍ତ୍ତନ ଆଣିପାରେ । ଭବିଷ୍ୟତରେ ଫିଲ୍ମ ମାଧ୍ୟମରେ ପ୍ରକୃତି ବିଷୟରେ ଲୋକଙ୍କୁ ସଚେତନ କରାଇବାକୁ ଚାହାଁନ୍ତି ବୋଲି କହିଛନ୍ତି ।
Comments are closed.