Latest Odisha News

BREAKING NEWS

ରାଜଧାନୀରେ ଲଗାଣ ବର୍ଷା, ଏମ୍ସ ହସ୍ପିଟାଲ କାନ୍ଥ ଭୁଶୁଡିବାରୁ ତିନି ଆହତ

ଭୁବନେଶ୍ୱର: ସୋମବାର ଭୁବନେଶ୍ୱରରେ ପ୍ରବଳ ବର୍ଷା ମଧ୍ୟରେ ଏମ୍ସର ପାଚେରୀର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ ୩ ଜଣ ଆହତ ହୋଇଛନ୍ତି। ଲଗାଣ ବର୍ଷା ଯୋଗୁଁ ଏମ୍ସର ଦୁଇ ଜଣ କର୍ମଚାରୀ ବାଉଣ୍ଡରୀ କାନ୍ଥ ନିକଟରେ ଥିବା ଏକ ଦୋକାନରେ ଆଶ୍ରୟ ନେଇଥିଲେ। ଘଣ୍ଟାଏରୁ ଅଧିକ ସମୟ ଧରି ଲଗାଣ ବର୍ଷା ଜାରି ରହିଥିବାରୁ ଅନୁଷ୍ଠାନର ଚାରିପାଖ କାନ୍ଥ ଭୁଶୁଡ଼ି ପଡ଼ିଥିଲା।

କାନ୍ଥର ଭଗ୍ନାବଶେଷ ଦୋକାନ ଉପରେ ପଡ଼ିଯିବାରୁ ଦୋକାନରେ କାମ କରୁଥିବା ଦୁଇ କର୍ମଚାରୀ ଓ ଦୋକାନୀ ଆହତ ହୋଇଛନ୍ତି। ଦୁର୍ଘଟଣାରେ ଆହତ ହୋଇଥିବା ତିନି ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପରେ ଏମ୍ସ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛି ଯେ ସୀମା କାନ୍ଥ ଭୁଶୁଡ଼ି ପଡ଼ିଥିଲା ଏବଂ ଏମ୍ସର ଦୁଇ କର୍ମଚାରୀ ସାମାନ୍ୟ ଆହତ ହୋଇଥିଲେ। ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ଲଗାଣ ବର୍ଷା ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ପାଣି ଜମି ରହିବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ରାଜଧାନୀରେ ୧୮୬ ମିଲିମିଟର ବର୍ଷା ହୋଇଛି। ବିଭିନ୍ନ ଆପାର୍ଟମେଣ୍ଟରେ ପାଣି ଜମି ହୋଇ ରହିଥିବାରୁ ମେସିନ ଜରିଆରେ ପାଣି ନିଷ୍କାସନ କରାଯାଉଛି।

Comments are closed.