ବ୍ୟୁରୋ: କମିଲା ବହୁମୂଲ୍ୟ କ୍ୟାନସର ମେଡିସିନର ଦାମ୍ । ପ୍ରାୟ ୯୦ପ୍ରତିଶତରୁ ଅଧିକ ହ୍ରାସ ପାଇଲା କର୍କଟ ଔଷଧର ମୂଲ୍ୟ । ଏହା ବେଶ ଖୁସି ଖବର ହୋଇଥିଲେ ବି ବିଶେଷଜ୍ଞ ଦେଇଛନ୍ତି ଭିନ୍ନ ମତ । ଗୋଟିଏ ଥର ଏହି ବହୁମୂଲ୍ୟ ମେଡିସିନର ଦାମ୍ କମାଇଲେ ଦାମରେ ବିଶେଷ କିଛି ପରିବର୍ତ୍ତନ ହେବନାହିଁ ବୋଲି କହିଛନ୍ତି ବିଶେଷଜ୍ଞ । ବାଣିଜ୍ୟ ମାର୍ଜିନରେ ସ୍ଥାାୟୀ ସୀମା ଓ କର୍କଟ ଔଷଧ ମୂଲ୍ୟର ସ୍ୱାଧୀନ ଯାଂଚ ଦାବି କରିଛି ଜନସ୍ୱାସ୍ଥ୍ୟ ଗୋଷ୍ଠୀ ଓ ଅଭିଯାନ । ଭାରତରେ ନଭେମ୍ବର ୯ ତାରିଖରୁ କର୍କଟ ରୋଗର ଅନେକ ଔଷଧର ମୂଲ୍ୟ ବହୁତ କମିବାକୁ ଯାଉଛି । କିଛି ବ୍ରାଣ୍ଡର ମୂଲ୍ୟରେ ୯୦ପ୍ରତିଶତରୁ ଅଧିକ ହ୍ରାସ ଘଟିବ । ତେବେ ଭାରତୀୟ ଜନସ୍ୱାସ୍ଥ୍ୟ ଅଭିଯାନ ଚେତାବନୀ ଦେଇଛି, ମୂଲ୍ୟରେ ହ୍ରାସ କର୍କଟ ରୋଗର ଚିକିତ୍ସାକୁ ସୁଲଭ କରିବା ପାଇଁ ଯଥେଷ୍ଟ ନୁହେଁ । ସଂସ୍ଥାଟି ଔଷଧ ମୂଲ୍ୟ ଉପରେ ବ୍ୟାପକ ନିୟନ୍ତ୍ରଣ ଏବଂ କଠୋର ତଦାରଖ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରିଛି । ନାସନାଲ ଫର୍ମାସୁଟିକାଲ ପ୍ରାଇସିଂ ଅଥରିଟି ଅକ୍ଟୋବର ୨୮ରେ ଏହି ରୋଗର ୫୪୩ଟି ବ୍ରାଣ୍ଡ ପାଇଁ ସଂଶୋଧିତ ସର୍ବାଧିକ ଖୁଚୁରା ମୂଲ୍ୟ ତାଲିକା ଜାରି କରିଛି । ପୂର୍ବରୁ ୧୩୭ଟି ଅଣତାଲିକା ଭୂକ୍ତ ଔଷଧ କ୍ଷେତ୍ରରେ ବ୍ୟବସାୟୀକ ଲାଭାଂଶକୁ ଯୁକ୍ତିଯୁକ୍ତ କରିବାକୁ ପଦକ୍ଷେପ ନେଇଥିଲା । ସରକାରଙ୍କ କହିବା କଥା, ଏହି ପଦକ୍ଷେପର ଉଦେ୍ଦଶ୍ୟ ଅତ୍ୟଧିକ ବ୍ୟବସାୟୀକ ଲାଭାଂଶକୁ ନିୟନ୍ତ୍ରଣ କରିବା ଓ ଚିକିତ୍ସା ସୁବିଧା ଅଧିକ ଲୋକଙ୍କ ପାଖରେ ପହଂଚାଇବା ।
କିଛି କ୍ଷେତ୍ରରେ ମୂଲ୍ୟ ହ୍ରାସର ପରିମାଣ ଦୀର୍ଘ ବର୍ଷ ଧରି ରୋଗୀମାନେ ସମ୍ମୁଖୀନ ହୋଇଆସୁଥିବା ମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ବିଭିନ୍ନ କ୍ୟାନସର ମେଡିସିନର ସଂଶୋଧିତ ମୂଲ୍ୟ ନଭେମ୍ବର୯ରୁ ଲାଗୁ ହେବ । ଗୋଟେ ଥର ଏମଆରପି ହ୍ରାସ ଯଥେଷ୍ଟ ନୁହେଁ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଁଛି । ଯେଉଁ ମୂଲ୍ୟରେ ଜଣେ ନିର୍ମାତା ଜଣେ ବିତରକକୁ ଔଷଧ ଦିଏ ଏହି ନୀତିର ସୂତ୍ର ମଧ୍ୟ ତ୍ରୁଟିପୂଣ୍ଣ ର୍ା ପ୍ରାଇସ୍ ଟୁ ଷ୍ଟକିସ୍ ଉପରେ ୪୨.୮ ପ୍ରତିଶତ ମାର୍କଅପ୍ ଅନୁମତି ଦେବା ଅତ୍ୟଧିକ ମାର୍ଜିନକୁ ବୈଧ କରେ । ବିଶେଷକରି କେବଳ ଗୋଟିଏ କି ଦୁଇଟି ମଧ୍ୟସ୍ଥି କିମ୍ବା ହସ୍ପିଟାଲକୁ ସିଧା ବିକ୍ରୟ ଜଡିତ ଯୋଗାଣ ଶୃଙ୍ଖଳାରେ ଏହା ସମ୍ଭବ ନୁହେଁ । ଔଷଧ କମ୍ପାନୀକୁ ପର୍ଯ୍ୟାପ୍ତ ସ୍ୱାଧୀନ ଯାଂଚ ବିନା ସଂଶୋଧିତ ଏମଆରପି ଗଣନା ଏବଂ ଆତ୍ମ ରିପୋର୍ଟ କରିବାକୁ ଛାଡିବା ଉଚ୍ଚିତ ନୁହେଁ । ମୂଲ୍ୟ ଭିତିକ ମୁଲ୍ୟ ନିୟନ୍ତ୍ରଣ ଔଷଧ ମୂଲ୍ୟକୁ ଆହୁରି ହ୍ରାସ କରିପାରିବ ଏବଂ ଅତ୍ୟଧିକ ଲାଭଖୋରକୁ ରୋକିବାରେ ସାହାଯ୍ୟ କରିପାରିବ । କେବଳ ବାଣିଜ୍ୟ ମାର୍ଜିନକୁ ନିୟନ୍ତ୍ରଣ କରିବା ଯଥେଷ୍ଟ ନୁହେଁ ବୋଲି ସଂଗଠନ କହିଛି । ଜୀବନ ରକ୍ଷାକାରୀ କର୍କଟ ଚିକିତ୍ସା ରୋଗୀଙ୍କ ଦେୟ ଦେବାର କ୍ଷମତା ନୁହେଁ, ବରଂ ଚିକିତ୍ସା ଆବଶ୍ୟକତା ଉପରେ ଆଧାରିତ ହେବା ଉଚିତ ।

