Latest Odisha News

BREAKING NEWS

ଷ୍ଟଡିରେ ଖୁଲାସା: ପୁଅ, ଝିଅ କେବଳ ବନ୍ଧୁ ହୋଇ ରହିପାରିବେନି !

ନୂଆଦିଲ୍ଲୀ: ସାଧାରଣତଃ ପୁଅ ଓ ଝିଅଙ୍କ ବନ୍ଧୁତା ପ୍ରତି ପରିବାରଠାରୁ ଆରମ୍ଭ କରି ସମାଜ ସର୍ବଦା ସତର୍କ ଦୃଷ୍ଟି ରଖିଥାଏ । ସେମିତି କିଛି ନାହିଁ, ଅନୀଲ ମୋର କେବଳ ବନ୍ଧୁ ଅଧିକାଂଶ ଘରେ ଏ ଭଳି ବୟାନ ଦେଇ ବିଶ୍ୱାସ ଜନ୍ମାଇଥାନ୍ତି ଝିଅମାନେ । ପୁଅମାନଙ୍କ କ୍ଷେତ୍ରରେ ମଧ୍ୟ ସେୟା…ନୋଟ ନେବାକୁ ଆସିଥିଲା । ସେ ମୋ କ୍ଲାସମେଟ ।ଆମେ କେବଳ ବନ୍ଧୁ ତୁ ଯାହା ଭାବୁଛି ସେଭଳି କିଛି ନାହିଁ ବୋଲି ପୁଅମାନେ ମାଆଙ୍କୁ ବୁଝାଇଥାନ୍ତି । ଏହା ବ୍ୟତୀତ ଅଧିକାଂଶ ପ୍ରେମ କାହାଣୀର ଆରମ୍ଭ ମଧ୍ୟ ବନ୍ଧୁତାକୁ ନେଇ ହୋଇଥାଏ । ବୀପରିତ ଲିଙ୍ଗର ପ୍ରେମ ଓ ବନ୍ଧୁତା ମଧ୍ୟରେ କଣ ରହିଛି ସୀମାରେଖା ତାହା ସ୍ପଷ୍ଟ ହୋଇପାରିନି । ତେବେ ଜର୍ଣ୍ଣାଲ ଅଫ ସୋଶଲ ଆଣ୍ଡ ପର୍ସନାଲ ରିଲେଶନଶିପରେ ପ୍ରକାଶିତ ଷ୍ଟଡି ରିପୋର୍ଟ ଅଦ୍ଭୁତପୂର୍ଣ୍ଣ ଖୁଲାସା କରିଛି ।

ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ପୁଅ ଓ ଝିଅ କେବଳ ବନ୍ଧୁ ହୋଇ ସର୍ବଦା ରହି ପାରିବେ ନାହିଁ । ବନ୍ଧୁତାର ଟିକେ ଆଗରେ ରୋମାନ୍ସର ଷ୍ଟପେଜ ଅଛି ଏହାକୁ ଆଗ୍ରାହ୍ୟ କରିହେବ ନାହିଁ । କେବଳ ବନ୍ଧୁତା ଓ ଶ୍ରେଷ୍ଠ ବନ୍ଧୁ ମଧ୍ୟରେ ଅନେକ ଫରକ ରହିଛି । ୮୮ ପ୍ରତିଶତ ଅଣ୍ଡର ଗ୍ରାଜୁଏଟ ପୁଅ ଏବଂ ଝିଅ ବନ୍ଧୁତା ମାଧ୍ୟମରେ ପ୍ରେମ ଏବଂ ସେକ୍ସର ସୁଯୋଗ ଖୋଜିଥାନ୍ତି । ଅବଶ୍ୟ ଏଥିରେ ପୁଅମାନେ ଆଗରେ ଅଛନ୍ତି । ଝିଅମାନଙ୍କ ମଧ୍ୟରୁ ଅଧିକାଂଶ ରୋମାନ୍ସ ସମ୍ପର୍କରେ ଏତେଟା ଚିନ୍ତା କରନ୍ତି ନାହିଁ ବୋଲି କହିଛନ୍ତି । ବିବାହିତ ପୁରୁଷ ଏବଂ ମହିଳାଙ୍କୁ ନେଇ କରାଯାଇଥିବା ଷ୍ଟଡିରେ ମଧ୍ୟ ନୂତନ ତଥ୍ୟ ସମ୍ମୁଖକୁ ଆସିଛି । ବିବାହ ପରେ ବୀପରୀତ ଲିଙ୍ଗ ସହ ବନ୍ଧୁତା ନେଇ ଝିଅଙ୍କ ତୁଳନାରେ ପୁଅମାନେ ଅସୁବିଧାରେ ପଡିଥାନ୍ତି । ଏହି କ୍ଷେତ୍ରରେ ଝିଅମାନେ ସୁବିଧାରେ ରହିଥାନ୍ତି ।

Comments are closed.