Latest Odisha News

ଜଳୁଛି ମଣିପୁର: ୮୦୦ରୁ ଉର୍ଦ୍ଧ୍ୱ ସେନା ନିୟୋଜିତ, ଆଦିବାସୀ ସଂଗଠନକୁ ଭେଟିବେ କି ଅମିତ ଶାହ ?

ଇମ୍ଫାଲ: ଅଗଷ୍ଟ ୫ରେ ମଣିପୁରରେ ଆଉ ପାଞ୍ଚ ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ ୮୦୦ରୁ ଅଧିକ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି। ଏହି ସମୟରେ ସ୍ୱଦେଶୀ ଆଦିବାସୀ ନେତା ଫୋରମ୍ (ଆଇଟିଏଲଏଫ୍) କହିଛି ଯେ ସୋମବାର ସେମାନେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାକୁ ଯାଉଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ଚାଲିଥିବା ହିଂସା ଘଟଣା ସମ୍ପର୍କରେ ଗୃହମନ୍ତ୍ରୀଙ୍କ ସହ ଆଲୋଚନା ହେବ ବୋଲି ସଂଗଠନ କହିଛି। ରବିବାର ସଂସ୍ଥାର ମୁଖପାତ୍ର ଜିଞ୍ଜା ଭୁଆଲଜଣ୍ଡ କହିଛନ୍ତି ଯେ ଏହି ସଂସ୍ଥାର ୪ ଜଣ ସଦସ୍ୟ ଦିଲ୍ଲୀ ଯାଉଛନ୍ତି। ଅମିତ ଶାହାଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ଏକ ବୈଠକ ପାଇଁ ଡକାଯାଇଥିଲା। ତେବେ ଗୃହ ମନ୍ତ୍ରଣାଳୟ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ବୟାନ ଦେଇନାହିଁ।

ସୂଚନା ଥାଉକି, ଶନିବାର ସନ୍ଧ୍ୟାରେ ମଣିପୁରର ଇମ୍ଫାଲ ପଶ୍ଚିମ ଜିଲ୍ଲାରେ ପୁଣି ହିଂସା ଦେଖାଦେଇଥିଲା, ଯେଉଁଥିରେ ୧୫ଟି ଘର ଜଳିଯାଇଥିଲା। ପୋଲିସ କହିଛି ଯେ ଲଙ୍ଗୋଲ ଗେମ୍ସ ଗାଁରେ ଅନେକ ଲୋକେ କ୍ରୋଧିତ ହୋଇ ରାଜରାସ୍ତାକୁ ଓହ୍ଲାଇ ଥିଲେ। ଯାହାକୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା ବାହିନୀ ପକ୍ଷରୁ ଲୁହବୁହା ଗ୍ୟାସ ପ୍ରୟୋଗ କରି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏହି ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଶନିବାର ଦିନ କୁକି ସମ୍ପ୍ରଦାୟର ଲୋକଙ୍କ ଘରେ ନିଆଁ ଲାଗିଯାଇଥିଲା ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ ଏହି ଦୁଇଟି ଘଟଣା ପରସ୍ପର ସହ ଜଡିତ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

Comments are closed.