Latest Odisha News

ଶ୍ରାବଣ ସୋମବାରରେ ଅଘଟଣ ; ସାଳନ୍ଦୀର ପ୍ରଖର ସ୍ରୋତରେ ଭାସିଗଲେ ୨ କାଉଡିଆ

ଖଇରା: ଭାସିଗଲେ କାଉଡିଆ । ଶ୍ରାବଣ ସୋମବାରରେ ଆସିଛି ଏପରି ଦୁଃଖଦ ଖବର । ଶ୍ରାବଣ ସୋମବାରରେ ମହାଦେବଙ୍କ ମୁଣ୍ଡରେ ପାଣି ଢାଳିବା ପାଇଁ ଯାଇ ନଦୀର ପ୍ରଖର ସ୍ରୋତରେ ଭାସିଗଲେ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ବରଦା ଅଞ୍ଚଳରେ ।

ବରଦା ବ୍ଲକର ସିନ୍ଧୁକେଶ୍ୱର ମହାଦେବ ମନ୍ଦିରକୁ ଜଳ ଢାଳିବା ପାଇଁ କିଛ କାଉଡିଆ ସାଳନ୍ଦୀ ନଦୀକୁ ଯାଇଥିଲେ । ବୁଡ ପକାଇବା ପରେ ପାଣି ଉଠାଇଥାନ୍ତେ । ହେଲେ ବୁଡ ପକାଇବା ସମୟରେ ସେମାନଙ୍କର ଗୋଡ ଖସିଗଲା । ଫଳରେ ସାଳନ୍ଦୀର ପ୍ରଖର ସ୍ରୋତରେ ତିନି ଜଣ କାଉଡିଆ ଭାସି ଯାଇଥିଲେ ।  ସେମାନଙ୍କ ମଧ୍ୟରୁ ଜଣେ ଉଦ୍ଧାର ହୋଇଥିବା ବେଳେ ୨ଜଣ ଏବେ ସୁଦ୍ଧା ନିଖୋଜ ଥିବା ଜଣାଯାଇଛି। ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ତୁରନ୍ତ ଖବର ଦେଇଥିଲେ । ହେଲେ ନିଖୋଜ ଯୁବକଙ୍କର କୌଣସି ସନ୍ଧାନ ମିଳିନାହିଁ । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନା ଅନୁଯାୟୀ, ଆଜି ଖଇରା ବ୍ଲକ ବଡ଼ଜୟପୁର ପଞ୍ଚାୟତ ସାନଜୟପୁର ଗାଁର ୧୮ଜଣ ଲୋକ ଜଳ ଢାଳିବା ପାଇଁ ଯାଇଥିଲେ ।  ନିଖୋଜ ଯୁବକଙ୍କର ପରିଚୟ ମିଳି ନ ଥିଲେ ହେଁ ସେମାନେ ବଡଜୟପୁରର ବୋଲି ଜଣାପଡିଛି ।

Comments are closed.