Latest Odisha News

୨୫ ବର୍ଷ ପରେ ଏକତ୍ର ହେବେ କି ସଲମାନ-କରଣ

ମୁମ୍ବାଇ: ୨୫ ବର୍ଷ ପରେ ସଲମାନ ଖାଁ ଓ କରଣ ଜୌହର ପୁନର୍ବାର ଏକତ୍ର ଫିଲ୍ମ କରିବାକୁ ଯାଉଛନ୍ତି ବୋଲି ଖବର ପ୍ରକାଶ ପାଇଛି । ୧୯୯୮ରେ ରିଲିଜ କୁଛ କୁଛ ହୋତା ହୈରେ ଉଭୟ ଏକାଠି କାମ କରିଥିଲେ । ଶେରଶାହା ଫିଲ୍ମର ନିର୍ଦ୍ଦେଶକ ବିଷ୍ଣୁବର୍ଦ୍ଧନ ଏହାର ନିର୍ଦ୍ଦେଶନା ଦେବାକୁ ଯାଉଥିବା ବେଳେ କରଣ ପ୍ରଡ୍ୟୁସ କରିବେ । ପିଙ୍କଭିଲ୍ଲା ରିପୋର୍ଟ ଅନୁସାରେ ୨୦୨୩ରେ ଏହା ଫ୍ଲୋରକୁ ଯିବ ଓ ୨୦୨୪ରେ ରିଲିଜ ହେବ ବୋଲି ସ୍ଥିର କରାଯାଇଛି । ଯଦି ସବୁ କିଛି ଠିକଠାକ ରୁହେ ତେବେ ଖୁବଶୀଘ୍ର ପ୍ରିପ୍ରଡକ୍ସନ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ । ଟାଇଗର ୩ର ଶୁଟିଂ ଶେଷ ହେବା ପରେ ଏହାର କାର୍ଯ୍ୟ ଆରମ୍ଭ ହେବ ।

ମନୀଷ ଶର୍ମା ନିର୍ଦ୍ଦେଶିତ ଟାଇଗର ୩ ଦୀପାବଳୀକୁ ରିଲିଜ ହେବା ପାଇଁ ଚୂଡାନ୍ତ କରାଯାଇଛି । ଏଥିରେ ସଲମାନଙ୍କ ବିପକ୍ଷରେ ଇମ୍ରାନ ହାଶମୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବେ । ସଲମାନଙ୍କ ହାତରେ ଏବେ ଟାଇଗର ଭର୍ସେସ ପଠାନ ଓ ସୂରଜ ବଡଜାତ୍ୟାଙ୍କ ପ୍ରେମ କି ଶାଦୀ ଫିଲ୍ମ ରହିଛି ।

Comments are closed.