Latest Odisha News

ଶିକାରୀଙ୍କ କବଜାରେ ଶିମିଳିପାଳ;୨୧ ଗିରଫ, ୧୬୫ ବନ୍ଧୁକ ଜବତ

ବାରିପଦା: ଶିମିଳିପାଳ ଏବେ ଶିକାରୀ ମାନଙ୍କର ଆଡ୍ଡା ସ୍ଥଳୀ ପାଲଟିଛି । ମାଳ ମାଳ ଶିକାରୀ ଜଙ୍ଗଲରେ ବୁଲୁଛନ୍ତି । ବନ୍ଧୁକ ମୂନରେ ଅବାଧରେ ପଶୁ ପକ୍ଷୀ ଶିକାର ଚାଲିଛି । ଫଳରେ ଜଙ୍ଗଲରେ ସର୍ଚ୍ଚ  ଅପରେସନକୁ ଜୋରଦାର କରାଯାଇଛି । ସର୍ଚ୍ଚ ଅପରେସନ ବେଳେ ୨୧ ଜଣ ଶିକାରୀଙ୍କୁ ଗିରଫ କରାଯାଇଥିବାବେଳେ ୧୬୫ ଟି ବନ୍ଧୁକ ଜବତ ହେଇଥିବା ସୂଚନା ମିଳିଛି ।

ଶିିମିଳିପାଳର ୧୪ ଟି ଥାନା ଅଞ୍ଚଳରେ ଚଢାଉ ପରେ ୨୧ ଜଣ ଶିକାରୀ , ୧୬୫ଟି ବନ୍ଧୁକ ଓ କିଛି ବନ୍ଧୁକ ତିଆରି ସରଞ୍ଜାମ ଜବତ ହୋଇଛି । କିଛି ବଜ୍ରକାପ୍ତା କାତି ଓ ହରିଣ ଛାଲ ମଧ୍ୟ ଜବତ କରାଯାଇଛି ।

କିଛି ଦିନ ହେବ ଶିମିଳିପାଳ ଜଙ୍ଗଲକୁ ଶିକାରୀ ମାନେ କବଜା କରି ରଖିଛନ୍ତି । ଜଙ୍ଗଲକୁ ଶିକାରୀ ମାନଙ୍କ କବଜାରୁ ରକ୍ଷା କରିବା ପାଇଁ ବନ ବିଭାଗ ପେଟ୍ରୋଲିଂ କୁ କଡାକଡି କରିଥିବାବେଳେ କିଛି ବନ କମର୍ଚାରୀଙ୍କ ଜୀବନ ନେବାକୁ ଏମାନେ ପଛାଉନାହାନ୍ତି । ତେବେ ଶିକାରୀ ମାନେ ଏତେ ପରିମାଣର ଅସ୍ତ୍ରଶସ୍ତ୍ର କେଉଁଠାରୁ ଆଣିଲେ ଏବଂ କିଏ ସେମାନଙ୍କୁ ଏ ସବୁ ଯୋଗାଉଥିଲା  ସେ ନେଇ ଖୋଳତାଡ ଜାରି ରହିଛି ।

Comments are closed.