Latest Odisha News

ଡିଜିଜ ଏକ୍ସ ସାଜିଲା ବୈଜ୍ଞାନିକଙ୍କ ମୁଣ୍ଡ ବ୍ୟଥାର କାରଣ

ନୂଆଦିଲ୍ଲୀ: କରୋନା ମହାମାରୀ ଯେଉଁ ଭୟ ସୃଷ୍ଟି କରାଇଛି ତାହା ଏବେ ବି ଅନେକଙ୍କ ମନରୁ ଲିଭି ନାହିଁ । ଭ୍ୟାକ୍ସିନେଶନ ମାଧ୍ୟମରେ ଏହାକୁ ରୋକ କରାଯାଇପାରିଛି । ଏବେ ଡିଜିଜ ଏକ୍ସ ପୁନର୍ବାର ଏହି ଭୟ ସଂଚାର କରାଉଛି । ଏ ପର୍ଯ୍ୟନ୍ତ ଏହା ଆମ ପାଇଁ କେତେ କ୍ଷତିକାରକ ଏବଂ କେଉଁ କାରଣ ନେଇ ଏହା ଦ୍ରୁତ ଗତିରେ ବ୍ୟାପୁଛି, ସେ ନେଇ କିଛି ପ୍ରମାଣିତ ହୋଇନି । ବ୍ରିଟେନ ବୈଜ୍ଞାନିକମାନେ ଆଉ ଏକ ଅପ୍ରତ୍ୟାଶିତ ମହାମାରୀକୁ ରୋକିବା ପାଇଁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି । ସେମାନେ ଅବଶ୍ୟ ଦୃଢ଼ତା ସହକାରେ କହିଛନ୍ତି ଯେ, ଆମେ ୧୦୦ ଦିନ ମଧ୍ୟରେ ଏଥିପାଇଁ ଆବଶ୍ୟ ଟୀକା ପ୍ରସ୍ତୁତ କରିନେବୁ । ୨୦୧୮ରେ ଡିଜିଜ ଏକ୍ସ ଆମ ପାଇଁ ବଡ ବିପଦ ଆଣିପାରେ ବୋଲି ସତର୍କ କରାଯାଇଥିଲା ।

କୋଭିଡ ୧୯ ପୂର୍ବରୁ ହୂ ମଧ୍ୟ ଏହାକୁ ବିପଦ ତାଲିକାରେ ସାମିଲ କରିଥିଲା । ଅସ୍ପଷ୍ଟ ଓ ଅଜଣା କାରଣ ଯୋଗୁ ଏହି ରୋଗର ନାମ ଡିଜିଜ ଏକ୍ସ ରଖାଯାଇଛି । ମିଡିଲ ଇଷ୍ଟ ରେସ୍ପିରେଟାରୀ ସିଣ୍ଡ୍ରୋମ କରୋନା ଭାଇରସ ଓ ସିଭିୟର ଆକ୍ୟୁଟ ରେସ୍ପିରେଟାରୀ ସିଣ୍ଡ୍ରୋମ ଭାଇରସ ୨ ଦଶକ ଧରି ବିଭିନ୍ନ ମାଧ୍ୟମ ଦେଇ ଆମକୁ ରୋଗଗ୍ରସ୍ତ କରାଯାଉଛି । ଜଳବାୟୁ ପରିବର୍ତନ ଯୋଗୁ ନୂତନ ଭାଇରାସ ସାମ୍ନାକୁ ଆସିଛନ୍ତି । ଭବିଷ୍ୟତକୁ ଆଖି ଆଗରେ ରଖି ଆମକୁ ଆଗୁଆ ସମସ୍ତ ପ୍ରକାରର ପ୍ରସ୍ତୁତି କରିବାକୁ ପଡିବ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

Comments are closed.