Latest Odisha News

ବିପଦପୂର୍ଣ୍ଣ ଭାବେ ରିଲ୍‌ସ ପ୍ରସ୍ତୁତ, ଗୋଟେ ବାଇକରେ ଯାଉଛନ୍ତି ୭ ଯୁବକ

ଉତ୍ତରପ୍ରଦେଶ: ଆଜିକାଲି ସୋସିଆଲ ମିଡ଼ିଆରେ ରିଲ୍ ତିଆରି କରିବା ନିଶା ସମସ୍ତଙ୍କୁ ଘାରିଛି । ସେମାନେ ସ୍ଥାନ,କାଳ,ପାତ୍ର ସବୁ କିଛି ଭୁଲି ଯାଉଛନ୍ତି । ଏମିତି କି ନିଜ ଜୀବନକୁ ବିପଦରେ ପକାଇ ମଧ୍ୟ ରିଲ୍ସ ତିଆରି କରୁଛନ୍ତି । ଏବେ ସେମିତି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ଯୁବକ ବାଇକ ଚଲାଉଥିବା ବେଳେ ପଛରେ ଜଣେ କି ଦୁଇ ଜଣ ନୁହେଁ ୬ ଜଣଙ୍କୁ ବସାଇ ନେଉଛନ୍ତି । କେବଳ ସେତିକି ନୁହେଁ, ପଛରେ ବସିଥିବା ଜଣେ ଯୁବକଙ୍କ କାନ୍ଧରେ ଆଉ ଜଣେ ବସିଛନ୍ତି । ଏପରି ଭାବେ ୭ ଜଣ ବିପଦପୂର୍ଣ୍ଣ ଭାବେ ଯାତ୍ରା କରୁଛନ୍ତି । ଭାଇରାଲ ଭିଡିଓ ଦେଖି ଲୋକମାନେ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠାଉଛନ୍ତି ।

ଏହି ଭିଡ଼ିଓଟି ଉତ୍ତରପ୍ରଦେଶ ହାପୁର ଜିଲ୍ଲାର ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା କାଠିକେଡା ରାସ୍ତାରେ ରେକର୍ଡ଼ କରାଯାଇଛି । ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଏହି ଭିଡ଼ିଓ ରେକର୍ଡ଼ କରିଥିଲେ । ଭାଇରାଲ ଭିଡ଼ିଓରେ ଦେଖିବାକୁ ମିିଳିଛି ଯେ, ଜଣେ ଯୁବକ ବାଇକ ଚଲାଉଥିବା ବେଳେ ପଛରେ ଆଉ ୬ ଜଣଙ୍କୁ ବସାଇଛନ୍ତି । ୭ମ ଯୁବକଙ୍କୁ ବାଇକରେ ଯାଗା ନ ହେବାରୁ ସେ ଜଣଙ୍କ କାନ୍ଧରେ ବସି ଦ୍ରୁତ ଗତିରେ ଯାଉଛନ୍ତି । ସେହି ରାସ୍ତା ଦେଇ ଯାଉଥିବା ଲୋକମାନେ ଏମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଇଯାଇଛନ୍ତି । ସେହି ରାସ୍ତା ଦେଇ କାରରେ ଯାଉଥିବା ଜଣେ ଯୁବକ ଏମାନଙ୍କର ଏକ ଭିଡିଓ ରେକର୍ଡ଼ କରି ଭାଇରାଲ୍ କରିଛନ୍ତି ।

ଯୁବକମାନଙ୍କର ଏହି ଯାତ୍ରା କୌଣସି ବିପଦଠାରୁ କମ୍ ନୁହେଁ । ଏଭଳି ପରିସ୍ଥିତିରେ ଲୋକମାନେ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠାଉଛନ୍ତି । ଏହି ଭିଡ଼ିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ତୁରନ୍ତ ଉକ୍ତ ଯୁବକଙ୍କୁ ପୋଲିସ ଗିରଫ କରିବା ଆବଶ୍ୟକ ବୋଲି ମତ ରଖିଛନ୍ତି ।

Comments are closed.