Latest Odisha News

BREAKING NEWS

ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣା : ଉଦବେଗ ପ୍ରକାଶ କଲେ ରାଜ୍ୟ ମହିଳା କମିଶନର

ଭୁବନେଶ୍ଵର: ଦୀପାଲି ବାରରେ ବାର ଡ୍ୟାନ୍ସର ଭାବେ କାମ କରୁଥିବା ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ମହିଳା କମିଶନର । ୧୫ ଦିନ ମଧ୍ୟରେ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ କମିଶନରେଟ ପୁଲିସକୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଘଟଣାରେ ୧୫ ଜଣଙ୍କର ବୟାନ ରେକର୍ଡ ଶେଷ ହୋଇଛି। ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଦଫା ୩୦୬ ଖୁବଶୀଘ୍ର ଲାଗିପାରେ ବୋଲି ସୂଚନା ମିଳିଛି। ପୋଷ୍ଟମର୍ଟମ ରିପୋର୍ଟ ଓ ସିଡିଆର୍ ମୁତାବକ ତଦନ୍ତ ଚାଲିଛି।

ସେପଟେ ପୋଲିସ ହାତରେ ଲାଗିଛି ଶୁଭଲକ୍ଷ୍ମୀଙ୍କ CDR ରିପୋର୍ଟ। ମୃତ୍ୟୁ ରହସ୍ୟ ଖୋଲିବ କଲ୍ ଡିଟେଲସ ରିପୋର୍ଟ। ଯେଉଁଥିରୁ ଜଣାପଡିବ ଶୁଭଲକ୍ଷ୍ମୀ କାହା ସହ କଥା ହଉଥିଲେ। କେତେ ସମୟ କଥା ହେଉଥିଲେ। ମୃତ୍ୟୁ ପୂର୍ବରୁ କାହାକୁ ଫୋନ୍ କରିଥିଲେ। ଗୋଟିଏ ନମ୍ବରରୁ ଶୁଭଲକ୍ଷ୍ମୀଙ୍କ ମୋବାଇଲକୁ ଏକାଧିକ ଥର କଲ ଆସିଛି। ସେହି ନମ୍ବର କାହାର ତାକୁ ନେଇ ଯାଞ୍ଚ ଚାଲିଛି। ଅଙ୍କଲଙ୍କ ସହ ଶୁଭଲକ୍ଷ୍ମୀଙ୍କ ସମ୍ପର୍କ ନେଇ ମଧ୍ୟ ତନାଘନା ଚଳାଇଛି ପୋଲିସ। ସେପଟେ ନିଶା ସମ୍ପର୍କିତ ସୂଚନା ପାଇଁ ଭିସେରା ଟେଷ୍ଟ ପାଇଁ ପଠାଯାଇଛି। ଗତ ଶନିବାର ଭୁବଶ୍ଵନେର ଦୀପାଳି ବାର୍ ରୁମ୍ ନମ୍ବର ୨୦୫ରୁ ଶୁଭଲକ୍ଷ୍ମୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ।

 

Comments are closed.