ପଂଜାବ: କଂଗ୍ରେସର ନୂଆ ଚାଲ୍ । ପଂଜାବ ରାଜନୀତିରେ ଆସିଲା ପଦ୍ମଶ୍ରୀ ପରଗତ ସିଂଙ୍କ ସମୟ । ପଂଜାବ କମାଣ ଧରିଥିବା ଅର୍ଜୁନ ପୁରସ୍କାରପ୍ରାପ୍ତ ପରଗତ୍ ସିଂଙ୍କ ଚର୍ଚ୍ଚା । ପୂର୍ବତନ ହକି ଖେଳାଳି ପରଗତ ସିଂଙ୍କୁ କଂଗ୍ରେସ ନିଜ ପଂଜାବ ଶାଖା ମୁଖ୍ୟ ଭାବେ ନିଯୁକ୍ତି ଦେବା ପରେ ରାଜ୍ୟ ରାଜନୀତିରେ ହଟଚମଟ । ଏହି ପଦବୀ ପାଇଁ ମୁଖ୍ୟ ଦାବିଦାର ଥିଲେ ବିଜୟ ଇନ୍ଦର ସିଂ । ତାଙ୍କୁ ବାଦ୍ ଦେଇ ଜଣେ ଜାଟ୍ ଶିଖ୍ଙ୍କ ସ୍ଥାନରେ ପୁଣି ଜଣେ ଜାଟ୍ ଶିଖ୍ଙ୍କୁ ନିଯୁୁକ୍ତି ଦେବାର ଏ ରାଜନୈତିକ ଗଣିତ କେତେଦୂର କାମ ଦେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ୧୯୮୫ ପଶ୍ଚିମ ଜର୍ମାନୀ ବିପକ୍ଷ ମ୍ୟାଚ୍ରେ ହାରିବା ମ୍ୟାଚକୁ ୫-୫ରେ ଡ୍ର କରିଥିବା ଭାରତୀୟ ହକିର ସର୍ବଶ୍ରେଷ୍ଠ ଖେଳାଳି ଭାବେ ପରିଗଣିତ ହେଉଥିବା ପରଗତ ଆଜି ପଂଜାବରେ କଂଗ୍ରେସର ବଲ୍କୁ ଧରିଛନ୍ତି । ଯେଉଁଠି ରକ୍ଷା କରିବାକୁ ଅନେକ ଆଉ ହାସଲ କରିବାର ବହୁତ ସୁଯୋଗ ରହିଛି । ଅମରିନ୍ଦର ସିଂହ ରାଜାଙ୍କ ଇସ୍ତଫା ଦେବାର ୨ଦିନ ପରେ ୨୦୨୭ ନିର୍ବାଚନର କିଛି ମାସ ପୂର୍ବରୁ ଅଲିମ୍ପିକ୍ସର ପୂର୍ବତନ ଅଧିନାୟକଙ୍କୁ କଂଗ୍ରେସ ରାଜ୍ୟ ଶାଖାର ମୁଖ୍ୟ ଭାବେ ନିଯୁୁକ୍ତି ମିଳିଛି । ଏହି ନିଷ୍ପତି ବିକଳ୍ପ ଥିଲେ ବି ପଂଜାବର କଂଂଗ୍ରେସର ସମୀକରଣ ଅକ୍ଷୁଣ୍ଣ ର୍ ରହିଲା । ଜଣେ ସଂଯତ ଓ ପ୍ରସଂଗ ଆଧାରିତ ନେତାଙ୍କୁ ଶୀର୍ଷ ପଦବୀ ଦିଆଗଲା ବୋଲି ଚର୍ଚ୍ଚା ହେଉଛି । ୬୧ ବର୍ଷୀୟ ପରଗତ ପୂର୍ବରୁ ଦାୟିତ୍ୱରେ ଥିବା ନେତାଙ୍କଠାରୁ ଖୁବ ସଂଯତ ବକ୍ତା ଭାବେ ଠିଆ ହୋଇଛନ୍ତି । ପଂଜାବ ଜନସଖ୍ୟାର ପ୍ରାୟ ୫୮ ପ୍ରତିଶତ ଶିଖ୍ । ୧୯୬୬ରେ ରାଜ୍ୟ ପୂର୍ନଗଠନ ପରଠୁ ପ୍ରତ୍ୟେକ ମୁଖ୍ୟମନ୍ତ୍ରୀ ଜଣେ ଜଣେ ଶିଖ୍ । ଏବେ ଆପ୍ର ଭଗବନ୍ତ ମାନ୍ ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ମଧ୍ୟ ଜଣେ ଶିଖ୍ । ତେଣୁ ପରଗତଙ୍କୁ ଏହି ପଦବୀ ଦେଇ କଂଗ୍ରେସ ସେହି ଆସନ ହାତେଇବାକୁ ଶିଖ୍ଙ୍କୁ ହିଁ ଦାୟିତ୍ୱ ଦେଇଛି । କଂଗ୍ରେସ ଖେଳୁଥିବା ସମ୍ପ୍ରଦାୟିକ କାର୍ଡ ପଦାରେ ପଡୁଥିବା ବେଳେ ଅତିତରେ ହିନ୍ଦୁ ହିଁ କଂଗ୍ରେସର ଏକ ଦୃଢ ଭୋଟ୍ ଆଧାର ଥିଲେ ବୋଲି ଭୁଲିଯାଉଛି କଂଗ୍ରେସ । ଦାୟିତ୍ୱ ନେବା ପରେ ପରଗତ ହିିନ୍ଦୁ ଏବଂ ଶିଖ୍ ଉଭୟଙ୍କ ପ୍ରମୁଖ ମନ୍ଦିର ପରିଦର୍ଶନ କରି ନିଜ କାମ ଆରମ୍ଭ କରିଛନ୍ତି । ୨୦୨୪ ଲୋକସଭା ନିର୍ବାଚନରେ ଶିରୋମଣି ଅକାଳୀ ଦଳ ବିନା ହିନ୍ଦୁତ୍ୱକୁ ଫୋକସ କରୁଥିବା ବିଜେପି ୧୮.୫୬ ପ୍ରତିଶତ ଭୋଟ୍ ପାଇଥିଲା ଯାହା ସର୍ବକାଳୀନ ସର୍ବାଧିକ ଥିଲା । ପଂଜାବରେ ଆପ୍ର ଜଣେ ଶିଖ୍ ନେତା ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ରାଜ୍ୟ ଶାଖା ମୁଖ୍ୟ ଭାବେ ହିନ୍ଦୁ ନେତା ରହିଛନ୍ତି । ଏହି ସନ୍ତୁଳନ କଂଗ୍ରେସ କରିବା ଆବଶ୍ୟକ ବୋଲି ଆଲୋଚନା ହେଉଛି । ରାଜନୈତିକଙ୍କ ମତରେ ପଂଜାବରେ ଜାତି ଓ ସଂମ୍ପ୍ରଦାୟ ହେଉଛି ଏକ ପ୍ରବାହ ସ୍ଥିର ପାତ୍ର ନୁହେଁ । ତେଣୁ ନେତା ମାନେ କେବଳ ନିର୍ଦ୍ଧାରିତ ଲକ୍ଷ୍ୟ କିମ୍ବା କୋଟା ପୂରଣ କରି ନୁହେଁ, ବରଂ ଜନମାନସରେ ମନୋଭାବକୁ ବିକଶିତ କରନ୍ତୁ ଓ ତା ସହ ତାଳମେଳ ରଖି ବିଜୟୀ ହୁଅନ୍ତି ବୋଲି ମତ ପ୍ରକାଶ ପାଇଛି । ୨୦୧୨ରେ ପଂଜାବ ପୋଲିସରୁ ସିଧାସଳଖ ଶିରୋମଣି ଅକାଳୀ ଦଳରେ ପ୍ରବେଶ କରିଥିଲେ ପରଗତ ଚନ୍ନି । ଦଳର କାର୍ଯ୍ୟକଳାପ ଉପରେ କିଛି ପ୍ରଶ୍ନ କରିବାରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା । ପରେ ସେ ନବଜୋତ ସିଂ ସିଦ୍ଧୁଙ୍କ ସହ ମିଶି ଏକ ଗୋଷ୍ଠୀ ଗଠନ କରିଥିଲେ । ଯାହା ଆପ୍ ଏବଂ କଂଗ୍ରେସ ମଧ୍ୟରେ ବିକଳ୍ପ ବିଚାର କରୁଥିଲା । ଶେଷରେ ସେମାନେ କଂଗ୍ରେସରେ ମିଶିଲେ ଏବଂ ବିଜୟ ଲାଭ କଲେ । ୨୦୨୧ରେ ବିରୋଧ କରି ସିଦ୍ଧୁ ରାଜ୍ୟ ଶାଖାର ଦାୟିତ୍ୱ ନେଲେ । ସେତେବେଳେ ପରଗତ ଦଳର ସାଧାରଣ ସମ୍ପାଦକ ଥିଲୋ ମନ୍ତ୍ରୀମଣ୍ଡଳରେ ମଧ୍ୟ ପରଗତ ଚନ୍ନିଙ୍କର ଦମଦବା ରହିଥିଲା । ୨୦୨୨ରେ ଆପ୍ର ବିଜୟ ପରେ ବି କଂଗ୍ରେସର ବିଜୟୀ ୧୮ଜଣଙ୍କ ମଧ୍ୟରେ ଥିଲେ ପରଗତ । ହକିରେ ଡିଫେଣ୍ଡର ପରଗତ ଏବେ ରାଜନୀତିରେ ନିଜ ସ୍ଥାନରେ ଅଟଳ । ଦେଖାଯାଉ ପଂଜାବରେ କଂଗ୍ରେସର କମାଣ ଡିଫେଣ୍ଡିଂରେ ନା ସ୍ଥିର ଭାବେ ସମ୍ଭାଳୁଛନ୍ତି ପରଗତ ।
BREAKING NEWS
- Indians live longer: ଅସୁସ୍ଥ ଦିନ କାଟୁଛନ୍ତି ଭାରତୀୟ, ବୟସ ସହ ବଢୁଛି ରୋଗ…WHO ରିପୋର୍ଟ ଖୋଲିଲା ଆୟୁଷ୍ମାନ୍ ଭାରତର ବଡ଼ ଚିତ୍ର
- Congress On Fullback: ପଂଜାବ ନିର୍ବାଚନ ଖେଳରେ ପରଗତ ସିଂ ଫିଟ୍ !
- କଲେଜ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; CISF ଯବାନ ଗିରଫ
- CEC ଜ୍ଞାନେଶ କୁମାରଙ୍କ ବିରୋଧରେ ହେଉ ଭିଜିଲାନ୍ସ ତଦନ୍ତ: କେରଳମ୍ ସରକାରଙ୍କ ନିର୍ଦ୍ଦେଶ
- ଆସୁଛି ଲଘୁଚାପ, ପାର୍ବଣରେ ଭିଜିବ ଓଡ଼ିଶା
- Smit Machcchar: ପ୍ରାର୍ଥନା ବାହାନାରେ ପଛରୁ ମାରିଲା କୁରାଢ଼ି ମାଡ଼… ଆଖିକୁ ଦିଶୁନଥିଲା, ତଥାପି ହାର ମାନିଲେନି ଭାରତୀୟ ପାଇଲଟ୍!
- ପାର୍ବଣ ପୂର୍ବରୁ ଗଡ଼ିଲା ମୁଣ୍ଡ; ଦୁର୍ଦ୍ଦାନ୍ତ ଟୁନା ନାୟକଙ୍କୁ ହତ୍ୟା ଅଭିଯୋଗ
- Scheme For Unmarried Men: ସାର, ବିହନ, ସବସିଡି ଭଳି ଚଷା ପୁଅଙ୍କୁ ଝିଅ ଖୋଜିକି ଦିଅନ୍ତୁ ସରକାର!
- ସିଦ୍ଧାର୍ଥ ମିଶ୍ର ICICI ଲାଇଫ୍ ଇନସ୍ୟୁରାନ୍ସର ନୂଆ ସିଇଓ, ଜାଣନ୍ତୁ ଓଡ଼ିଶା ସହ କଣ ଲିଙ୍କ୍…
- Jantar Mantar protest: ଜନ୍ତର ମନ୍ତରରେ ମହିଳା ସାମ୍ବାଦିକାଙ୍କୁ ପୋଲିସର ଅସଦାଚରଣ ଅଭିଯୋଗ! ଶାହଙ୍କୁ ଜବାବ ମାଗିଲେ ରାହୁଲ
