Latest Odisha News

BREAKING NEWS

CEC ଜ୍ଞାନେଶ କୁମାରଙ୍କ ବିରୋଧରେ ହେଉ ଭିଜିଲାନ୍ସ ତଦନ୍ତ: କେରଳମ୍ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ଖୋଲୁଛି ଦୁର୍ନୀତିର ନୂଆ ନୂଆ ଫର୍ଦ୍ଦା ଏସଆଇଆରରେ ଦୁର୍ନୀତି ଅଭିଯୋଗରେ ଏବେ ସବୁ ବିରୋଧୀଙ୍କ ଟାର୍ଗେଟରେ ଥିବା ବେଳେ କେରଳମ୍ ସରକାରଙ୍କ ନୂଆ ଅଭିଯୋଗ ଏବେ ଚର୍ଚ୍ଚାରେ । ୨୦୦୬ରେ କେରଳମ୍‌ରେ ଏକ ଆତ୍ମହତ୍ୟା ଘଟଣାରେ ଜଡିତ ଥିଲେ ଜ୍ଞାନେଶ କୁମାର । ଏବେ ସେହି ଘଟଣାର ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେରଳମ୍ ସରକାର । ୨୦୦୬ରେ ରାଜ୍ୟର ପୂର୍ତ୍ତ ବିଭାଗ ସଚିବ ଥିଲେ ଏହି କେରଳ କ୍ୟାଡର ଆଇଏଏସ ଅଫିସର ଜ୍ଞାନେଶ କୁମାର । ସେହି ସମୟରେ ଏକ ଅନିୟମିତତା ସହ ଜଡିତ ଅଭିଯୋଗର ଭିଜଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେରଳମ୍‌ର ଗୃହମନ୍ତ୍ରୀ ରମେଶ ଚେନ୍ନିଥାଲା । ମାମଲାଟି ମାଲେସିଆର ସିଭିଲ୍ ଇଂଜିନିୟର ଲି. ସି ବିନ୍‌ଙ୍କ ଆତ୍ମହତ୍ୟାଜନିତ ମୃତ୍ୟୁ ସହ ଜଡିତ । ସେ କେରଳ ରାଜ୍ୟ ପରିବହନ ପ୍ରକଳ୍ପ ଅଧିନରେ ଏମସି ରୋଡର ଉନ୍ନତିକରଣ କାମରେ ନିୟୋଜିତ ପତି-ବେଲ୍ କନସୋର୍ଟିୟମ ସହ ଜଡିତ ଥିଲେ । ବିନ୍‌ଙ୍କ ଆତ୍ମହତ୍ୟା ନୋଟ୍‌ରେ ଜ୍ଞାନେଶ କୁମାରଙ୍କ ନାଁ ଉଲ୍ଲେଖ ରହିଥିଲା । ମାମଲାର ପ୍ରାରମ୍ବିକ ତଦନ୍ତକୁ ବାଟବଣା କରିବାକୁ ବାହ୍ୟ ଚାପ ପ୍ରୟୋଗ ହୋଇଥିବା ନେଇ ଅଭିଯୋଗ ଆସିବା ପରେ ଏହି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ସିଧାସଳଖ ଭାବେ ନିର୍ଦ୍ଦେଶ ଦେଇଛନ୍ତି ମାମଲାର ତଦନ୍ତ କରିବାକୁ । ମାମଲାରେ ବାହ୍ୟ ପ୍ରଭାବ ସମ୍ବନ୍ଧୀୟ ଅଭିଯୋଗର ଯାଂଚ ଏବଂ ତଦନ୍ତ ଫଳାଫଳ ଆଧାରରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । କେରଳର ପିଡବ୍ଲୁଡି ସଚିବ ଥିବା ବେଳେ ଜ୍ଞାନେଶ କୁମାର ଅନେକ ଅନିୟମମିତତା ଓ ଦୁର୍ନୀତିମୂଳକ କାମରେ ଲିପ୍ତ ଥିବା କଂଗ୍ରେସ କର୍ମୀ ଭେନୁଗୋପାଲଙ୍କ ଆବେଦନପତ୍ରରେ ମଧ୍ୟ ରହିଥିବା ସୂଚନା ମିଳିଛି । ଏ ଅଭିଯୋଗ ପରେ ସରକାର ନିଷ୍କ୍ରିୟ ହୋଇ ବସିରହିପାରିବେ ନାହିଁ । ଆବେଦନର ବିସ୍ତ୍ରୃତ ତଦନ୍ତ କରିବା ନ୍ୟାୟ ପ୍ରଦାନ ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଚେନ୍ନିଥାଲା ନିର୍ଦ୍ଦେଶ ଦେଇଥିବା କହିଛନ୍ତି । ଭିଜିଲାନ୍ସ ଏବଂ ଆଂଟି କରପସନ ବ୍ୟୁରୋ ମିଳିତ ଭାବେ ଏହି ମାମଲାର ତଦନ୍ତ କରିବେ ବୋଲି ସୂଚନା ମିଳିଛି । ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଶୁକ୍ରବାର ଦିଲ୍ଲୀ ଏବଂ ମୁମ୍ବାଇରେ ବିରୋଧୀ ଦଳ ଏବଂ ଛାତ୍ର ମିଳିତ ଭାବେ ଆନ୍ଦୋଳନ କରିଥିଲେ । ଦିଲ୍ଲୀରେ ପ୍ରାୟ ୭ଶହ ଲୋକ ଅଟକ ଥିଲେ । ବିରୋଧ ପାଇଁ ପରମିଶନ ନଥିଲେ ବି ମୁମ୍ବାଇ ଶିବାଜୀ ପାର୍କରେ ହଜାରରେ ଅଧିକ ଆନ୍ଦୋଳନକାରୀ ଏକାଠି ହୋଇଥିଲେ ।

Leave A Reply

Your email address will not be published.