ନୂଆଦିଲ୍ଲୀ: ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ଖୋଲୁଛି ଦୁର୍ନୀତିର ନୂଆ ନୂଆ ଫର୍ଦ୍ଦା ଏସଆଇଆରରେ ଦୁର୍ନୀତି ଅଭିଯୋଗରେ ଏବେ ସବୁ ବିରୋଧୀଙ୍କ ଟାର୍ଗେଟରେ ଥିବା ବେଳେ କେରଳମ୍ ସରକାରଙ୍କ ନୂଆ ଅଭିଯୋଗ ଏବେ ଚର୍ଚ୍ଚାରେ । ୨୦୦୬ରେ କେରଳମ୍ରେ ଏକ ଆତ୍ମହତ୍ୟା ଘଟଣାରେ ଜଡିତ ଥିଲେ ଜ୍ଞାନେଶ କୁମାର । ଏବେ ସେହି ଘଟଣାର ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେରଳମ୍ ସରକାର । ୨୦୦୬ରେ ରାଜ୍ୟର ପୂର୍ତ୍ତ ବିଭାଗ ସଚିବ ଥିଲେ ଏହି କେରଳ କ୍ୟାଡର ଆଇଏଏସ ଅଫିସର ଜ୍ଞାନେଶ କୁମାର । ସେହି ସମୟରେ ଏକ ଅନିୟମିତତା ସହ ଜଡିତ ଅଭିଯୋଗର ଭିଜଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେରଳମ୍ର ଗୃହମନ୍ତ୍ରୀ ରମେଶ ଚେନ୍ନିଥାଲା । ମାମଲାଟି ମାଲେସିଆର ସିଭିଲ୍ ଇଂଜିନିୟର ଲି. ସି ବିନ୍ଙ୍କ ଆତ୍ମହତ୍ୟାଜନିତ ମୃତ୍ୟୁ ସହ ଜଡିତ । ସେ କେରଳ ରାଜ୍ୟ ପରିବହନ ପ୍ରକଳ୍ପ ଅଧିନରେ ଏମସି ରୋଡର ଉନ୍ନତିକରଣ କାମରେ ନିୟୋଜିତ ପତି-ବେଲ୍ କନସୋର୍ଟିୟମ ସହ ଜଡିତ ଥିଲେ । ବିନ୍ଙ୍କ ଆତ୍ମହତ୍ୟା ନୋଟ୍ରେ ଜ୍ଞାନେଶ କୁମାରଙ୍କ ନାଁ ଉଲ୍ଲେଖ ରହିଥିଲା । ମାମଲାର ପ୍ରାରମ୍ବିକ ତଦନ୍ତକୁ ବାଟବଣା କରିବାକୁ ବାହ୍ୟ ଚାପ ପ୍ରୟୋଗ ହୋଇଥିବା ନେଇ ଅଭିଯୋଗ ଆସିବା ପରେ ଏହି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ସିଧାସଳଖ ଭାବେ ନିର୍ଦ୍ଦେଶ ଦେଇଛନ୍ତି ମାମଲାର ତଦନ୍ତ କରିବାକୁ । ମାମଲାରେ ବାହ୍ୟ ପ୍ରଭାବ ସମ୍ବନ୍ଧୀୟ ଅଭିଯୋଗର ଯାଂଚ ଏବଂ ତଦନ୍ତ ଫଳାଫଳ ଆଧାରରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । କେରଳର ପିଡବ୍ଲୁଡି ସଚିବ ଥିବା ବେଳେ ଜ୍ଞାନେଶ କୁମାର ଅନେକ ଅନିୟମମିତତା ଓ ଦୁର୍ନୀତିମୂଳକ କାମରେ ଲିପ୍ତ ଥିବା କଂଗ୍ରେସ କର୍ମୀ ଭେନୁଗୋପାଲଙ୍କ ଆବେଦନପତ୍ରରେ ମଧ୍ୟ ରହିଥିବା ସୂଚନା ମିଳିଛି । ଏ ଅଭିଯୋଗ ପରେ ସରକାର ନିଷ୍କ୍ରିୟ ହୋଇ ବସିରହିପାରିବେ ନାହିଁ । ଆବେଦନର ବିସ୍ତ୍ରୃତ ତଦନ୍ତ କରିବା ନ୍ୟାୟ ପ୍ରଦାନ ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଚେନ୍ନିଥାଲା ନିର୍ଦ୍ଦେଶ ଦେଇଥିବା କହିଛନ୍ତି । ଭିଜିଲାନ୍ସ ଏବଂ ଆଂଟି କରପସନ ବ୍ୟୁରୋ ମିଳିତ ଭାବେ ଏହି ମାମଲାର ତଦନ୍ତ କରିବେ ବୋଲି ସୂଚନା ମିଳିଛି । ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଶୁକ୍ରବାର ଦିଲ୍ଲୀ ଏବଂ ମୁମ୍ବାଇରେ ବିରୋଧୀ ଦଳ ଏବଂ ଛାତ୍ର ମିଳିତ ଭାବେ ଆନ୍ଦୋଳନ କରିଥିଲେ । ଦିଲ୍ଲୀରେ ପ୍ରାୟ ୭ଶହ ଲୋକ ଅଟକ ଥିଲେ । ବିରୋଧ ପାଇଁ ପରମିଶନ ନଥିଲେ ବି ମୁମ୍ବାଇ ଶିବାଜୀ ପାର୍କରେ ହଜାରରେ ଅଧିକ ଆନ୍ଦୋଳନକାରୀ ଏକାଠି ହୋଇଥିଲେ ।
BREAKING NEWS
- ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା!୪ କି.ମି.ଖଟିଆରେ ବୁହାହେଲେ ମା’ ଓ ନବଜାତ ଶିଶୁ
- France in flames: ଜଳୁଛି ଫ୍ରାନ୍ସ; ଦୁଇଟି ବିଶ୍ୱଯୁଦ୍ଧର ଝଡ଼ ସହିଥିଲା, ଦଙ୍ଗାର ନିଆଁରେ ଛାରଖାର ୧୪୩ ବର୍ଷର ଐତିହାସିକ ଟାଉନ୍ ହଲ୍!
- Odisha Durga Puja 2026: ମା’ ଦୁର୍ଗାଙ୍କ ଆରାଧନାରେ ଭକ୍ତିମୟ ପରିବେଶ..ଆଜି ମଣ୍ଡପରେ ମହାସପ୍ତମୀ ପୂଜା, ପୀଠରେ ମହାଷ୍ଟମୀ
- Gwalior Temple Tragedy:ମନ୍ଦିର କାନ୍ଥ ଭାଙ୍ଗି ଭିତରକୁ ପଶିଲା ଟ୍ରକ୍; ଚାପି ହୋଇ ୧୩ ଭକ୍ତଙ୍କ ମୃତ୍ୟୁ
- Chorbagan Sarbojanin Durga Pandal Stampede:ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି;ମୁଖ୍ୟମନ୍ତ୍ରୀଙ୍କ ଘୋଷଣା-ମୃତକଙ୍କ ପରିବାରକୁ ୨୫ ଲକ୍ଷର କ୍ଷତିପୂରଣ ଓ ସରକାରୀ ଚାକିରି
- ଫ୍ରାନ୍ସରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନକାରୀ ଓ ଛାତ୍ରଙ୍କ ଆନ୍ଦୋଳନ ସମୟରେ ହିଂସା ସହ ପୋଡ଼ାଜଳା
- Stampede at Durga Puja pandal:ଦୁର୍ଗାପୂଜାରେ ଦଳାଚକଟା; ୧୭ ମୃତ, ୪୦ଆହତ
- ଗର୍ଭବତୀ ସାମ୍ବାଦିକାଙ୍କୁ ଧକ୍କା ମାମଲା: ତେଜିଲା ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
- ଅନ୍ତର୍ଜାତୀୟ ବଡି ବିଲଡର ଜନ୍ମେଜୟ ମହାନ୍ତିଙ୍କ ପରଲୋକ
- ବର୍ଷା ଯୋଗୁଁ ପଞ୍ଚମ ଟି-୨୦ ବାତିଲ: ୨-୨ ରେ ବରାବର ରହିଲା ଭାରତ-ୱେଷ୍ଟଇଣ୍ଡିଜ ସିରିଜ୍

Comments are closed.