Latest Odisha News

BREAKING NEWS

ସଂସଦରେ ଅନାସ୍ଥା ବିତର୍କ: ଶାଏରୀରେ କଂଗ୍ରେସକୁ କଡ଼ା ଜବାବ ଦେଲେ ସିନ୍ଧିଆ

ନୂଆଦିଲ୍ଲୀ: ମଣିପୁର ହିଂସା ଘଟଣାରେ ସଂସଦରେ ଆସିଥିବା ଅନାସ୍ଥା ପ୍ରସ୍ତାବର ଆଜି ଶେଷ ଦିନ। ଜବାବ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀ ସଦନରେ ପହଞ୍ଚିଥିଲେ । ତାଙ୍କୁ ଦେଖି ଅଧୀର ରଞ୍ଜନ ଚୌଧୁରୀ କହିଥିଲେ, ଏହା ଅବିଶ୍ୱାସ ପ୍ରସ୍ତାବର ଶକ୍ତି ଯାହାଦ୍ୱାରା ଆମେ ପ୍ରଧାନମନ୍ତ୍ରୀଙ୍କୁ ସଂସଦକୁ ଟାଣି ଆଣିଲୁ ।

ଗୁରୁବାର ଅନାସ୍ଥା ଉପରେ ଆଲୋଚନା ହେବା କ୍ଷଣି ପ୍ରଥମେ ବକ୍ତବ୍ୟ ରଖିଥିଲେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ପରେ ଏଆଇଏମଆଇଏମ ମୁ୍ଖ୍ୟ ଅସଦୁଦ୍ଦିନ ଓବେସୀ । ଓବେସୀ ମଣିପୁର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଥିଲେ । ସେ ଦେଶରେ ମୁସଲମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ବର୍ଣ୍ଣନା କରିଥିଲେ । ଏହି ଅବସରରେ ବିଜେପି ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ନିଜ ବକ୍ତବ୍ୟ ରଖିଥିଲେ । ନିଜ ବକ୍ତବ୍ୟ ସମୟରେ ଶାୟରୀ ମାଧ୍ୟମରେ କଂଗ୍ରେସ ବିଶେଷ କରି ରାହୁଲଙ୍କୁ ଆକ୍ଷେପ କରିଥିଲେ ।

ଗୁରୁବାର ବିଜେପି ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ରାହୁଲ ଗାନ୍ଧୀ ଏବଂ ବିରୋଧୀ ମେଣ୍ଡ ଇଣ୍ଡିଆକୁ ଟାର୍ଗେଟ କରି କହିଛନ୍ତି, ଲୋକ କେବଳ ନାମ ବଦଳାନ୍ତି । ଜିନିଷ ବଦଳାନ୍ତି ନାହିଁ । ରାହୁଲଙ୍କ ଉଦ୍ଦେଶ୍ୟରେ କହିଥିଲେ, ସେ କହୁଛନ୍ତି ଘୃଣାର ବଜାରରେ ମୋହବ୍ବତର ଦୋକାନ ଖୋଲିବେ । ହେଲେ ନିଜ ଦୋକାନ ତ ଭ୍ରଷ୍ଟାଚାରର, ମିଛର, ତୁଷ୍ଟିକରଣା ଦୋକାନ । କେବଳ ଦୋକାନର ନାଁ ବଦଳାଇଛନ୍ତି । ଏକ ଶାୟରୀ ଆବୃତି କରି ସିନ୍ଧିଆ କହିଥିଲେ, ‘ ନୂଆ ଗ୍ରାହକ ଆସୁଛନ୍ତି ଯାଉଛନ୍ତି..ହେଲେ ନାଟକ ପୁରୁଣା ଚାଲିଛି  ।’

ସେହିପରି ଅଧୀର ରଞ୍ଜନଙ୍କୁ ପ୍ରଶ୍ନର ଉତ୍ତର  ସିନ୍ଧିଆ ଶାୟରୀ ମାଧ୍ୟମରେ ଦେଇଥିଲେ । ଅଧୀର ରଞ୍ଜନ ପଚାରିଲେ, ମଣିପୁର ସାଂସଦ କାହିଁକି ମୁହଁ ଖୋଲୁ ନାହାନ୍ତି ? ଏହାର ଉତ୍ତରରେ ସିନ୍ଧିଆ କହିଥିଲେ, ୧୯୯୩ରେ ଯେତେବେଳେ ଆପଣଙ୍କର ସରକାର କେନ୍ଦ୍ର ଏବଂ ରାଜ୍ୟରେ ଥିଲେ ମଣିପୁର ସାଂସଦ କାନ୍ଦି କାନ୍ଦି ସଂସଦରେ କହିଥିଲେ ରାଜ୍ୟ ସରକାର କିଛି କରିପାରିବେନି । ତାଙ୍କ ପାଖରେ ଫଣ୍ଡ ନାହିଁ । ଅସ୍ତ୍ରଶସ୍ତ୍ର କିଣିବା ପାଇଁ ତାଙ୍କ ପାଖରେ ଅର୍ଥ ସମ୍ବଳ ନାହିଁ ।

ଏଠାରେ ମଧ୍ୟ ସିନ୍ଧିଆ ଏକ ଶାଏରୀରେ କଂଗ୍ରେସକୁ ତାନା ମାରିିଥିଲେ । ‘ଔରୋଂ କେ ଖୟାଲାତ କୀ ଲେତେ ହେଁ ତଲାସୀ, ଅପନେ ଗିରେବାନ ମେଁ ଝାଂକା ନହିଁ ଜାତା’

Comments are closed.