Latest Odisha News

BREAKING NEWS

ଆମ୍ବଲାନ୍ସକୁ ଧକ୍କା ଦେଲା ଟ୍ରେନ୍, ଲୋକ ପାଇଲଟ ଓ ଡ୍ରାଇଭର ଖଟାଇଲେ ଉପସ୍ଥିତ ବୁଦ୍ଧି

ରାୟଗଡା: ରାୟଗଡ଼ରୁ ସମ୍ବଲପୁର ଅଭିମୁଖେ ଯାଉଥିବା ତପସ୍ୱିନୀ ଏକ୍ସପ୍ରେସ ଥେରୁବାଲି ଷ୍ଟେସନ ଛାଡିବା ପରେ ବୃନ୍ଦାବାଡି ନିକଟରେ ଏକ ଆମ୍ବୁଲାନ୍ସକୁ ଧକ୍କା ଦେଇଛି। ତେବେ ଆଶ୍ୱସ୍ତି କର କଥା ହେଲା ଏଥିରେ କୌଣସି ପ୍ରାଣହାନୀ ହୋଇନାହିଁ।

ସ୍ଥାନୀୟ ଲୋକ ପହଞ୍ଚି ଆମ୍ବୁଲାନ୍ସକୁ ବାହାର କରିବା ପରେ ଟ୍ରେନ ୨୦ ମିନିଟ ବିଳମ୍ବରେ ଛାଡିଥିଲା ବୋଲି ସୂଚନା ରହିଛି । ଖବର ଅନୁଯାୟୀ ଥେରୁବାଲି ନିକଟ ବୃନ୍ଦାବାଡି ନିକଟରେ ଏକ ରେଳ ଫାଟକ ରହିଛି। ସବୁବେଳେ ଟ୍ରାଫିକ ସମସ୍ୟାକୁ ଆଖି ଆଗରେ ରଖି ବିକଳ୍ପ ରାସ୍ତା ତିଆରି ହେବା ପରଠାରୁ ସେହି ରାସ୍ତ ଦେଇ କୌଣସି ଜାନ ବାହାନ ଚଳାଚଳ କରେନାହିଁ ।

ରାସ୍ତା ଖରାପ ରହିଥିବାରୁ ବେଳେ ବେଳେ ଉକ୍ତ ଫାଟକ ରାସ୍ତାକୁ ବେଳେ ବେଳେ ଛୋଟିଆ ଚାରିଚକିଆ ଜାନ ବ୍ୟବହାର କରନ୍ତି। ଆଜି ଆମ୍ବୁଲାନ୍ସ ସେହି ରାସ୍ତା ଦେଇ ଯିବା ବେଳେ ରେଳ ଧାରଣା ମଝିରେ ହଠାତ୍ ଆମ୍ବୁଲାନ୍ସ ଟିର ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା । ଇତି ମଧ୍ୟରେ ରାୟଗଡ଼ରୁ ସମ୍ବଲପୁର ଅଭିମୁଖେ ବାହାରିଥିବା ତପସ୍ୱିନୀ ଏକ୍ସପ୍ରେସ ହଠାତ୍ ଆସିଯାଇଥିଲା ।

ଟ୍ରେନକୁ ଅତି ନିକଟରୁ ଦେଖି ଡ୍ରାଇଭର ନିଜ ଜୀବନ ବଞ୍ଚାଇ ଆମ୍ବୁଲାନ୍ସ ଠାରୁ ଡେଇଁ ପଡ଼ିଥିଲେ । ସେପଟେ ଟ୍ରେନ ପାଇଲଟ ମଧ୍ୟ ଅତି ନିକଟରୁ ଟ୍ରେନ ପ୍ରକାରେ ଆମ୍ବୁଲାନ୍ସ ଦେଖି ସତର୍କତାର ସହିତ ବ୍ରେକ ମାରିଥିଲେ ଫଳରେ ଟ୍ରେନଟି ଆସି ଆମ୍ବୁଲାନ୍ସ କୁ ଧୀରେ ଏକ ଝଟକା ଲାଗିଥିଲା।

ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଟ୍ରେନ ସାମନାରୁ ବାହାର କରିବା ପରେ ଟ୍ରେନ ନିଜ ଗନ୍ତବ୍ୟ ସ୍ଥଳକୁ ବାହାରି ଥିଲା । ସବୁଠାରୁ ବଡ଼କଥା ଆମ୍ବୁଲାନ୍ସଟି ବୁରୁନ୍ଦାବାଡି ଗାଁ କୁ ରୋଗୀ ଆଣିବାକୁ ଯାଉଥିବା ଯୋଗୁଁ ଆମ୍ବୁଲାନ୍ସରେ କେହି ନଥିଲେ । ଅପରପକ୍ଷେ ଟ୍ରେନର ଲୋକ ପାଇଲଟ ମଧ୍ୟ ନିଜ ବୁଦ୍ଧି ଖଟାଇ ଟ୍ରେନ ଅଟକାଇଥିରୁ ଏକ ବଡଧରଣର ଦୁର୍ଘଟଣା କରାଯାଇଛି । କିନ୍ତୁ ବିଭାଗ ତରଫରୁ ଏ ନେଇ କୌଣସି ସୂଚନା ମିଳିପାରି ନାହିଁ।

Comments are closed.