Latest Odisha News

ସ୍ଵାଧୀନତା ଦିବସ ଅଫର: ୧ ଟଙ୍କାରେ ଯାଆନ୍ତୁ ଦିଲ୍ଲୀରୁ ଏହି ସବୁ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ: ଯଦି ଆପଣ ବୁଲିବାକୁ ପସନ୍ଦ କରୁଛନ୍ତି କି ସ୍ଵାଧୀନତା ଦିବସରେ କେଉଁଆଡେ ଯିବାକୁ ଯୋଜନା ବନେଇଛନ୍ତି ତେବେ ଥରେ ଦେଖି ନିଅନ୍ତୁ ଏହି ଖବର । ୭୭ତମ ସ୍ଵାଧୀନତା ଦିବସ ଉପଲକ୍ଷେ ଗ୍ରୀନସେଲ ମୋବିଲିଟିର ଇଣ୍ଟରସିଟି ଇଲେକ୍ଟ୍ରିକ୍ ଏସି ବସ କୋଚ ସର୍ଭିସ୍(NueGo) ଏକ ନୁଆ ଅଫରର ଘୋଷଣା କରିଛି । ଅଫର ଅନୁସାରେ ଯଦି ଆପଣ ନିଜର ମନପସନ୍ଦର ସ୍ଥାନ ଯିବାକୁ ଚାହୁଁଛନ୍ତି ତେବେ ଆପଣ ମାତ୍ର ୧ଟଙ୍କାରେ କରିପାରିବେ ଟିକେଟ ।

ଖବର ଅନୁଯାୟୀ, NueGoର ସମସ୍ତ ସରଭିସରେ କେବଳ ଇଲେକ୍ଟ୍ରିକ ବସ ସାମିଲ ରହିଛି ।  କମ୍ପାନୀ ଘୋଷଣା କରିଛି ଯେ ଅଗଷ୍ଟ ୧୦ ରୁ ୧୫ ପର୍ଯ୍ୟନ୍ତ ଗ୍ରାହକମାନେ ଯେକୌଣସି ଅପରେଟିଂ ରୁଟ୍ ପାଇଁ କେବଳ ୧ଟଙ୍କାରେ ଟିକେଟ ବୁକ୍ କରିପାରିବେ। ବୁକିଂ ପାଇଁ ଅଗଷ୍ଟ ୧୦ ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ କିମ୍ବା ସିଟ୍ ସମାପ୍ତ ନହେବା ପର୍ଯ୍ୟନ୍ତ ବୁକିଂ ସାଇଟ୍ ଖୋଲା ରହିବ | ଏଥିପାଇଁ, ଆପଣ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ଆପଣଙ୍କର ମନପସନ୍ଦର ସ୍ଥାନ ବୁଲିଯିବା ପାଇଁ ଯୋଜନା କରିପାରିବେ ।

ଗ୍ରୀନସେଲ ମୋବିଲିଟି, ସିଇଓ ତଥା ଏମଡି ଦେବେନ୍ଦ୍ର ଚାୱଲା କହିଛନ୍ତି, “ଭାରତର ୭୭ତମ ସ୍ଵାଧୀନତା ଦିବସ ଅବସରରେ ଆମେ ଏହି ଅଭିଯାନ ଆରମ୍ଭ କରି ଅତ୍ୟନ୍ତ ଆନନ୍ଦିତ। ମାତ୍ର ୧ଟଙ୍କା ଟିକେଟ୍ ମୂଲ୍ୟ ବିନିମୟରେ NueGo ଜରିଆରେ ଦେଶର ନାଗରିକଙ୍କୁ ବିଳାସପୂର୍ଣ୍ଣ ବସ୍‌ରେ ଯାତ୍ରା କରାଇବାର ଅନୁଭବ ଦେବା ସହ ଦେଶକୁ ସବୁଜ-ସୁନ୍ଦର କରିବା ଦିଗରେ ଏହା ଏକ ପଦକ୍ଷେପ ।

ତେବେ ସଂସ୍ଥା ପକ୍ଷରୁ ଯେଉଁ ସବୁ ସ୍ଥାନକୁ ବା ଯେଉଁ ସବୁ ରୁଟ୍‌ ପାଇଁ ଏହି ଅଫର ରହିଛି, ତାହା ହେଉଛି ଇନ୍ଦୋରରୁ ଭୋପାଲ, ଦିଲ୍ଲୀ-ଚଣ୍ଡିଗଡ଼, ଦିଲ୍ଲୀ- ଆଗ୍ରା, ଦିଲ୍ଲୀ-ଡେରାଡୁନ୍‌, ଦିଲ୍ଲୀ-ଜୟପୁର, ଆଗ୍ରା-ଜୟପୁର, ବେଙ୍ଗାଲୁରୁ -ତିରୁପତି, ଚେନ୍ନାଇ-ତିରୁପତି, ଚେନ୍ନାଇ-ପଣ୍ଡିଚେରୀ ଏବଂ ହାଇଦ୍ରାବାଦ-ବିଜୟୱାଡ଼ା । ଏହି ସବୁ ସ୍ଥାନକୁ ଯିବା ପାଇଁ ସଂସ୍ଥା ପକ୍ଷରୁ ମାତ୍ର ଏକ ଟଙ୍କା ଟିକଟ ରଖାଯାଇଛି ।

Comments are closed.