Latest Odisha News

BREAKING NEWS

ଶାକାହାରୀଙ୍କୁ ବ୍ରେନ୍ ଷ୍ଟ୍ରୋକ ଆଶଙ୍କା ଅଧିକ, ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ନୁଆଦିଲ୍ଲୀ: ଆମେ ଯାହା ଖାଇଥାଉ ତାହାର ପ୍ରଭାବ ଆମ ଶରୀର ଉପରେ ପଡିଥାଏ। ତେଣୁ ଡାକ୍ତମାନେ କହନ୍ତି ଯେ, ସର୍ବଦା ଭିଟାମିନ, ମିନେରାଲ୍ସ , ପ୍ରୋଟିନ, ଫାଇବର ଯୁକ୍ତ ଖାଦ୍ୟ ଖାଇବା ଉଚିତ । କିନ୍ତୁ କିଛି ଲୋକ ଆଜି ବି ଅଛନ୍ତି ଯେଉଁମାନେ କି ଶୁଦ୍ଧ ଶାକାହାରୀ ଅଟନ୍ତି । ତେବେ ଏକ ଅନୁସନ୍ଧାରୁ ଜଣାପଡିଛି ଯେ, ଶାକାହାରୀ ଲୋକଙ୍କ କ୍ଷେତ୍ରରେ ବ୍ରେନ୍‌ ଷ୍ଟ୍ରୋକର ଆଶଙ୍କା ଅଧିକ ରହିଥାଏ ।

ପାରମ୍ପରିକ ରୀତିନୀତିକୁ ଆପଣାଇ ଆଜି ମଧ୍ୟ ଆମ ସମାଜରେ ଅନେକ ଲୋକ ଶାକାହାରୀ ଅଛନ୍ତି । ପୁଷ୍ଟିକର ଖାଦ୍ୟ ଅଭାବ ହେତୁ ବ୍ରେନ ଷ୍ଟ୍ରୋକ ବା ମସ୍ତିଷ୍କଘାତ ଆଶଙ୍କା ବୃଦ୍ଧି ହୋଇଥାଏ । ତେବେ ଡାକ୍ତରଙ୍କ କହିବା ଅନୁସାରେ, ଶାକାହାରୀଙ୍କଠାରେ ଭିଟାମିନ B12 ଅଭାବ ଦେଖାଯାଇଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ଭିଟାମିନ୍ B12ର ଅଭାବ ହେତୁ ବ୍ରେନ ଷ୍ଟ୍ରୋକ୍ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । କାରଣ ଏହା ହୋମୋସିଷ୍ଟିନ ବୃଦ୍ଧି କରିବା ସହିତ ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରିଥାଏ । ଏହି କାରଣରୁ ଶାକାହାରୀଙ୍କ କ୍ଷେତ୍ରରେ ବ୍ରେନ୍‌ ଷ୍ଟ୍ରୋକର ଆଶଙ୍କା ଅଧିକ ରହିଥାଏ ।

ବ୍ରେନ୍‌ ଷ୍ଟ୍ରୋକର କାରଣ

ଯେତେବେଳେ ବ୍ରେନ୍‌ କାର୍ଯ୍ୟକ୍ଷମ ପାଇଁ ଅର୍ଟି ବା ଧମନୀ ଆବଶ୍ୟକୀୟ ରକ୍ତ ଓ ଅମ୍ଳଜାନ ନ ପହଞ୍ଚେ, ସେତେବେଳେ ମସ୍ତିଷ୍କକୁ ମଧ୍ୟ ଅମ୍ଳଜାନ ଓ ରକ୍ତ ପହଞ୍ଚି ପାରେନାହିଁ, ଯାହାକୁ ବ୍ରେନ୍‌ ଷ୍ଟ୍ରୋକ୍‌ କୁହାଯାଏ। ରକ୍ତର ଅଭାବରେ ମସ୍ତିଷ୍କ ଭିତରେ ପ୍ରତି ମିନିଟ୍‌କୁ ୨ ଲକ୍ଷରୁ ଅଧିକ କୋଷ ମରିବାକୁ ଲାଗେ, ଯାହାକି ରୋଗ ପ୍ରତି ବିପଦ ସୃଷ୍ଟି କରେ। ତୁରନ୍ତ ଏହାର ଚିକିତ୍ସା କରା ନ ଗଲେ ରୋଗୀ ପକ୍ଷାଘାତର ଶିକାର ହୋଇଥାନ୍ତି। ଷ୍ଟ୍ରୋକ୍‌କୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ, ଇସ୍‌କେମିକ୍‌ ଷ୍ଟ୍ରୋକ୍‌ ଓ ହେମୋରେଜିକ୍‌ ଷ୍ଟ୍ରୋକ୍‌। ବ୍ରେନ୍‌କୁ ରକ୍ତ ପ୍ରବାହ କମ୍ ହୋଇଗଲେ, ତାହାକୁ ଇସ୍‌କେମିକ୍‌ ଷ୍ଟ୍ରୋକ୍‌ କୁହାଯାଏ। ବ୍ରେନ୍ ଭିତରେ ଥିବା ଧମନୀଗୁଡ଼ିକ ଫାଟିଯାଇ ରକ୍ତ ଜମିବା ଫଳରେ ହେଉଥିବା ଷ୍ଟ୍ରୋକ୍‌କୁ ହେମୋରେଜିକ୍‌ ଷ୍ଟ୍ରୋକ୍‌ କୁହାଯାଏ।

ବ୍ରେନ୍‌ ଷ୍ଟ୍ରୋକର ଲକ୍ଷଣ

ବିଶ୍ବ ଷ୍ଟ୍ରୋକ୍‌ ଅର୍ଗାନାଇଜେସନ୍‌ ଅନୁସାରେ ଷ୍ଟ୍ରୋକ୍‌ର ଲକ୍ଷଣଗୁଡ଼ିକ ହେଉଛି ମୁହଁଭାଗ ଧିରେ ଧିରେ ବଙ୍କା ବା ବଧିରା ହୋଇଯିବା, ହାତ ଦୁର୍ବଳ ବା ବଧିରା ହୋଇଯିବା, କହିବା ବେଳେ ଖନି ମାରିବା ବା କଥା ଅସ୍ପଷ୍ଟ ହେବା । ଏହା ବ୍ୟତୀତ ଅନ୍ୟ ଲକ୍ଷଣଗୁଡ଼ିକ ହେଉଛି – ମୁଣ୍ଡ ବିନ୍ଧା, ହଠାତ୍‌ ମୁଣ୍ଡ ବୁଲାଇବା, ଆଖିକୁ ଭଲଭାବରେ ଦେଖା ନଯିବା ବା ଚାରିଆଡ ଅନ୍ଧାର ଲାଗିବା, ଧୀରେ ଧୀରେ ସ୍ମରଣଶକ୍ତି କମିଯିବା, ବାତ ମାରିବା ଇତ୍ୟାଦି।

Leave A Reply

Your email address will not be published.